/odisha-reporter/media/media_files/2026/02/10/nz-2026-02-10-19-45-02.jpg)
ଆଲେନ ଓ ସୈଫର୍ଟ
ଟି-୨୦ ବିଶ୍ୱକପରେ ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ଟିମ ସୈଫର୍ଟ ଓ ଫିନ ଆଲେନ। ରେକର୍ଡ ଭାଗିଦାରୀ ସହ ଉଭୟ ଖେଳାଳି କ୍ୱିୱି ଟିମକୁ ଦେଇଛନ୍ତି ବଡ଼ ବିଜୟ। ପ୍ରଥମ ୱିକେଟ ପାଇଁ ଉଭୟ ୧୭୫ ରନର ଭାଗିଦାରୀ କରି ୟୁଏଇ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡକୁ ଦେଇଛନ୍ତି ୧୦ ୱିକେଟରେ ବିଜୟ ଭେଟି।
ଚେନ୍ନାଇର ଏମ ଚିଦାମ୍ବରମରେ ଖେଳା ଯାଉଥିବା ଗ୍ରୁପ ସିର ଏହି ମୁକାବିଲାରେ ସୈଫର୍ଟ ଓ ଆଲେନ ୟୁଏଇର ପ୍ରତିଟି ବୋଲରଙ୍କ ଧୂଲେଇ କରି ୨୮ ବଲ ପୂର୍ବରୁ ହିଁ ନ୍ୟୁଜିଲ୍ୟାଣ୍ଡକୁ ବିଜୟୀ କରାଇଛନ୍ତି। ଏହା ଚଳିତ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ ରାଶିଦ ଖାନଙ୍କ ଆଫଗାନିସ୍ତାନକୁ ହରାଇଥିଲା। ଆଜି ମିଚେଲ ସାଣ୍ଟନରଙ୍କ ନ୍ୟୁଜିଲ୍ୟାଣ୍ଡ ବେଶ ପ୍ରଭାବଶାଳୀ ଢଙ୍ଗରେ ୟୁଏଇକୁ ମାତ ଦେଇଛି।
ଟସ୍ ହାରି ପ୍ରଥମେ ବ୍ୟାଟଂ କରୁଥିବା ୟୁଏଇ ମଧ୍ୟ ଚିଦାମ୍ବରମ ଷ୍ଟାଡିୟମରେ ଦମଦାର ବ୍ୟାଟିଂ କରିଥିଲା। ଦଳ ପାଇଁ ଅଧିନାୟକ ମହମ୍ମଦ ୱାସିମ ଅପରାଜିତ ୬୬ ରନ ଓ ଆଲିଶାନ ଶରାଫୁ ୪୭ ବଲରେ ୫୫ ରନର ଇନିଂସ ଖେଳିଥିଲେ। ମୟଙ୍କ କୁମାର ଶେଷ ଭାଗରେ ୧୩ ବଲରୁ ୨୧ ରନ ଯୋଡ଼ିବାରୁ ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଥିଲା।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମ୍ୟାଟ ହେନରୀ ୨ଟି ୱିକେଟ ନେଇଥିବା ବେଳେ ଜ୍ୟାବ ଡୁଫୀ, ଲକି ଫର୍ଗୁସନ, ମିଚେଲ ସାଣ୍ଟନର ଓ ଗ୍ଲେନ ଫିଲିପ୍ସ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ।
ଲାଗୁଥିଲା ୟୁଏଇ ଏହି ସ୍କୋର ବଳରେ ନ୍ୟୁଜିଲ୍ୟାଣ୍ଡକୁ କିଛି ମାତ୍ରାରେ ଚ୍ୟାଲେଞ୍ଜ ଦେବ। କିନ୍ତୁ ଆରମ୍ଭରୁ ହିଁ ଆଲେନ ଓ ସୈଫର୍ଟ ବଡ଼ ଶଟ ଖେଳି ଚାଲିଥିଲେ। ପ୍ରଥମ ୬ ଓଭରରେ ଉଭୟ ୭୮ ରନ ଯୋଡ଼ି ୟୁଏଇର ଦ୍ରୁତ ବୋଲିଂ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥିଲେ। ଗୋଟିଏ ଗୋଟିଏ ଓଭରରେ ୨୦ ଓ ୨୨ ରନ ଆଦାୟ କରି ୟୁଏଇ ବୋଲରଙ୍କୁ କମବ୍ୟାକର କୌଣସି ସୁଯୋଗ ଦେଇ ନଥିଲେ।
Absolute carnage from Tim Seifert and Finn Allen rewrites #T20WorldCup record books 🔥 pic.twitter.com/x0qdpNqTWU
— T20 World Cup (@T20WorldCup) February 10, 2026
ଉଭୟ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ୧୦୦ ପାର କରି ଦେଇଥିଲେ। ଶେଷ ଯାଏ ଆଲେନ ୫୦ ବଲରେ ୮୪ ରନ ଓ ସୈଫର୍ଟ ୪୨ ବଲରେ ୮୯ ରନର ଇନିଂସ ଖେଳିଛନ୍ତି। ସୈଫର୍ଟଙ୍କ ବ୍ୟାଟରୁ ୧୨ଟି ଚୌକା ଓ ୩ଟି ଓ ଆଲେନ ୫ଟି ଚୌକା ଓ ୫ଟି ଛକା ମାରିଛନ୍ତି।
ଟି-୨୦ ବିଶ୍ୱକପରେ ଏହା ଯେକୌଣସି ୱିକେଟ ପାଇଁ ସର୍ବୋଚ୍ଚ ଭାଗିଦାରୀ। ଏହା ଟି-୨୦ ଇତିହାସରେ ସର୍ବଶ୍ରେଷ୍ଠ ଭାଗିଦାରୀର ଆଖ୍ୟା ପାଇଛି। ଏହାପୂର୍ବରୁ ଇଂଲଣ୍ଡର ଆଲେକ୍ସ ହେଲ୍ସ ଓ ଜୋଶ ବଟଲର ଅପରାଜିତ ୧୭୦ ରନର ଭାଗିଦାରୀ କରିଥିଲେ।
କିନ୍ତୁ ଏହାକୁ ଆଲେନ ଓ ସୈଫର୍ଟ ଯୋଡ଼ି ଭାଙ୍ଗି ଦେଇଛନ୍ତି। ସର୍ବାଧିକ ରନର ଭାଗିଦାରୀ ତାଲିକାର ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ରାଇଲେ ରୁସୋ ଓ କ୍ୱିଣ୍ଟନ ଡି’କକ ରହିଛନ୍ତି। ଉଭୟ ୧୬୮ ରନ ଭାଗିଦାରୀ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
