Advertisment

ନେଟ୍ସରେ ବୋଲିଂ ବେଳେ ପଡ଼ି ଯାଇଥିବା ଉନାଦକତ ଆଇପିଏଲରୁ ଆଉଟ

ରବିବାର ନେଟ୍ସରେ ବୋଲିଂ କରିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏଥିପାଇଁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ସ୍କାନ ପରେ ଏହା ଗୁରୁତର ଥିବା ଜଣାପଡ଼ିଛି।

jaydev unadkat

jaydev unadkat

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଲାଗିଛି ଝଟକା। ଦଳର ଦ୍ରୁତ ବୋଲର ଜୟଦେବ ଉନାଦକତ ଆହତ ଜନିତ ସମସ୍ୟା ଯୋଗୁ ୨୦୨୩ ଆଇପିଏଲର ବାକି ସମସ୍ତ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ରବିବାର ନେଟ୍ସରେ ବୋଲିଂ କରିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ଏଥିପାଇଁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ସ୍କାନ ପରେ ଏହା ଗୁରୁତର ଥିବା ଜଣାପଡ଼ିଛି।

Advertisment

ଏଥିପାଇଁ ସେ ଚଳିତ ଆଇପିଏଲ ସିଜିନରେ ଆଉ ନଜର ଆସିବେ ନାହିଁ। ତେବେ ଜୁନ ୭ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ବେଳକୁ ସେ ଫିଟ୍‌ ହୋଇଯାଇଥିବାର ସମ୍ଭାବନା ଥିବା ଜଣାପଡ଼ିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମ ସ୍କ୍ୱାଡରେ ଉନାଦକତ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉନାଦକତ ଆହତ ହେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରବିବାର ଲକ୍ଷ୍ନୌ ନେଟ୍ସରେ ଉନାଦକତ ପ୍ରଥମ ବୋଲର ଭାବେ ବୋଲିଂ କରିବାକୁ ଆସିଥିଲେ। ସେ ବୋଲିଂ କରି ନିଜର ଆକ୍ସନ ଶେଷ କରୁଥିବା ବେଳେ ହଠାତ୍‌ ତାଙ୍କ ବାମ ଗୋଡ଼ ନେଟ୍ସରେ ଲାଗିଥିବା ଦଉଡ଼ିରେ ଲାଖି ଯାଇଥିଲା। ଫଳରେ ସେ ଖୁବଜୋରରେ ତଳେ ପଡ଼ିଥିଲେ। ଏତିକି ବେଳେ ତାଙ୍କ ବାମ ହାତ ଓ କାନ୍ଧ ତଳେ ମାଡ଼ ହୋଇଯାଇଥିଲା।

Advertisment

ଆହତ ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କ କାନ୍ଧରେ ବରଫ ପ୍ୟାକ୍‌ ଦିଆଯାଇଥିଲା। ତଥାପି ସେ ବୋଲିଂ କରିବାକୁ ସକ୍ଷମ ହୋଇ ନଥିଲେ। ନେଟ୍ସ ପରେ ଉନାଦକତ ସ୍କାନ ପାଇଁ ମୁମ୍ବାଇ ଆସିଥିଲେ ଓ ବିସିସିଆଇ ଦ୍ୱାରା ନିଯୁକ୍ତ ଡାକ୍ତରଙ୍କୁ ଆହତ ସମସ୍ୟା ସମ୍ପର୍କରେ କହିଥିଲେ। ତାଙ୍କ ଆହତ ସମସ୍ୟା ଚିନ୍ତାଜନକ ଥିବାରୁ ସେ ଆଇପିଏଲରୁ ବାଦ ପଡ଼ିଛନ୍ତି। ଏବେ ସେ ସିଧାସଳଖ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)କୁ ଯିବେ। ସେଠାରେ ତାଙ୍କର ରିହ୍ୟାବ ପ୍ରକ୍ରିୟା ଆରମ୍ଭ ହେବ।

ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ ଖେଳିଥିବା ଉନାଦକତ କୌଣସି ୱିକେଟ ପାଇ ନାହାନ୍ତି। ସେ ମୋଟ ୮ ଓଭର ବୋଲିଂ କରି ୯୨ ରନ ଖର୍ଚ୍ଚ କରିଛନ୍ତି।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe