Advertisment

ଉମେଶ ଚମକ, ପଞ୍ଜାବ ୧୩୭ ରନ୍‌ରେ ଅଟକିଲା

ମୁମ୍ବାଇ: ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ। ଉମେଶଙ୍କ ୪ ୱିକେଟ ସଫଳତା ବଳରେ  ପଞ୍ଜାବ କିଙ୍ଗସ ୧୮.୫ ଓଭର୍‌ରେ ୧୩୭ ରନ୍‌ରେ ଅଲଆଉଟ କରି ଦେଇଛନ୍ତି କୋଲକାତା। ଫଳରେ କୋଲାକତାକୁ ଆଇପିଏଲରେ ଦ୍ୱିତୀୟ ବିଜୟ ପାଇଁ ୧୩୮ ରନ୍‌ର ଟାର୍ଗେଟ ମିଳିଛି। କୋଲକାତାର ସ୍ପିନର ବରୁଣ ଚକ୍ରବର୍ତ୍ତୀ କୌଣସି ୱିକେଟ ନେଇ ନଥିଲେ ମଧ୍ୟ ୪ ଓଭର୍‌ରେ ମାତ୍ର ୧୪ ରନ୍‌ ବ୍ୟୟ କରିଛନ୍ତି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା […]

ଉମେଶ ଚମକ, ପଞ୍ଜାବ ୧୩୭ ରନ୍‌ରେ ଅଟକିଲା

Umesh

Advertisment

ମୁମ୍ବାଇ: ପୁଣିଥରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମକିଛନ୍ତି ଉମେଶ ଯାଦବ। ଉମେଶଙ୍କ ୪ ୱିକେଟ ସଫଳତା ବଳରେ  ପଞ୍ଜାବ କିଙ୍ଗସ ୧୮.୫ ଓଭର୍‌ରେ ୧୩୭ ରନ୍‌ରେ ଅଲଆଉଟ କରି ଦେଇଛନ୍ତି କୋଲକାତା। ଫଳରେ କୋଲାକତାକୁ ଆଇପିଏଲରେ ଦ୍ୱିତୀୟ ବିଜୟ ପାଇଁ ୧୩୮ ରନ୍‌ର ଟାର୍ଗେଟ ମିଳିଛି। କୋଲକାତାର ସ୍ପିନର ବରୁଣ ଚକ୍ରବର୍ତ୍ତୀ କୌଣସି ୱିକେଟ ନେଇ ନଥିଲେ ମଧ୍ୟ ୪ ଓଭର୍‌ରେ ମାତ୍ର ୧୪ ରନ୍‌ ବ୍ୟୟ କରିଛନ୍ତି।

Advertisment

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି କୋଲକାତା ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଉମେଶ ଯାବଦ ସଠିକ ସାବ୍ୟସ୍ତ କରି ପ୍ରଥମ ଓଭର୍‌ରେ ହିଁ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ(୧)ଙ୍କୁ ଆଉଟ କରିଥିଲେ।

ଶିଖର ଧୱନ(୧୬) ଟିମ ସାଉଦିଙ୍କ ଶିକାର ବନିଥିଲେ। ଭାନୁକା ରାଜପାକ୍ଷେପ ବିସ୍ଫୋରକ ଆରମ୍ଭ କରି ୯ ବଲ୍‌ରେ ୩୧ ରନ୍‌ର ଇନିଂସ ଖେଳିଥିଲେ ହେଁ ବେଶୀ ସମୟ କ୍ରିଜ୍‌ରେ ତିଷ୍ଟି ପାରିନଥିଲେ। ତାଙ୍କ ୱିକେଟ ଶିବମ ମାଭିଙ୍କ ଖାତାକୁ ଯାଇଥିଲା। ଲିଆମ ଲିଭିଙ୍ଗ ଷ୍ଟୋନ(୧୯), ରାଜ ବାୱା(୧୧) ଓ ଶାହରୁଖ ଖାନ(୦) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ।

Advertisment

ଲିଭିଙ୍ଗଷ୍ଟୋନଙ୍କୁ ଉମେଶ ଆଉଟ କରିଥିବା ବେଳେ ରାଜ ବାୱାଙ୍କୁ ସୁନୀଲ ନାରିନ ଓ ଶାହାରୁଖଙ୍କୁ ସାଉଦି ପ୍ୟାଭିଲିୟନ ପଠାଇଥିଲେ। ହରପ୍ରୀତ ବାର୍ର ୧୪ ରନ୍‌ କରିଥିଲେ ମଧ୍ୟ ଉମେଶ ଯାଦବଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଓଡେନ ସ୍ମିଥ ୯ ଓ ରାହୁଲ ଚହର ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି।

ଶେଷ ଭାଗରେ କାଗିସୋ ରାବଡା ୧୬ ବଲରେ ୨୫ ରନ୍‌ କରିବାରୁ ପଞ୍ଜାବ ୧୩୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା। ତାଙ୍କୁ ଆନ୍ଦ୍ରେ ରସେଲ ଆଉଟ କରି ପଞ୍ଜାବକୁ ୯ମ ଝଟକା ଦେଇଥିଲେ। ଶେଷରେ ଅର୍ଶଦୀପ ସିଂହ(୦)ଙ୍କୁ ରନ୍‌ ଆଉଟ କରି ନୀତୀଶ ରାଣା ପଞ୍ଜାବ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

କୋଲକାତା ପକ୍ଷରୁ ଉମେଶ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସାଉଦ ୨ଟି, ନାରିନ, ରସେଲ ଓ ମାଭି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe