ମୁମ୍ବାଇ ପାଇଁ ଲଢ଼ିଲେ ତିଲକ ବର୍ମା, ଚେନ୍ନାଇକୁ ୧୫୬ ରନ୍‌ର ଟାର୍ଗେଟ

ମୁମ୍ବାଇ: ଚୀର ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଲଢ଼େଇ କରିଛନ୍ତି ଯୁବ ତାରକା ତିଲକ ବର୍ମା। ସେ ଅପରାଜିତ ୫୧ ରନ୍‌ର ଇନିଂସ ଖେଳିବାରୁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ୧୫୬ ରନ୍‌ର ଟାର୍ଗେଟ ମିଳିଛି। ମୁମ୍ବାଇ ଏଯାଏ ଚଳିତ ଆଇପିଏଲରେ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତିନି। ସେହିପରି […]

IPL

IPL

Hemant Lenka
  • Published: Thursday, 21 April 2022
  • Updated: 21 April 2022, 09:25 PM IST

Sports

Latest News

ମୁମ୍ବାଇ: ଚୀର ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଲଢ଼େଇ କରିଛନ୍ତି ଯୁବ ତାରକା ତିଲକ ବର୍ମା। ସେ ଅପରାଜିତ ୫୧ ରନ୍‌ର ଇନିଂସ ଖେଳିବାରୁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ୧୫୬ ରନ୍‌ର ଟାର୍ଗେଟ ମିଳିଛି। ମୁମ୍ବାଇ ଏଯାଏ ଚଳିତ ଆଇପିଏଲରେ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତିନି। ସେହିପରି ଚେନ୍ନାଇ ମଧ୍ୟ ୬ଟି ମ୍ୟାଚ୍‌ରୁ ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି।

ଆଜି ଡିୱାଇ ପାଟିଲ ଷ୍ଟାଡିୟମରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଯୁବ ବୋଲର ମୁକେଶ ଚୌଧୁରୀ ମୁମ୍ବାଇ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଥିଲେ। ପ୍ରଥମ ଓଭରର ଦ୍ୱିତୀୟ ବଲରେ ସେ ରୋହିତ ଶର୍ମା ଓ ୫ମ ବଲରେ ଈଶାନ କିଶନଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ। ଡେୱାଲ୍ଡ ବ୍ରେଭିସ(୪) ମଧ୍ୟ ମୁକେଶ ଚୌଧୁରୀଙ୍କ ତୃତୀୟ ଶିକାର ବନିଥିଲେ।

୨୩ରେ ତୃତୀୟ ୱିକେଟ ହରାଇଥିବା ମୁମ୍ବାଇ ୪୭ ରନ୍‌ରେ ସୂର୍ଯ୍ୟ କୁମାର ଯାଦବ(୩୨)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମିଚେଲ ସାଣ୍ଟନର ନେଇଥିଲେ। ତେବେ ଏହି ସମୟରେ ତିଲକ ବର୍ମା ଓ ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ହ୍ରିତିକ ଶୋକେନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସମୟ ବ୍ୟାଟିଂ କରି ମୁମ୍ବାଇର ସ୍କୋରକୁ ୮୫ରେ ପହଞ୍ଚାଇଥିଲେ। ଏତିକି ବେଳେ ୨୫ ବଲରେ ୨୫ ରନ୍‌ କରିଥିବା ହ୍ରିତିକଙ୍କ ୱିକେଟ ଡ୍ୱେନ ବ୍ରାଭୋ ନେଇ ମୁମ୍ବାଇକୁ ୫ମ ଝଟକା ଦେଇଥିଲେ।

କାଏରନ ପୋଲାର୍ଡ ୯ ବଲରେ ୧୧ ରନ୍‌ କରି ମହେଶ ଥିକସାନାଙ୍କ ବଲରେ ଆଉଟ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ତଲକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲା। ଏଥିସହ ୪୨ ବଲରେ ନିଜ ଆଇପିଏଲ କ୍ୟାରୟର୍‌ର ଦ୍ୱିତୀୟ ଅର୍ଦ୍ଧଶତକ ବି ହାସଲ କରିଥିଲେ।

୪୩ ବଲରେ ଅପରାଜିତ ୫୧ ରନ୍‌ କରିଥିବା ତିଲକ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଶେଷ ଭାଗରେ ତାଙ୍କୁ ଜୟଦେବ ଉନାଦକତ ଭରପୂର ସହଯୋଗ କରିଥିଲେ। ସେ ୯ ବଲରେ ଅପରାଜିତ ୧୯ ରନ୍‌ର ଇନିଂସ ଖେଳିବାରୁ ମୁମ୍ବାଇ ୧୫୦ ପାର୍‌ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବ୍ରାଭୋ ୨ଟି ସଫଳତା ପାଇଛନ୍ତି। ସେହିପରି ସାଣ୍ଟନର ଓ ଥିକସାନା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos