Advertisment

ଟି ଦିଲୀପ ରହିବେ, ଗମ୍ଭୀରଙ୍କ କୋଚିଂ ଟିମରେ ସାମିଲ ହେବେ ଏହି ଦୁଇ ଜଣ

ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍‌ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ ଟିମ ଇଣ୍ଡିଆ ସହ ରହିବେ।

GG

GG

Advertisment

ଭାରତୀୟ କ୍ରିକେଟ ଟିମର ସହାୟକ ବା ସହଯୋଗୀ କୋଚ୍ ଭାବେ ବିସିସିଆଇ ଅଭିଷେକ ନାୟର ଓ ନେଦରଲ୍ୟାଣ୍ଡ୍ସର ପୂର୍ବତନ ଖେଳାଳି ରୟାନ ଟେନ ଡେସକାଟେଙ୍କୁ ନିଯୁକ୍ତ କରିବାକୁ ଯାଉଥିବା ଜଣାପଡ଼ିଛି।

Advertisment

ଅବଶ୍ୟ ଏଯାଏ ଏନେଇ କୌଣସି ବିଧିବଦ୍ଧ ବିବୃତି ପ୍ରକାଶ ପାଇ ନାହିଁ, କିନ୍ତୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ କୋଚିଂ ଟିମରେ ଏହି ଦୁଇ ହେଭିୱେଟ ସାମିଲ ହେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏପରି କି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ନାୟର ମଧ୍ୟ ଗମ୍ଭୀରଙ୍କୁ ସହାୟତା ପାଇଁ ଗସ୍ତ କରିବେ।

ଗମ୍ଭୀର ଆଇପିଏଲ ଟିମ କେକେଆରର ମେଣ୍ଟୋର ଥିବା ବେଳେ ନାୟର ଉକ୍ତ ଟିମର ସହାୟକ କୋଚ୍ ଓ ଡେସକାଟେ ଫିଲ୍ଡିଂ କୋଚ୍‌ ରହିଥିଲେ। ତେଣୁ ଉଭୟଙ୍କୁ ଗମ୍ଭୀରଙ୍କ ପରାମର୍ଶରେ ହିଁ ଟିମ ଇଣ୍ଡିଆର କୋଚିଂ ଟିମରେ ସାମିଲ କରାଯାଉଥିବା ଜଣାପଡ଼ିଛି।

Advertisment

ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍‌ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ ଟିମ ଇଣ୍ଡିଆ ସହ ରହିବେ।

ଅନ୍ୟପକ୍ଷରେ ଟିମ ଇଣ୍ଡିଆର ବୋଲିଂ କୋଚ୍‌ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମୋର୍ଣ୍ଣି ମୋର୍କେଲ ଏହି ଦୌଡ଼ରେ ଆଗରେ ଥିବା କୁହାଯାଉଛି। ମୋର୍କେଲ ମଧ୍ୟ ଗମ୍ଭୀରଙ୍କ ସହ କୋଲକାତା ନାଇଟ ରାଇଡର୍ସ ପାଇଁ କାମ କରି ସାରିଛନ୍ତି।

୨୦୧୪ରୁ ୨୦୧୬ ଯାଏ ମୋର୍କେଲ କେକେଆର ପାଇଁ ଗମ୍ଭୀରଙ୍କ କ୍ୟାପ୍ଟେନ୍ସିରେ ଖେଳିଥିଲେ। ଦଳ ୨୦୧୪ରେ ଟ୍ରଫି ମଧ୍ୟ ଜିତିଥିଲା। ଏବେ ବିସିସିଆଇ ତାଙ୍କ ସହ ବୋଲିଂ କୋଚ ପଦ ପାଇଁ କଥା ହେଉଥିବା ଜଣାପଡ଼ିଛି।

ରିପୋର୍ଟ ମୁତାବକ ଟି ଦିଲୀପ ଓ ନାୟର ଟିମ ଇଣ୍ଡିଆ ସହ ଶ୍ରୀଲଙ୍କା ଗସ୍ତ କରିବେ। ହେଲେ ଟେନ ଡେସକାଟ କେବେ କୋଚିଂ ଟିମରେ ସାମିଲ ହେବେ, ସେକଥା ଜଣାପଡ଼ିନି। କାରଣ ଏବେ ସେ ମେଜର ଲିଗ କ୍ରିକେଟରେ ଏଲଏ ନାଇଟ ରାଇଡର୍ସର କୋଚିଂ ଦାୟିତ୍ୱରେ ଅଛନ୍ତି।

Indian Cricket Team Gautam Gambhir Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe