Advertisment

ଆଇସିସି ରାଙ୍କିଙ୍ଗ: ସୂର୍ଯ୍ୟ କୁମାରଙ୍କୁ ହଟାଇ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ତିଲକ ବର୍ମା

ତିଲକ ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଟି-୨୦ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟର ମଧ୍ୟ ବନି ଯାଇଛନ୍ତି।

Tilak

Tilak

Advertisment

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଭାରତର ଯୁବ ବ୍ୟାଟର ତିଲକ ବର୍ମାଙ୍କୁ ମିଳିଛି ବଡ଼ ସଫଳତା। ସେ ରାଙ୍କିଙ୍ଗରେ ରେକର୍ଡ ୬୯ଟି ସ୍ଥାନ ଉପରକୁ ଉଠି ସିଧା ୩ନଂରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ। ସେ ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଟି-୨୦ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟର ମଧ୍ୟ ବନି ଯାଇଛନ୍ତି।

Advertisment

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ତିଲକ ବର୍ମାଙ୍କ ଉପରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ ଓ ଇଂଲଣ୍ଡର ଫିଲ ସଲ୍ଟ ରହିଛନ୍ତି। ତିଲକ ପ୍ରଥମଥର ପାଇଁ ତାଙ୍କ ଟି-୨୦ କ୍ୟାରିୟରରେ ଆଇସିସି ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ତାଙ୍କ ବ୍ୟାଟରୁ ଦୁଇଟି ଶତକ ଦେଖିବାକୁ ମିଳିଥିଲା। ଏହି ସଫଳତା ପରେ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। ଭାରତ ୩-୧ରେ ଟି-୨୦ ସିରିଜ ଜିତିଥିବା ବେଳେ ତିଲକ ବର୍ମା ୧୯୮ ଷ୍ଟ୍ରାଇକ ରେଟରେ ୨୮୦ ରନ କରିଥିଲେ। ସେ ୨୦ଟି ଛକା ମଧ୍ୟ ମାରିଛନ୍ତି।

Advertisment

ଚଳିତ ବର୍ଷ ଆରମ୍ଭରେ ସୂର୍ଯ୍ୟ କୁମାର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ସେ ୪ନଂକୁ ଖସି ଆସିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷର ସିରିଜରେ ସେ ନିଜ ୩ନଂ ବ୍ୟାଟିଂ ସ୍ଥାନକୁ ତିଲକଙ୍କ ପାଇଁ ଛାଡ଼ି ଦେଇଥିଲେ। ସୂର୍ଯ୍ୟ ୪ନଂରେ ବ୍ୟାଟିଂ କରିଥିବା ବେଳେ ୪ ମ୍ୟାଚ୍‌ରୁ ୩ ଇନିଂସରେ କେବଳ ୨୬ ରନ ହିଁ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଞ୍ଜୁ ସାମସନଙ୍କ ବ୍ୟାଟରୁ ମଧ୍ୟ ଦୁଇଟି ଶତକ ଦେଖିବାକୁ ମିଳିଥିଲା। ସେ ରାଙ୍କିଙ୍ଗରେ ୧୭ଟି ସ୍ଥାନ ଉଠି ୨୨ ନମ୍ବରରେ ପହଞ୍ଚିଛନ୍ତି। ଟପ୍‌ ୧୦ରେ ତିଲକ ଓ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଭାରତର ଯଶସ୍ୱୀ ଜୈସୱାଲ ୮ନଂ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ୧ନଂରେ ପହଞ୍ଚି ଯାଇଛନ୍ତି। ସେ ଇଂଲଣ୍ଡର ଲିଆମ ଲିଭିଙ୍ଗଷ୍ଟୋନକୁ ପଛକୁ ଠେଲି ଏପରି ସଫଳତା ପାଇଛନ୍ତି।

T20 World Cup ICC T20 Ranking Tilak Varma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe