/odisha-reporter/media/post_attachments/uploadimage/library/16_9/16_9_0/Toss_Time__1707638637.jpg)
Toss Time
ଆଜି ଦକ୍ଷିଣ ଆଫ୍ରିକାରେ ଖେଳାଯାଉଛି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ୍ ଲଢେଇରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ବାହିନୀ।
ଆଜିର ଫାଇନାଲ୍ ଲଢେଇ ସହ ଯୁବ ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳୁଛି। ଦଳ ପୂର୍ବରୁ ୮ ଥର ଫାଇନାଲ ଖେଳିଥିବା ବେଳେ ୫ ଥର ଚାମ୍ପିୟନ ହୋଇଥିଲା। ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତକୁ ଏହି ସଫଳତା ମିଳିଥିଲା। ୨୦୨୪ରେ ଷଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଉଦୟ ବାହିନୀ।
ଅନ୍ୟପକ୍ଷରେ ୬ ବର୍ଷ ପରେ ଫାଇନାଲ ଖେଳିବାକୁ ସୁଯୋଗ ପାଇଛି ଅଷ୍ଟ୍ରେଲିଆ। ଦଳ ୧୯୮୮, ୨୦୦୨ ଓ ୨୦୧୦ରେ ଏହି ଟ୍ରଫି ଜିତିଥିଲା। ୨୦୧୨ ଓ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ସୁଦ୍ଧା ହାରି ଯାଇଥିଲା। ଏଥର ବିଶ୍ୱକପ୍ ପାଇଁ ଆଟାକିଂ ମୁଡରେ ରହିଛି କଙ୍ଗାରୁ ଟିମ୍। ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଏବଂ ଦ୍ୱିତୀୟ ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି।
ଭାରତର ପ୍ଲେୟିଂ ଇଲେଭେନ: ଆଦର୍ଶ ସିଂହ, ଅର୍ଶିନ କୁଳକର୍ଣ୍ଣି, ମୁଶୀର ଖାନ, ଉଦୟ ସାହାରାନ (କ୍ୟାପ୍ଟେନ), ପ୍ରିୟାଂଶୁ ମୋଲିୟା, ସଚିନ ଧାସ, ଆରଭେଲି ଅବନୀଶ (ୱିକେଟ କିପର୍), ମୁରୁଗାନ୍ ଅଭିଷେକ, ରାଜ ଲିମ୍ବାନି, ନମନ ତିୱାରୀ, ସୌମୀ ପାଣ୍ଡେ
🚨 Toss Update 🚨
Australia have elected to bat in the #U19WorldCup Final.
Follow the match ▶️ https://t.co/RytU4cGJLu#TeamIndia | #BoysInBlue | #INDvAUSpic.twitter.com/8qSttXgLus
— BCCI (@BCCI) February 11, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
