Advertisment

ଭାରତ ବିପକ୍ଷ ଶତକ ପରେ ଡନ୍‌ ବ୍ରାଡମ୍ୟାନଙ୍କ ସମକକ୍ଷ ହେଲେ ଟ୍ରାଭିସ ହେଡ୍‌

ହୋମ ଟାଉନ ହିରୋ ହେଡ୍‌ ଭାରତୀୟ ବୋଲରଙ୍କ ଧୂଲେଇ କରି ମାତ୍ର ୧୧୧ ବଲରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୮ମ ଓ ଭାରତ ବିପକ୍ଷରେ ଦ୍ୱିତୀୟ। ଏହାପୂର୍ବରୁ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ସେ ଶତକ ମାରିଥିଲେ।

Head

Head

Advertisment

ଆଡିଲେଡ ଓଭାଲରେ ଟ୍ରାଭିସ ହେଡ୍‌ଙ୍କ ରନ ବର୍ଷା ଜାରି ରହିଛି। ସେ ଶନିବାର ଭାରତ ବିପକ୍ଷ ପିଙ୍କ ବଲରେ ଦମଦାର ୧୪୦ ରନର ଇନିଂସ ଖେଳିଛନ୍ତି। ଏହା ଆଡିଲେଡ ଓଭାଲରେ ହେଡ୍‌ଙ୍କ ତୃତୀୟ ଶତକ।

Advertisment

ହୋମ ଟାଉନ ହିରୋ ହେଡ୍‌ ଭାରତୀୟ ବୋଲରଙ୍କ ଧୂଲେଇ କରି ମାତ୍ର ୧୧୧ ବଲରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୮ମ ଓ ଭାରତ ବିପକ୍ଷରେ ଦ୍ୱିତୀୟ। ଏହାପୂର୍ବରୁ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ସେ ଶତକ ମାରିଥିଲେ।

ଆଜି ଦ୍ୱିତୀୟ ଦିନର ପ୍ରଥମରୁ ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆକୁ ଯୁଗଳ ଝଟକା ଦେଇଥିଲେ। ସେ ପ୍ରଥମ ନାଥନ ମ୍ୟାନସ୍ୱିନୀ ଓ ପରେ ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥଙ୍କ ୱିକେଟ ନେଇ ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲେ। ହେଲେ ହେଡ୍‌ କ୍ରିଜକୁ ଆସିବା କ୍ଷଣି କାଉଣ୍ଟର ଆଟାକ ସହ ଭାରତକୁ ବ୍ୟାକଫୁଟକୁ ଟେଲି ଦେଇଥିଲେ।

Advertisment

ହେଡ ତାଙ୍କ ୧୪୦ ରନର ଇନିଂସରେ ୧୭ଟି ଚୌକା ଓ ୪ଟି ଛକା ମାରିଛନ୍ତି। ସେ ବୁମ୍ରାଙ୍କୁ ସତର୍କତାର ସହ ଖେଳିଥିବା ବେଳେ ବାକି ଭାରତୀୟ ବୋଲରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି।

ଆଜି ଭାରତ ବିପକ୍ଷ ଆଡିଲେଡ ଓଭାଲରେ ଶତକ ମାରିବା ପରେ ସେ କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇଛନ୍ତି। ଆଡିଲେଡ ଓଭାଲରେ ହେଡ ଓ ବ୍ରାଡମ୍ୟାନ ସମାନ ୩ଟି ଲେଖାଏ ଶତକ ମାରିବାର ରେକର୍ଡ କରିଛନ୍ତି। ଆଡିଲେଡ ଓଭାଲରେ ହେଡ ୭ଟି ମ୍ୟାଚ୍‌ରେ ୩ଟି ଶତକ ଓ ୨ଟି ୫୦ ମାରିଛନ୍ତି।

ତେବେ ଆଡିଲେଡ ଓଭାଲରେ ସର୍ବାଧିକ ଶତକ ମାରିବାର ରେକର୍ଡ ମାଇକେଲ କ୍ଲାର୍କଙ୍କ ନାଁରେ ରହିଛି। ସେ ୧୦ଟି ମ୍ୟାଚ୍‌ରେ ୭ଟି ଶତକ ମାରିଛନ୍ତି। ତାଙ୍କ ପଛକୁ ରିକି ପଣ୍ଟିଂ ୧୭ ମ୍ୟାଚ୍‌ରେ ୬ଟି, ଡାଭିଡ ବୁନ ୧୨ଟି ମ୍ୟାଚରେ ୪ଟି, ଆଲାନ ବର୍ଡର ୧୬ଟି ମ୍ୟାଚରେ ୪ଟି, ଡନ ବ୍ରାଡମ୍ୟାନ ୭ଟି ମ୍ୟାଚରେ ୩ଟି, ଟ୍ରାଭିସ ହେଡ ୭ଟି ମ୍ୟାଚରେ ୩ଟି, ଡିନ ଜୋନ୍ସ ୬ଟି ମ୍ୟାଚରେ ୩ଟି ଓ ମାର୍ନସ ଲାବୁଶେନ ୬ଟି ମ୍ୟାଚ୍‌ରେ ୩ଟି ଶତକ ମାରିଛନ୍ତି।

Border-Gavaskar Trophy Travis Head Pink Ball Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe