Advertisment

ପାକିସ୍ତାନ ଯିବ କି ଭାରତ? ମତ ରଖିଲେ ବିସିସିଆଇର ନୂଆ ବସ୍‌

ବେଙ୍ଗାଲୁରୁ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଏସିଆ କପ ଖେଳିବାକୁ ଟିମ ଇଣ୍ଡିଆ ଯିବ କି ନାହିଁ, ତା’କୁ ନେଇ ବିବାଦ ଦେଖାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ସିଧାସଳଖ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜୟ ଶାହଙ୍କ ବୟାନ ପରେ ପାକିସ୍ତରନ ମଧ୍ୟ ଭାରତକୁ ୨୦୨୩ ବିଶ୍ୱକପ ଖେଳିବାକୁ ଆସିବ ନାହିଁ ବୋଲି କହିଛି। ଏସବୁ ବାଦ ବିବାଦ ଭିତରେ ପୂରା ପ୍ରସଙ୍ଗରେ […]

ପାକିସ୍ତାନ ଯିବ କି ଭାରତ? ମତ ରଖିଲେ ବିସିସିଆଇର ନୂଆ ବସ୍‌

Binny

Advertisment

ବେଙ୍ଗାଲୁରୁ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଦିନିକିଆ ଏସିଆ କପ ଖେଳିବାକୁ ଟିମ ଇଣ୍ଡିଆ ଯିବ କି ନାହିଁ, ତା’କୁ ନେଇ ବିବାଦ ଦେଖାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ସିଧାସଳଖ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜୟ ଶାହଙ୍କ ବୟାନ ପରେ ପାକିସ୍ତରନ ମଧ୍ୟ ଭାରତକୁ ୨୦୨୩ ବିଶ୍ୱକପ ଖେଳିବାକୁ ଆସିବ ନାହିଁ ବୋଲି କହିଛି।

Advertisment

ଏସବୁ ବାଦ ବିବାଦ ଭିତରେ ପୂରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇର ନୂଆ ସଭାପତି ରୋଜର ବିନ୍ନି। ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ, ତା’ର ନିଷ୍ପତ୍ତି ବିସିସିଆଇ ନେଇପାରିବ ନାହିଁ। ଏଭଳି ନିଷ୍ପତ୍ତି କେବଳ ଭାରତ ସରକାର ହିଁ ନେଇପାରିବେ ବୋଲି ସେ କହିଛନ୍ତି।

କର୍ଣ୍ଣାଟକା ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ବିନ୍ନି ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ଭାରତ ୨୦୨୩ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ କି ନାହିଁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ବିନ୍ନି କହିଛନ୍ତି, ଆସନ୍ତାବର୍ଷ ଟିମ୍‌ର ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ ଏଯାଏ ଭାରତ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇ ନାହିଁ। ତଥାପି କେନ୍ଦ୍ର ସରକାର ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Advertisment

ଏହା ବିସିସିଆଇର ନିଷ୍ପତ୍ତି ପରିସର ଭିତରେ ଆସୁନି। ପାକିସ୍ତାନକୁ ଯିବା ପାଇଁ ଆମକୁ ଭାରତ ସରକାର ଅନୁମତି ଦରକାର। ଆମେ ଦେଶ ଛାଡ଼ିବା ବେଳେ ଓ ବିଦେଶରୁ ଟିମ୍‌ ଏଠାକୁ ଆସିବା ସମୟରେ ପ୍ରଥମେ ସରକାରଙ୍କ ଅନୁମୋଦନ ଆବଶ୍ୟକ। ଥରେ ଆମେ ସରକାରଙ୍କ ଠାରୁ ଅନୁମତି ପାଇବା ପରେ ସେ ଦିଗରେ ପଦକ୍ଷେପ ନେଇଥାଉ।

ଆମ ତରଫରୁ ଏକତରଫା ଭାବେ ନିଷ୍ପତ୍ତି ନିଆଯାଏ ନାହିଁ। ଆମକୁ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ପାକିସ୍ତାନ ଗସ୍ତ ସମ୍ପର୍କରେ ଆମେ ଏଯାଏ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ରଖିନାହୁଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe