Advertisment

ଅଣ୍ଡର୍-୧୯ ଏସିଆ କପ୍: ଭାରତ-ବାଂଲା ସେମି ଲଢ଼େଇ

ନୂଆଦିଲ୍ଲୀ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-୧୯ ଏସିଆ କପର ଶେଷ ଲିଗ୍ ମ୍ୟାଚ୍ କୋଭିଡ୍-୧୯ ସଂକ୍ରମଣ କାରଣରୁ ବାତିଲ୍ ହେବା କରିଦିଆଯାଇଛି। ଯାହା ପରେ ସେମିରେ ଭାରତର ସାମ୍ନା ବାଂଲାଦେଶ ସହ ହେବା ସ୍ଥିର ହୋଇଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ହିଁ ସେମିଫାଇନାଲକୁ କ୍ୱାଲିଫାଏ କରିସାରିଥିଲେ। ଉନ୍ନତ ନେଟ୍ ରନରେଟ୍ ଆଧାରରେ ବାଂଲାଦେଶ ଗ୍ରୁପ୍-ଏ’ର ଶୀର୍ଷରେ ରହିଛି। ଆସନ୍ତା ୩୦ […]

ଅଦ୍ୟତନ ହୋଇଛି
ଅଣ୍ଡର୍-୧୯ ଏସିଆ କପ୍: ଭାରତ-ବାଂଲା ସେମି ଲଢ଼େଇ

india11

Advertisment

ନୂଆଦିଲ୍ଲୀ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-୧୯ ଏସିଆ କପର ଶେଷ ଲିଗ୍ ମ୍ୟାଚ୍ କୋଭିଡ୍-୧୯ ସଂକ୍ରମଣ କାରଣରୁ ବାତିଲ୍ ହେବା କରିଦିଆଯାଇଛି। ଯାହା ପରେ ସେମିରେ ଭାରତର ସାମ୍ନା ବାଂଲାଦେଶ ସହ ହେବା ସ୍ଥିର ହୋଇଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ହିଁ ସେମିଫାଇନାଲକୁ କ୍ୱାଲିଫାଏ କରିସାରିଥିଲେ।

Advertisment

ଉନ୍ନତ ନେଟ୍ ରନରେଟ୍ ଆଧାରରେ ବାଂଲାଦେଶ ଗ୍ରୁପ୍-ଏ’ର ଶୀର୍ଷରେ ରହିଛି। ଆସନ୍ତା ୩୦ ତାରିଖରେ ଟିମର ସାମ୍ନା ଭାରତ ସହ ହେବ। ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାର ସାମ୍ନା ପାକିସ୍ତାନ ସହ ୩୦ ତାରିଖରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍ ଜାନୁଆରୀ ୧ ତାରିଖରେ ଖେଳାଯିବ।

https://twitter.com/ACCMedia1/status/1475758204550205442?s=20

https://twitter.com/ACCMedia1/status/1475758810362900484?s=20

ଗ୍ରୁପ୍-ଏ’ରେ ପାକିସ୍ତାନ ଟିମ୍ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ ତିନୋଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଭାରତ ତିନିରୁ ଦୁଇ ମ୍ୟାଚ୍ ଜିତି ଦ୍ୱିତୀୟରେ ରହିଛି। ଭାରତ ଗୋଟିଏ ମ୍ୟାଚ୍ ପାକିସ୍ତାନ ନିକଟରୁ ହାରିଥିଲା। ଏବେ ଯେଉଁଭଳି ଭାବେ ସେମିଫାଇନାଲ୍ କାର୍ଯ୍ୟସୂଚୀ ସ୍ଥିର ହୋଇଛି, ତାକୁ ଦୃଷ୍ଟିରେ ରଖି ଫାଇନାଲରେ ଭାରତ ଓ ପାକିସ୍ତାନ ପୁଣିଥରେ ମୁହାଁମୁହିଁ ହୋଇପାରନ୍ତି। ଏହାଦ୍ୱାରା ମ୍ୟାଚ୍ ବହୁତ ରୋମାଞ୍ଚକର ହୋଇପାରେ।

Advertisment

ଗ୍ରୁପ୍-ବି’ର ଶେଷ ମ୍ୟାଚରେ ୩୨.୪ ଓଭରର ଖେଳ ଶେଷ ହୋଇସାରିଥିଲା। ତେବେ ଏହି ସମୟରେ ଦୁଇ ଅଫିସିଆଲ୍ସଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ମ୍ୟାଚକୁ ତୁରନ୍ତ ବାତିଲ କରିଦିଆଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୩୨.୪ ଓଭରରେ ୪ ୱିକେଟ ହରାଇ ୧୩୦ ରନ୍ କରିଥିଲା। ଆରିଫୁଲ ଇସଲାମ ୧୯ ଓ ମହମ୍ମଦ ଫହୀମ୍ ୨୭ ରନ୍ କରି ଅପରାଜିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe