Advertisment

ତିଲକ ବର୍ମାଙ୍କ ବିସ୍ଫୋରକ ଇନିଂସ, ଦକ୍ଷିଣ ଆଫ୍ରିକାକୁ ୨୨୦ ରନ୍‌ର ଟାର୍ଗେଟ

ଅଭିଷେକ ବର୍ମା ମଧ୍ୟ ଏକ ଆକର୍ଷଣୀୟ ଇନିଂସ ଖେଳିଲେ।

ଅଦ୍ୟତନ ହୋଇଛି
Tilak Verma

Tilak Verma

Advertisment

ତିଲକ ବର୍ମାଙ୍କ ବଡ଼ ଶୋ’। ମାରିଲେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଦଳର ଅନ୍ୟ ଷ୍ଟାର ଖେଳାଳିମାନେ ଫେଲ ମାରିଥିବା ବେଳେ ତିଲକ ବର୍ମାଙ୍କ ଅପରାଜିତ ଶତକୀୟ ପାଳି ଫଳରେ ଦଳ ଦକ୍ଷିଣ ଆଫ୍ରିକାକୁ ୨୨୦ ରନ୍‌ର ବିଜୟ ଟାର୍ଗେଟ ଦେଇଛି।

Advertisment

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପ୍ରଥମ ଓଭରରେ ପାଇଥିଲା ବଡ଼ ଝଟକା। ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରି ଯାଇଥିଲେ ଓପନର ସଞ୍ଜୁ ସାମସନ। ଏହା ପରେ ପଡ଼ିଆକୁ ଓହ୍ଲାଇଥିଲେ ତିଲକ ବର୍ମା। ଅଭିଷେକ ଶର୍ମାଙ୍କ ସହିତ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ଦୁହେଁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥିଲେ।

ଦଳର ସ୍କୋର ୮.୪ ଓଭରରେ ୧୦୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଅଭିଷେକ ବର୍ମା। ସେ ୨୫ଟି ବଲରୁ ୫୦ ରନ୍ (୩ ଚୌକା, ୫ ଛକା) କରିଥିଲେ। ସେ ଆଉଟ ହେବା ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଉଟ୍ ହୋଇଥିଲେ। ସେ ମାତ୍ର ୧ ରନ୍ କରିବାକୁ ସମର୍ଥ ହୋଇଥିଲେ। ଏମିତି ଗୋଟିଏ ପରେ ଗୋଟିଏ ୫ଟି ୱିକେଟ୍ ପଡ଼ିବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବିସ୍ଫୋରକ ଇନିଂସ ଖେଳିଥିଲେ ତିଲକ ବର୍ମା। ସେ ୫୧ଟି ବଲ୍‌ରୁ ଶତକ କରିଥିବା ବେଳେ ୫୬ଟି ବଲ୍‌ରୁ ୧୦୭ ରନ୍ କରି ଶେଷ ପର୍ଯ୍ୟନ୍ତ ରହିଥିଲେ। ତାଙ୍କର ୧୦୭ ରନ୍ ମଧ୍ୟରେ ୮ଟି ଚୌକା ଓ ୭ଟି ଚୌକା ଥିଲା।

Advertisment

ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିବା ବେଳେ ରିଙ୍କୁ ସିଂହ ୮ ଓ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ରମଣଦୀପ ସିଂହ ୧୫ ରନ୍ କରିଥିଲେ। ଅକ୍ଷର ପଟେଲ ୧ ରନ୍ କରି ଅପରାଜିତ ରହିଥିଲେ। ଦଳ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୯ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଏଣ୍ଡିଲେ ସିମେଲାନେ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମାର୍କୋ ଜାନସେନ ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe