Advertisment

ଅଷ୍ଟ୍ରେଲିଆ ଟିମରେ ପଶିଲା କରୋନା, ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ପଜିଟିଭ୍

ମେଲବର୍ଣ୍ଣ: ଐତିହାସିକ ଆଶେସ୍ ସିରିଜରେ ଗୋଟିଏ ପରେ ଗୋଟିଏ କରୋନା ଭାଇରସ୍ ମାମଲା ବଢ଼ିବାରେ ଲାଗିଛି। ଚତୁର୍ଥ ଟେଷ୍ଟର ଠିକ୍ ପୂର୍ବରୁ ଏବେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଟ୍ରେଭିସ୍ ହେଡ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆସନ୍ତା ୫ ତାରିଖରୁ ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ହେଡ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ମିଚେଲ୍ ମାର୍ଶ, ନିକ୍ ମାଡିସନ୍ ଓ ଜୋଶ୍ ଇଂଲିଶଙ୍କୁ ସାମିଲ୍ କରିଛି। ଯେହେତୁ ହେଡ୍ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆ ଟିମରେ ପଶିଲା କରୋନା, ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ପଜିଟିଭ୍

head

Advertisment

ମେଲବର୍ଣ୍ଣ: ଐତିହାସିକ ଆଶେସ୍ ସିରିଜରେ ଗୋଟିଏ ପରେ ଗୋଟିଏ କରୋନା ଭାଇରସ୍ ମାମଲା ବଢ଼ିବାରେ ଲାଗିଛି। ଚତୁର୍ଥ ଟେଷ୍ଟର ଠିକ୍ ପୂର୍ବରୁ ଏବେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଟ୍ରେଭିସ୍ ହେଡ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆସନ୍ତା ୫ ତାରିଖରୁ ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ହେଡ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ମିଚେଲ୍ ମାର୍ଶ, ନିକ୍ ମାଡିସନ୍ ଓ ଜୋଶ୍ ଇଂଲିଶଙ୍କୁ ସାମିଲ୍ କରିଛି।

Advertisment

ଯେହେତୁ ହେଡ୍ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍, ତେଣୁ କ୍ରିକେଟ୍ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଉସମାନ ଖ୍ୱାଜାଙ୍କୁ ସୁଯୋଗ ମିଳିପାରେ। କାରଣ ଖ୍ୱାଜା ମଧ୍ୟ ଝଣେ ବାମହାତୀ ବ୍ୟାଟ୍ସମ୍ୟାନ୍। ୨୦୧୯ ପରଠାରୁ ସେ ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ତେବେ ଘରୋଇ କ୍ରିକେଟ୍ ଶେଫିଲ୍ଡ ଶିଲ୍ଡରେ ସେ ଜବରଦସ୍ତ ଫର୍ମରେ ଥିଲେ। ସେ ପାଖାପାଖି ୬୮ ହାରରେ ୪୦୪ ରନ୍ କରିଥିଲେ। ଖ୍ୱାଜା ଅଷ୍ଟ୍ରେଲିଆ ପକ୍ଷରୁ ୪୪ ଟେଷ୍ଟ ଖେଳି ୮ ଶତକ ସହ ୨୮୮୭ ରନ୍ କରିଛନ୍ତି।

https://twitter.com/FOXSportsAUS/status/1476721242765881346?s=20

ଦିନକ ପୂର୍ବରୁ ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୁନ୍ କୋଭିଡ-୧୯ ଭ୍ୟାକସିନର ଦୁଇଟି ଯାକ ଡୋଜ୍ ନେଇଥିଲେ। ତାଙ୍କ ସ୍ଥାନରେ ଷ୍ଟିଭ୍ ବର୍ଣ୍ଣାଡ ଆଶେସ୍ ସିରିଜର ଚତୁର୍ଥ ଟେଷ୍ଟରେ ରେଫରୀ ଭୂମିକା ତୁଲାଇପାରନ୍ତି।

Advertisment

ଅନ୍ୟପଟେ ଇଂଲଣ୍ଡ ଟିମରେ ମଧ୍ୟ କରୋନା ସଂକ୍ରମଣର ୭ ମାମଲା ସାମ୍ନାକୁ ଆସିବା ପରେ କୋଚ୍ କ୍ରିସ୍ ସିଲଭରଉଡ୍ ଆଇସୋଲେସନରେ ରଖାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ସେ ଟିମ୍ ସହ ରହିବେ ନାହିଁ। ଇଂଲଣ୍ଡ ଟିମର କୌଣସି ସଦସ୍ୟଙ୍କ ପରିବାର ଲୋକେ ସଂକ୍ରମିତ ହେବା ପରେ ସିଲଭରଉଡଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିବ। ହେଲେ ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ। ସେ ନିଜ ପରିବାର ସହ ୧୦ ଦିନ ମେଲବର୍ଣ୍ଣରେ ଆଇସୋଲେସନରେ ରହିବେ।

ଅଷ୍ଟ୍ରେଲିଆରେ ଏବେ କୋଭିଡ୍ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ଅର୍ଥାତ୍ ଡିସେମ୍ବର ୩୦ ତାରିଖରେ ୩୦ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି। ତେଣୁ ଦିନକରେ ଏତେ ସଂଖ୍ୟକ ଲୋକେ ଆକ୍ରାନ୍ତ ହେବ, ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ତା’ଛଡ଼ା କରୋନା ଏବେ ଜାତୀୟ ଦଳରେ ପ୍ରବେଶ କରିସାରିଥିବାରୁ ଟେନସନକୁ ଡବଲ୍ କରିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ଆଶେସ୍ ସିରିଜକୁ ୩-୦ରେ ଆଗୁଆ କବଜା କରିସାରିଛି। ବାକି ଦୁଇଟି ଯାକ ଟେଷ୍ଟ ଜିତି ଅଷ୍ଟ୍ରେଲିଆ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe