Advertisment

ଦ୍ୱିତୀୟ ଥର ବାପା ହେଲେ କ୍ରିକେଟର ଉମେଶ ଯାଦବ

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ ପବିତ୍ର ହୋଲିରେ ଦ୍ୱିତୀୟ ଥର ବାପା ହୋଇଛନ୍ତି।

Umesh yadav

Umesh yadav

Advertisment

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ ପବିତ୍ର ହୋଲିରେ ଦ୍ୱିତୀୟ ଥର ବାପା ହୋଇଛନ୍ତି। ଉମେଶଙ୍କ ପତ୍ନୀ ତନୟା ଆଜି ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହ ଟେଷ୍ଟ ସିରିଜ ପାଇଁ ବ୍ୟସ୍ତ ଥିବା ଉମେଶ ଏ ସମ୍ପର୍କରେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

ସବୁଠାରୁ କୌତହଳର ବିଷୟ ହେଉଛି, ଉମେଶ ପ୍ରଥମଥର ଯେତେବେଳେ ୨୦୨୧ରେ ବାପା ହୋଇଥିଲେ ସେତେବେଳେ ମଧ୍ୟ ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଥିଲେ। ଏବେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଳେ ଉମେଶ ପୁଣି ବାପା ହୋଇଛନ୍ତି। ଉମେଶଙ୍କ ବଡ଼ ଝିଅଙ୍କ ବର୍ଷ ୨ ବର୍ଷ।

ପତ୍ନୀଙ୍କ ପାଖରେ ଥିବା ଉମେଶ ଆଜି ବାପା ହୋଇଥିବାରୁ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଖେଳି ନ ପାରନ୍ତି। ଏପରି ସ୍ଥିତିରେ ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଭାରତୀୟ ଟିମର ଦ୍ରୁତ ବୋଲିଂ ଦାୟିତ୍ୱ ସମ୍ଭାଳିବେ। 

Advertisment

ଉମେଶ କନ୍ୟା ସନ୍ତାନର ବାପା ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ମଧ୍ୟ ବାପା ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଥିବା କଥା କହିଛନ୍ତି।

ନିକଟରେ ଉମେଶ ଯାଦବ ନିକଟରେ ତାଙ୍କ ବାପା ତିଲକ ଯାଦବଙ୍କୁ ହରାଇଥିଲେ। ଏହି ଖବର ପୂରା ପରିବାରକୁ ମର୍ମାହତ କରିଥିବା ବେଳେ ଏବେ ଘରକୁ ଖୁସି ଖବର ଆସିଛି।

ବିର୍ଦ୍ଦଭ ପାଇଁ ରଣଜୀ ଟ୍ରଫି ଖେଳୁଥିବା ଉମେଶ ୨୦୧୦ ମସିହାରେ ଭାରତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। କ୍ରିକେଟର ହେବା ପୂର୍ବରୁ ସେ ଭାରତୀୟ ସେନା ଓ ପୁଲିସରେ ଯୋଗଦେବାକୁ ଆବେଦନ କରିଥିଲେ। କିନ୍ତୁ ଏଥିରେ ତାଙ୍କୁ ସଫଳତା ମିଳି ନଥିଲା।

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe