Advertisment

ଭାରତ ଠାରୁ ବିଶ୍ୱକପ ଛଡ଼ାଇ ନେବା ମୁଡରେ ହେଡ୍‌

ଫାଇନାଲରେ ୨୪୧ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୪୭ ରନରେ ୩ ୱିକେଟ ହରାଇଥିଲା।

Head

Head

Advertisment

ବିଶ୍ୱକପ ଓ ଭାରତ ମଧ୍ୟରେ ଏବେ ଅଷ୍ଟ୍ରେଲିଆର ଡ୍ରାଭିସ ହେଡ୍‌ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି। ସେ କେବଳ ଛିଡ଼ା ହୋଇ ନାହାନ୍ତି, ବରଂ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନକୁ ଏକପ୍ରକାରର ଧୂଳିସାତ କରିଦେବା ମୁଡରେ ରହିଛନ୍ତି। ସେ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ଅଷ୍ଟ୍ରେଲିଆକୁ ବିଜୟର ନିକଟତର କରୁଛନ୍ତି।

Advertisment

ତାଙ୍କୁ ମାର୍ନସ ଲାବୁଶେନ ସାଥ ଦେଉଛନ୍ତି। ‍ଫାଇନାଲରେ ୨୪୧ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୪୭ ରନରେ ୩ ୱିକେଟ ହରାଇଥିଲା। କିନ୍ତୁ ଏହାପରେ ହେଡ୍‌ ଓ ଲାବୁଶେନ ଦମଦାର ବ୍ୟାଟିଂ କରିବାରେ ଲାଗିଛନ୍ତି। ବିଶେଷ କରି ହେଡ୍‌ଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଛି।

ହେଡ୍‌ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ବଡ଼ ଶଟ ଖେଳି ଦଳକୁ ଟ୍ରଫିର ନିକଟତର କରିବାରେ ଲାଗିଛନ୍ତି। ତାଙ୍କୁ ଆଉଟ କରିବା ପାଇଁ ଭାରତର ଅଧିନାୟକ ରୋହିତ ଶର୍ମା ବୋଲିଂ ଏଣ୍ଡରେ ଏକାଧିକ ପରିବର୍ତ୍ତନ କରିଥିଲେ ହେଁ କିଛି ବି ସୁଫଳ ମିଳିନାହିଁ। ହେଡ୍‌ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ଲାବୁଶେନ ଅର୍ଦ୍ଧଶତକ ହାସଲ କରିବା ଦିଗରେ ବଢ଼ୁଛନ୍ତି।

Advertisment

ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୩୧ ଓଭର୍‌ରେ ୩ ୱିକେଟ ହରାଇ ୧୭୦ ରନ କରି ନେଇଛି। ହେଡ୍‌ ୮୭ ଓ ଲାବୁଶେନ ୩୯ ରନ କରି ଅପରାଜିତ ରହିଛନ୍ତି। 

ICC CWC 2023 CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe