Advertisment

ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଫାଇନ ଦେଲେ ବାବର ଆଜମ

ବାବର ଆଜମ ଟ୍ରାଫିକ ପୁଲିସ୍‌ ହାତରେ ଧରାପଡ଼ି ଫାଇନ ଗଣିଥିବା ଦାବି କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Babar

Babar

ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ। ଏସିଆ କପରେ ପାକିସ୍ତାନ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବାବରଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିପରି ଦଳର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହ ବାବର ଯୁକ୍ତିତର୍କ କରିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଅବଶ୍ୟ ଆଫ୍ରିଦି ଏହି ରିପୋର୍ଟକୁ ଖଣ୍ଡନ କରିବା ପାଇଁ ବାବରଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରିଥିଲେ ଓ ଏହାର କ୍ୟାପସନ ଫ୍ୟାମିଲି ଦେଇଥିଲେ।

Advertisment

ଏବେ ସାମ୍ନାକୁ ଆସିଥିବା ରିପୋର୍ଟରେ ବାବର ଆଜମ ଟ୍ରାଫିକ ପୁଲିସ୍‌ ହାତରେ ଧରାପଡ଼ି ଫାଇନ ଗଣିଥିବା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ବାବର ସେପ୍ଟେମ୍ବର ୧୭ରେ ଲାହୋରର ଗୁଲବର୍ଗ ଅଞ୍ଚଳରେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ି ଫାଇନ ଦେଇଛନ୍ତି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବାବର ଦୁଇଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପାକିସ୍ତାନ ମୁଦ୍ରାରେ ୨ ହଜାର ବା ଭାରତୀୟ ମୁଦ୍ରାରେ ୫୭୦ ଟଙ୍କାର ଫାଇନ ଗଣିଛନ୍ତି। ସେ ବିନା ବୈଧ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ଓ ଅଣସ୍ୱୀକୃତି ପ୍ରାପ୍ତ ଧାଡ଼ିରେ ନିଜ ଗାଡ଼ିକୁ ପ୍ରବେଶ କରି ଦେଇଥିବାରୁ ତାଙ୍କ ନାଁରେ ଚାଲାଣ କଟିଛି।

Advertisment

ପ୍ରଥମେ ଧାଡ଼ି ଉଲ୍ଲଙ୍ଘନ ପାଇଁ ବାବରଙ୍କ ଗାଡ଼ିକୁ ପୁଲିସ୍‌ ଅଟକାଇଥିଲା। କିନ୍ତୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ତାଙ୍କ ପାଖରେ ଗାଡ଼ି ଚଳାଇବା ପାଇଁ ବୈଧ ଲାଇସେନ୍ସ ନାହିଁ। ଏହି କାରଣରୁ ପୁଲିସ୍‌ ତାଙ୍କ ନାଁରେ ଚାଲାଣ କାଟିଥିଲା। ବାବର ମଧ୍ୟ ଏହାକୁ ପୈଠ କରି ପୁଲିସ୍‌ କବଳରୁ ମୁକୁଳିଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

Pakistan Babar Azam