Advertisment

ପୁଣି ଡି’କକ ବିସ୍ଫୋରଣ, ବାଂଲାଦେଶକୁ ୩୮୩ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୮୨ ରନ କରିନେଇଛି। ମିଲର ଶେଷ ଯାଏ ୧୫ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

SA

SA

Advertisment

ଭାରତରେ ଚାଲିଥିବା ବିଶ୍ୱକପରେ ପୁଣି ଗର୍ଜିଛି ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକଙ୍କ ବ୍ୟାଟ। ଡି’କକଙ୍କ ବିସ୍ଫୋରକ ୧୭୪ ରନ ବଳରେ ବାଂଲାଦେଶର ବୋଲରମାନେ ସଂପୂର୍ଣ୍ଣ ଧରାଶାୟୀ ହୋଇଛନ୍ତି। ଡି’କକଙ୍କ ବ୍ୟତୀତ ହେନରିଚ କ୍ଲାସେନ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଇଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଥିବା କ୍ଲାସେନ ଆଜି ମଧ୍ୟ ୪୯ ବଲରେ ୯୦ ରନର ଇନିଂସ ଖେଳିଛନ୍ତି। ଏହାକୁ ଆଧାର କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୮୨ ରନ କରିଛି। ଏବେ ବାଂଲାଦେଶକୁ ବିଶ୍ୱକପର ଏହି ମ୍ୟାଚ୍‌କୁ ଜିତିବା ପାଇଁ ୩୮୩ ରନର ଟାର୍ଗେଟ ମିଳିଛି।

ମୁମ୍ବାଇର ୱାଙ୍ଖେଡେରେ ଖେଳାଯାଉଥିବା ବିଶ୍ୱକପର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାର୍କରମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳୀୟ ସ୍କୋର ୩୩ ଥିବା ବେଳେ ରୀଜା ହେଣ୍ଡ୍ରିକ୍ସ(୧୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ ଶୋରିଫୁଲ ଇସଲାମ। ରସି ଭାନ ଡେର ଡୁସେନ(୧)ଙ୍କୁ ଆଉଟ କରି ମେହିଦୀ ହାସନ ମିରାଜ ଦକ୍ଷିଣ ‌ଆଫ୍ରିକାକୁ ଦ୍ୱିତୀୟ ଝଟକା ଦେଇଥିଲେ।

Advertisment

୩୬ ରନରେ ଦଳ ଦ୍ୱିତୀୟ ୱିକେଟ ହରାଇଥିଲା। ଏହାପରେ ଡି’କକ ଓ ମାର୍କରମ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ବି ହାସଲ କରିଥିଲେ। ତୃତୀୟ ୱିକେଟ ପାଇଁ ଡି’କକ ଓ ମାର୍କମ ଯୋଡ଼ି ୧୩୬ ରନ ଯୋଡ଼ିଥିଲେ।

ଉଭୟ କ୍ରିଜ୍‌ରେ ମଧ୍ୟ ସେଟ ହୋଇଯାଇଥିଲେ। କିନ୍ତୁ ଦଳୀୟ ସ୍କୋର ୧୬୭ ଥିବା ବେଳେ ମାର୍କରମ ବ୍ୟକ୍ତିଗତ ୬୦ ରନ କରି ବାଂଲାଦେଶ ଅଧିନାୟକ ସାକିବଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲା।

ଦକ୍ଷିଣ ଆଫ୍ରିକା ମାର୍କରମଙ୍କୁ ହରାଇଥିଲେ ମଧ୍ୟ ଡି’କକଙ୍କ ଉପରେ ଏହାର ପ୍ରଭାବ ପକାଇ ନଥିଲା। ସେ ବଡ଼ବଡ଼ ଶଟ ଖେଳି ପ୍ରଥମେ ନିଜର ଶତକ ହାସଲ କରିଥିଲେ। ଏହା ଚଳିତ ବିଶ୍ୱକପରେ ଡି’କକଙ୍କ ତୃତୀୟ ଶତକ। ଏହା ପୂର୍ବରୁ ସେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ମଧ୍ୟ ଶତକ ମାରିଥିଲେ। ଆଜି ଡି’କକ ଶତକ ମାରିବା ପରେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ସେ ବାଂଲାଦେଶର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

ଡି’କକଙ୍କ ମାଡ଼ ଦେଖି କ୍ଲାସେନ ମଧ୍ୟ ଆଟାକିଂ ମୁଡ୍‌କୁ ଚାଲିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦକ୍ଷିଣ ଆଫ୍ରିକାରର ସ୍କୋରକୁ ୩୦୦ ପାର କରାଇଥିଲେ। ଏତିକି ବେଳେ ୧୪୦ ବଲରେ ୧୭୪ ରନ ଇନିଂସ ଖେଳିଥିବା ଡି’କକ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇ ଯାଇଥିଲେ। ତାଙ୍କୁ ହାସନ ମହମୁଦ ଆଉଟ କରିଥିଲେ। ଡି’କକ ତାଙ୍କ ବିସ୍ଫୋରକ ଇନିଂସରେ ୧୫ଟି ଚୌକା ଓ ୭ଟି ଛକା ମାରିଛନ୍ତି।

ଡି’କକ ଆଉଟ ହେବା ପରେ ସେଟ ହୋଇ ସାରିଥିବା କ୍ଲାସେନ ଆଟାକ ଆରମ୍ଭ କରିଥିଲେ। ଡାଭିଡ ମିଲର ମଧ୍ୟ ବଡ଼ ଶଟ ଖେଳିବାକୁ ପଛାଇ ନଥିଲେ। କ୍ଲାସେନ ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ଆଡ଼କୁ ମଧ୍ୟ ଯାଉଥିଲେ। ଶେଷ ୬ ବଲରେ ଶତକ ପୂରଣ ପାଇଁ ତାଙ୍କୁ ୧୬ ରନର ଆବଶ୍ୟକ ଥିଲା।

ସେ ପ୍ରଥମ ବଲରେ ଛକା ମଧ୍ୟ ମାରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ଆଉଟ ହୋଇ ଯାଇଥିଲେ। କ୍ଲାସେନ ୪୯ ବଲରେ ୯୦ ରନର ଇନିଂସ ଖେଳିଛନ୍ତି। ଏଥିରେ ୮ଟି ଛକା ଓ ୨ଟି ଚୌକା ରହିଛି। ମିଲର ଶେଷ ଓଭର୍‌ରେ କିଛି ବଡ଼ ଶଟ ଖେଳିବାରୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୮୨ ରନ କରିନେଇଛି। ମିଲର ଶେଷ ଯାଏ ୧୫ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ହାସନ ୨ଟି ୱିକେଟ ନେଇଥିବା ବେଳେ ମିରାଜ, ସାକିବ ଓ ଶୋରିଫୁଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe