Advertisment

ବିଶ୍ୱକପ ଫାଇନାଲରେ ଟସ୍ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ

ଚଳିତ ବିଶ୍ୱକପର ୪ଟି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ବୋଲିଂ କରିଥିବା ଦଳ ୩ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ଆଗ ବ୍ୟାଟିଂ କରି ମ୍ୟାଚ୍‌ ଜିତିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ଦୀର୍ଘ ୧୨ ବର୍ଷ ପରେ ଦିନିକିଆ ବିଶ୍ୱକପ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ। ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଟସ୍‌ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ।

Advertisment

ଚଳିତ ବିଶ୍ୱକପର ୪ଟି ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ବୋଲିଂ କରିଥିବା ଦଳ ୩ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ଆଗ ବ୍ୟାଟିଂ କରି ମ୍ୟାଚ୍‌ ଜିତିଛି। ତେଣୁ ଆଜିର ମୁକାବିଲା ବେଶ ରୋଚକ ରହିବ ବୋଲି କୁହାଯାଉଛି।

୨୦୦୩ରେ ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଅଷ୍ଟ୍ରେଲିଆ ବାଜି ମାରିଥିଲା। ସୌରଭ ଗାଙ୍ଗୁଲି ଟସ୍‌ ଜିତି ଅଷ୍ଟ୍ରେଲିଆକୁ ଉକ୍ତ ମ୍ୟାଚ୍‌ରେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏବେ ରୋହିତ ଶର୍ମା ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନରେନ୍ଦ୍ର ମୋଦି ଷ୍ଟାଡିୟମର ୫ନଂ ପିଚରେ ମ୍ୟାଚ୍‌ ଖେଳା ଯାଉଛି।

Advertisment

ଏହି ପିଚ୍‌ ସଂପୂର୍ଣ୍ଣ ଡ୍ରାଏ ଓ କିଛି ପ୍ୟାଚ୍‌ ମଧ୍ୟ ରହିଛି। ତେଣୁ ସ୍ପିନର ବୋଲରଙ୍କୁ ପିଚ୍‌ ସୁହାଇ ପାରେ। ତଥାପି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଭାରତ ଆଜି ୨ ସ୍ପିନର- କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଏବଂ ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ସହ ପଡ଼ିଆକୁ ଓହ୍ଲାଇଛି।

ଭାରତ ଚଳିତ ବିଶ୍ୱକପରେ ଏଯାଏ ଭାରତ ଅପରାଜେୟ ରହିଛି। ଦଳ ୧୦ ମ୍ୟାଚ୍‌ରୁ ୧୦ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଏହାପରେ ଦଳ କ୍ରମାଗତ ୮ ବିଜୟ ସହ ଫାଇନାଲ ଖେଳିବାକୁ ଯାଉଛି। ଆଜି ଫାଇନାଲରେ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରିନାହିଁ।

ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ। 

ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ: ଟ୍ରାଭିସ ହେଡ୍‌, ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଙ୍ଗଲିସ, ମିଚେଲ ଷ୍ଟାର୍କ, ପାନ କମିନ୍ସ, ଆଡାମ ଜାମ୍ପା ଓ ଜୋଶ ହେଜେଲଉଡ୍‌। 

ICC Team India ICC Men’s Cricket World Cup 2023 ICC World Cup 2023 ICC World Cup