Advertisment

ଚିନ୍ତା ବଢ଼ାଇଲେ ଟ୍ରାଭିସ୍ ହେଡ୍‌, ମାରିଲେ ଆଉ ଏକ ଶତକ

ଶନିବାର ପ୍ରଥମ ଦିନରେ ବର୍ଷା ବାଧକ ସାଜିବାରୁ ମାତ୍ର ୧୩.୨ ଓଭର ଖେଳ ହୋଇପାରିଥିଲା।

ଅଦ୍ୟତନ ହୋଇଛି
Travis Head

Travis Head

Advertisment

ପିଙ୍କ୍ ଟେଷ୍ଟର ପ୍ରଥମ ଇନିଂସରେ ୧୪୧ଟି ବଲ୍‌ରୁ ୧୪୦ ରନ୍ କରି ଅଷ୍ଟ୍ରେଲିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଡ୍ରାଭିସ ହେଡ୍‌ ଆଜି ବ୍ରିସ୍‌ବେନ୍‌ରେ ମଧ୍ୟ ପ୍ରଥମ ଇନିଂସରେ ଏକ ସୁନ୍ଦର ଶତକ କରିଛନ୍ତି। ସେ ୧୧୫ଟି ବଲ୍‌ରେ ଶତକ ହାସଲ କରି ଖେଳ ଜାରି ରଖିଛନ୍ତି। ତାଙ୍କ ସହିତ ଅଛନ୍ତି ଷ୍ଟିଭ୍ ସ୍ମିଥ୍‌। ସେ ମଧ୍ୟ ଶତକ ଅଭିମୁଖେ ଆଗେଇ ଚାଲିଛନ୍ତି। 

Advertisment

ଗତକାଲି ବର୍ଷା ବାଧା ଦେବା ଯୋଗୁ ବ୍ରିସ୍‌ବେନର ଗାବା ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ପୂରା ବେକାର ଯାଇଥିଲା। ମାତ୍ର ୧୩.୨ ଓଭରର ଖେଳ ହୋଇଥିଲା ଓ କୌଣସି ୱିକେଟ ନହରାଇ ଅଷ୍ଟ୍ରେଲିଆ ୨୮ ରନ୍ କରିଥିଲା। ଆଜି ପୁଣି ଥରେ ଖେଳ ଆରମ୍ଭ ହେବାର ୫ ଓଭର ମଧ୍ୟରେ ଆଗପଛ ହୋଇ ଆଉଟ୍ ହୋଇଯାଇଥିଲେ ଘରୋଇ ଟିମ୍‌ର ଦୁଇ ଓପନର ଉସମାନ ଖୱାଜା ଓ ନାଥନ ମ୍ୟାକ୍‌ସ୍ୱିନୀ।

ଉସ୍‌ମାନ ୫୪ଟି ବଲ୍‌ରୁ ୨୧ ରନ୍ କରିଥିବା ବେଳେ ନାଥନ ୪୯ଟି ବଲ୍‌ରୁ ମାତ୍ର ୯ ରନ୍ କରିଥିଲେ। ସେହିପରି ୩ ନମ୍ବରରେ ଆସିଥିବା ମାର୍ନସ ଲାବୁଶେନ ୫୫ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ହେଁ ମାତ୍ର ୧୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ନୀତୀଶ କୁମାର ରେଡ୍ଡୀଙ୍କ ବଲରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। 

Advertisment

ଏହା ପରେ ଷ୍ଟିଭ୍‌ ସ୍ମିଥ୍ ଓ ଟ୍ରାଭିସ ହେଡ୍‌ଙ୍କ ଯୋଡ଼ି କ୍ରିଜ୍‌ରେ ଜମି ଯାଇଥିଲା। ଉଭୟ କ୍ରିଜ୍‌ରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଦେଢ଼ଶହରୁ ଅଧିକ ରନ୍‌ର ପାର୍ଟନରଶିପ ହୋଇସାରିଲାଣି। ଚତୁର୍ଥ ୱିକେଟ୍‌ରେ ସେମାନଙ୍କ ମଧ୍ୟରେ ୧୫୯ ରନ୍‌ର ଭାଗିଦାରୀ ହୋଇସାରିଲାଣି। ହେଡ୍‌ ଶତକ ମଧ୍ୟ କରିସାରିଲେଣି। ଆଉ ଏହା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି। ଏହି ପାର୍ଟନରଶିପଙ୍କୁ ନଭାଙ୍ଗିଲେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାର ବହୁ ସମ୍ଭାବନା ଅଛି। 

ଖବର ଲେଖାଯିବା ବେଳକୁ ଟି’ ବ୍ରେକ୍ ହୋଇଥିବା ବେଳେ ଟ୍ରାଭିସ୍ ହେବ ୧୧୮ଟି ବଲ୍‌ରୁ ୧୩ଟି ଚୌକା ସହାୟତାରେ  ୧୦୩ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍‌ ୧୪୯ଟି ବଲ୍‌ରୁ ୬ ଚୌକା ସହାୟତାରେ ୬୫ ରନ୍ କରି ଅପରାଜିତ ଅଛନ୍ତି। ଦଳ ୩ଟି ୱିକେଟ ହରାଇ ୨୩୪ ରନ୍ କରିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୨ଟି ୱିକେଟ୍ ପାଇଥିବା ବେଳେ ନୀତୀଶ କୁମାର ରେଡ୍ଡୀ ଗୋଟିଏ ୱିକେଟ୍ ପାଇଛନ୍ତି। 

ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳା ଯାଇଥିବା ବେଳେ ଭାରତ ୨୯୫ ରନ୍‌ରେ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଆଡିଲେଡ୍‌ରେ ଦଳ ଆତ୍ମସମର୍ପଣ କରି ଦେଇଥିଲା। ୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। 

INDvsAUS Travis Head
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe