Advertisment

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲ୍: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ଆଜି ଦକ୍ଷିଣ ଆଫ୍ରିକାରେ ଖେଳାଯାଉଛି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲ।

ଅଦ୍ୟତନ ହୋଇଛି
Toss Time

Toss Time

Advertisment

ଆଜି ଦକ୍ଷିଣ ଆଫ୍ରିକାରେ ଖେଳାଯାଉଛି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ ଫାଇନାଲ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ୍ ଲଢେଇରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି କଙ୍ଗାରୁ ବାହିନୀ। 

Advertisment

ଆଜିର ଫାଇନାଲ୍ ଲଢେଇ ସହ ଯୁବ ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳୁଛି। ଦଳ ପୂର୍ବରୁ ୮ ଥର ଫାଇନାଲ ଖେଳିଥିବା ବେଳେ ୫ ଥର ଚାମ୍ପିୟନ ହୋଇଥିଲା। ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଭାରତକୁ ଏହି ସଫଳତା ମିଳିଥିଲା। ୨୦୨୪ରେ ଷଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଉଦୟ ବାହିନୀ। 

ଅନ୍ୟପକ୍ଷରେ ୬ ବର୍ଷ ପରେ ଫାଇନାଲ ଖେଳିବାକୁ ସୁଯୋଗ ପାଇଛି ଅଷ୍ଟ୍ରେଲିଆ। ଦଳ ୧୯୮୮, ୨୦୦୨ ଓ ୨୦୧୦ରେ ଏହି ଟ୍ରଫି ଜିତିଥିଲା। ୨୦୧୨ ଓ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ସୁଦ୍ଧା ହାରି ଯାଇଥିଲା। ଏଥର ବିଶ୍ୱକପ୍ ପାଇଁ ଆଟାକିଂ ମୁଡରେ ରହିଛି କଙ୍ଗାରୁ ଟିମ୍। ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଏବଂ ଦ୍ୱିତୀୟ ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି।

Advertisment

ଭାରତର ପ୍ଲେୟିଂ ଇଲେଭେନ: ଆଦର୍ଶ ସିଂହ, ଅର୍ଶିନ କୁଳକର୍ଣ୍ଣି, ମୁଶୀର ଖାନ, ଉଦୟ ସାହାରାନ (କ୍ୟାପ୍ଟେନ), ପ୍ରିୟାଂଶୁ ମୋଲିୟା, ସଚିନ ଧାସ, ଆରଭେଲି ଅବନୀଶ (ୱିକେଟ କିପର୍), ମୁରୁଗାନ୍ ଅଭିଷେକ, ରାଜ ଲିମ୍ବାନି, ନମନ ତିୱାରୀ, ସୌମୀ ପାଣ୍ଡେ

Cricket World Cup Under 19 WC U19 CWC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe