Advertisment

ଦକ୍ଷିଣ ଆଫ୍ରିକାର ଅଧିନାୟକଙ୍କୁ ପ୍ୟାଭିଲିୟନ ପଠାଇଲା ନ୍ୟୁଜିଲ୍ୟାଣ୍ଡ

କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ନ୍ୟୁଜିଲ୍ୟାଣ୍ତ ଆଜି ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

author-image
Hemant Lenka
NZ

NZ

ପୁଣେରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ୱିକେଟ ଭାବେ ପ୍ୟାଭିଲିୟନ ଫେରିଛନ୍ତି ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା। ତାଙ୍କୁ ଦ୍ରୁତ ବୋଲର ଟେଣ୍ଟ ବୋଲ୍ଟ ଆଉଟ କରିଛନ୍ତି। ଆଜି ସେ ୨୮ ବଲରେ ୨୪ ରନ କରିଛନ୍ତି।

Advertisment

କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ନ୍ୟୁଜିଲ୍ୟାଣ୍ତ ଆଜି ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଦକ୍ଷିଣ ଆଫ୍ରିକାର ଦୁଇ ଓପନର ତେମ୍ବା ବଭୂମା ଓ ଇନଫର୍ମ କ୍ୱିଣ୍ଟନ ଡି’କକ ଆଜି ଆରମ୍ଭରୁ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ବଭୂମାଙ୍କ ବ୍ୟାଟରୁ କିଛି ଚୌକା ଓ ଗୋଟିଏ ଛକା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ଦଳୀୟ ସ୍କୋର ୩୮ ଥିବା ବେଳେ ବଭୂମା ଆଉଟ ହୋଇ ଯାଇଛନ୍ତି।

ସବୁବେଳେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଡି’କକ ଆଜି ବେଶ ସତର୍କତାର ସହ ଖେଳୁଛନ୍ତି। ତାଙ୍କୁ ସାଥ ଦେବାକୁ କ୍ରିଜକୁ ଆସିଛନ୍ତି ରସି ଭାନ ଡେର ଡୁସେନ। ଉଭୟ ବେଶ ଭଲ ଭାବେ କ୍ୱିୱି ଟିମର ମୁକାବିଲା କରିବାକୁ ଚେଷ୍ଟା କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି। ଡି’କକ କ୍ରିଜ୍‌ରେ ସେଟ ହୋଇ ସାରିଥିବାରୁ ତାଙ୍କ ବ୍ୟାଟରୁ ଦଳ ପୁଣି ଗୋଟିଏ ବଡ଼ ଇନିଂସର ଆଶା ରଖିଛି। 

Advertisment

ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୧୬ ଓଭର୍‌ରେ ୧ ୱିକେଟ ହରାଇ ୭୩ ରନ କରି ନେଇଛି। ଡି’କକ ୩୩ ଓ ଡୁସେନ ୧୨ ରନ କରି ଅପରାଜିତ ରହିଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ତା’ର ପୂର୍ବ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ତେଣୁ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଅଷ୍ଟ୍ରେଲିଆ ପୂର୍ବରୁ ଦଳ ଭାରତ ବିପକ୍ଷରେ ମଧ୍ୟ ପରାସ୍ତ ହୋଇଥିଲା। ଲଗାତର ଦୁଇଟି ମ୍ୟାଚ୍‌ ହାରିଥିବାରୁ ଆଜି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ନିହାତି ଜରୁରୀ। ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଲକି ଫର୍ଗୁସନଙ୍କ ସ୍ଥାନରେ ଅଭିଜ୍ଞ ଟିମ ସାଉଦିଙ୍କୁ ଆଜି ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ପୂର୍ବ ମ୍ୟାଚ୍‌ରେ ପାକିସ୍ତାନକୁ ଗୋଟିଏ ୱିକେଟରେ ହରାଇଥିଲା। ଯଦି ଦଳ ଆଜି ଜିତିବ, ତା’ହେଲେ ଭାରତକୁ ହଟାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚି ଯିବ।

ICC ICC Men’s Cricket World Cup 2023 ICC World Cup 2023