Advertisment

ଶାହରୁଖ୍ ଖାନଙ୍କୁ ୫ କୋଟିରେ କିଣିଲେ ପ୍ରୀତି ଜିଣ୍ଟା

ଚେନ୍ନାଇ: ଆଇପିଏଲରେ ଦେଖିବାକୁ ମିଳିବ ଶାହରୁଖ୍ ଖାନଙ୍କ ଜଲୱା। ତେବେ ଏ ଶାହରୁଖ୍ ଖାନ୍ ବଲିଉଡ୍ ଅଭିନେତା ନୁହନ୍ତି। ଇଏ ହେଉଛନ୍ତି ତାମିଲନାଡୁର ଯୁବ ବ୍ୟାଟ୍ସମ୍ୟାନ୍। ଯାହାଙ୍କୁ ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ କିଣିଛି। ଚଳିତ ଆଇପିଏଲ୍ ଅକ୍ସନରେ ଅନକ୍ୟାପ୍‌ଡ ଶାହରୁଖଙ୍କ ବେସ୍ ପ୍ରାଇସ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ଶାହରୁଖଙ୍କ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟ ଜୋରଦାର ଡାକ ଲାଗିଥିଲା। ତେବେ ଶାହରୁଖଙ୍କ ଦର […]

ଶାହରୁଖ୍ ଖାନଙ୍କୁ ୫ କୋଟିରେ କିଣିଲେ ପ୍ରୀତି ଜିଣ୍ଟା

preeti

Advertisment

ଚେନ୍ନାଇ: ଆଇପିଏଲରେ ଦେଖିବାକୁ ମିଳିବ ଶାହରୁଖ୍ ଖାନଙ୍କ ଜଲୱା। ତେବେ ଏ ଶାହରୁଖ୍ ଖାନ୍ ବଲିଉଡ୍ ଅଭିନେତା ନୁହନ୍ତି। ଇଏ ହେଉଛନ୍ତି ତାମିଲନାଡୁର ଯୁବ ବ୍ୟାଟ୍ସମ୍ୟାନ୍। ଯାହାଙ୍କୁ ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ କିଣିଛି। ଚଳିତ ଆଇପିଏଲ୍ ଅକ୍ସନରେ ଅନକ୍ୟାପ୍‌ଡ ଶାହରୁଖଙ୍କ ବେସ୍ ପ୍ରାଇସ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ଶାହରୁଖଙ୍କ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟ ଜୋରଦାର ଡାକ ଲାଗିଥିଲା। ତେବେ ଶାହରୁଖଙ୍କ ଦର ୩ କୋଟି ଟଙ୍କା ଟପିବା ପରେ ଦିଲ୍ଲୀ ରେସରୁ ଆଉଟ୍ ହୋଇଯାଇଥିଲା। ଯାହା ପରେ ଆରସିବି ସହ ଦୌଡ଼ରେ ସାମିଲ୍ ହୋଇଥିବା ପଞ୍ଜାବ। ପଞ୍ଜାବ ଟିମ୍ ଲଗାତର ଡାକ ଜାରି ରଖି ଶେଷରେ ୫.୨ କୋଟି ଟଙ୍କାରେ ତାଙ୍କୁ କିଣିଥିଲା।

Advertisment

[caption id="" align="aligncenter" width="900"]Shahrukh Khan ଶାହରୁଖ୍ ଖାନ୍ (ଫାଇଲ୍ ଫଟୋ)[/caption]

ଶାହରୁଖ୍ ୨୦୧୪ରେ ତାମିଲନାଡୁ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ରାଜ୍ୟ ଦଳ ପାଇଁ ୩୧ ଟି-୨୦ ମ୍ୟାଚ୍ ଖେଳି ୧୮.୩୧ ହାରରେ ୨୯୩ ରନ୍ କରିଛନ୍ତି। ତେବେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁର ସେମିଫାଇନାଲ୍ ପଥରେ ଶାହରୁଖ ପ୍ରମୁଖ ଭୂମିକା ବହନ କରିଥିଲେ। ତେବେ ଗତବର୍ଷ ତାଙ୍କୁ ଅକ୍ସନରେ ଅଣଦେଖା କରାଯାଇଥିଲା। ଏଥିରେ ନିରାଶ ହୋଇଥିଲେ ଶାହରୁଖ୍। ଏଥର ଶାହରୁଖଙ୍କୁ ପଞ୍ଜାବ ମୋଟା ଦାମରେ କିଣି ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ଶାହରୁଖଙ୍କ ବ୍ୟତୀତ ଭାରତୀୟ ଷ୍ଟାର୍ ପେସର୍ ଉମେଶ ଯାଦବଙ୍କୁ ୧ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ ପୀୟୂଷ ଚାୱଲାଙ୍କୁ ୨.୪ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe