Advertisment

ସେକ୍ସଟିଙ୍ଗ ସ୍କାଣ୍ଡାଲ: ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଟିମ ପେନ୍‌

ମେଲବର୍ଣ୍ଣ: ଆଶେସ ଟେଷ୍ଟ ସିରିଜ୍ ପୂର୍ବରୁ ହଠାତ୍ ଅଷ୍ଟ୍ରେଲିଆର ଟେଷ୍ଟ ଟିମ୍ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ ପେନ୍। ସେ ଜଣେ ମହିଳାଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇବା ମାମଲାରେ ଫସିଥିଲେ। ୨୦୧୭ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି। ନିକଟରେ ଏହି ଅଭିଯୋଗ ଉପରେ କ୍ରିକେଟ ଅଷ୍ଟ୍ରେଲିଆ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। ବିବାଦ ମଧ୍ୟରେ ଟିମ ପେନ୍‌ ଆଜି ଅଧିନାୟକ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ […]

ସେକ୍ସଟିଙ୍ଗ ସ୍କାଣ୍ଡାଲ: ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଟିମ ପେନ୍‌

Tom-paine

Advertisment

ମେଲବର୍ଣ୍ଣ: ଆଶେସ ଟେଷ୍ଟ ସିରିଜ୍ ପୂର୍ବରୁ ହଠାତ୍ ଅଷ୍ଟ୍ରେଲିଆର ଟେଷ୍ଟ ଟିମ୍ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ ପେନ୍। ସେ ଜଣେ ମହିଳାଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇବା ମାମଲାରେ ଫସିଥିଲେ। ୨୦୧୭ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି। ନିକଟରେ ଏହି ଅଭିଯୋଗ ଉପରେ କ୍ରିକେଟ ଅଷ୍ଟ୍ରେଲିଆ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା।

Advertisment

ବିବାଦ ମଧ୍ୟରେ ଟିମ ପେନ୍‌ ଆଜି ଅଧିନାୟକ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ଅଷ୍ଟ୍ରେଲିଆ ପୁରୁଷ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ୁଥିବା ମୁଁ ଘୋଷଣା କରୁଛି। ଏହା ଏକ କଷ୍ଟ ଦାୟକ ନିଷ୍ପତ୍ତି। କିନ୍ତୁ ମୋ ପରିବାର ଓ କ୍ରିକେଟ ପାଇଁ ଏପରି ନିଷ୍ପତ୍ତି ଜରୁରୀ। ୨୦୧୭ରେ ମୁଁ କରିଥିବା କାମ ପରେ ଅଷ୍ଟ୍ରେଲିଆ କ୍ରିକେଟର କ୍ୟାପ୍ଟେନ ପଦରେ ରହିବା ମୋ ପାଇଁ ଠିକ୍‌ ନୁହେଁ।

ଘଟଣା ଘଟିବା ପରେ ମୁଁ ଉକ୍ତ ମହିଳାଙ୍କୁ କ୍ଷମା ମାଗିଥିଲି। ମୋ ପରିବାର ଓ ପିଲାମାନଙ୍କୁ ମଧ୍ୟ କ୍ଷମା ମାଗିଛି। କ୍ରିକେଟ ଅଷ୍ଟ୍ରେଲିଆ ଘଟଣାର ତଦନ୍ତ କରିଥିଲା। ମୁଁ ମଧ୍ୟ ଏଥିରେ ସହଯୋଗ କରିଥିଲି। ଏହି ସମୟରେ ମୁଁ କ୍ରିକେଟ ଅଷ୍ଟ୍ରେଲିଆର ନିୟମ ଉଲ୍ଲଙ୍ଘନ କରି ନଥିବା ସ୍ପଷ୍ଟ ହୋଇଛି।”

Advertisment

ଦକ୍ଷିଣ ଆଫ୍ରିକାରେ ବଲ ଟାମ୍ପରିଂ ମାମଲାରେ ଫସି ଥିବା ଷ୍ଟିଭ ସ୍ମିଥ ୨ ବର୍ଷ ପାଇଁ ବ୍ୟାନ ହେବାରୁ ଟିମ୍ ପେନ୍ ଅଷ୍ଟ୍ରେଲିଆର ଅଧିନାୟକ ହୋଇଥିଲେ। ଏବେ ସେ ସେକ୍ସଟିଙ୍ଗ ସ୍କାଣ୍ଡାଲରେ ଫସି ଅଧିନାୟକ ପଦ ଛାଡ଼ିଛନ୍ତି। ଟିମ୍‌ ପେନ୍‌ ଜଣେ ମହିଳାଙ୍କୁ ନିଜରର ଅଶ୍ଳୀଳ ଫଟୋ ସହ ଅଭଦ୍ର ମେସେଜ ପଠାଇଥିଲେ।

ଟିମ ପେନ୍‌ ଅଧିନାୟକ ପଦ ଛାଡ଼ିଥିବାର ପ୍ୟାଟ କମିନ୍ସ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇ ପାରନ୍ତି। ତେବେ ଏ ସମ୍ପର୍କରେ କୌଣସି ପ୍ରକାରର ବିଧିବଦ୍ଧ ଘୋଷଣା ହୋଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe