Advertisment

ଫେରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଆବୁ ଧାବି: ଚଳିତ ଆଇପିଏଲର ୩୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇ ଇଣ୍ଡିଆନ୍ସ ଟିମର ନିୟମିତ କ୍ୟାପଟେନ୍ ଫିଟ୍ ହୋଇ ଟିମକୁ ଫେରିଛନ୍ତି। ରୋହିତଙ୍କ ଫେରିବା ଦ୍ୱାରା ଅନମୋଲପ୍ରୀତ ସିଂହ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ଅନମୋଲପ୍ରୀତ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚରେ ଭଲ ବ୍ୟାଟିଂ […]

ଫେରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ipl-match-34

Advertisment

ଆବୁ ଧାବି: ଚଳିତ ଆଇପିଏଲର ୩୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି କୋଲକାତା ନାଇଟ୍ ରାଇଡର୍ସ। ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ଟିମର ନିୟମିତ କ୍ୟାପଟେନ୍ ଫିଟ୍ ହୋଇ ଟିମକୁ ଫେରିଛନ୍ତି। ରୋହିତଙ୍କ ଫେରିବା ଦ୍ୱାରା ଅନମୋଲପ୍ରୀତ ସିଂହ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ଅନମୋଲପ୍ରୀତ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚରେ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ସେ ପୂର୍ବ ମ୍ୟାଚରେ ରୋହିତଙ୍କ ସ୍ଥାନରେ ଖେଳୁଥିଲେ। ସେହିପରି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେବି ଅନଫିଟ୍ ଅଛନ୍ତି। ତେଣୁ ମୁମ୍ବାଇ ସ୍କ୍ୱାଡରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି।

ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ତା’ର ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କୋଲକାତା ତା’ର ପୂର୍ବ ମ୍ୟାଚରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ୱିକେଟରେ ପରାସ୍ତ କରିଥିଲା। ଏହି ବିଜୟ ଟିମର ମନୋବଳକୁ ଊର୍ଦ୍ଧ୍ୱରେ ରଖିଛି। ତେବେ ମୁମ୍ବାଇ ତା’ର ଶେଷ ମ୍ୟାଚରେ ଚେନ୍ନାଇ ଠାରୁ ହାରିଥିଲା। ଆଜି ମ୍ୟାଚରେ କେକେଆରକୁ ହରାଇ ମୁମ୍ବାଇ ବିଜୟ ଲୟ ହାସଲ କରିବାକୁ ଚାହିଁବ।

Advertisment

କେକେଆର୍: ଭେଙ୍କଟେଶ ଆୟର, ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ସୁନୀଲ୍ ନରିନ୍, ଲକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ୍ ଡି’କକ୍, ରୋହିତ୍ ଶର୍ମା (କ୍ୟାପଟେନ୍) ସୂର୍ଯ୍ୟକୁମାର ଯାଦବ, ଈଶାନ୍ କିଶନ, ସୌରଭ ତିୱାରୀ, କାଇରନ୍ ପୋଲାର୍ଡ (କ୍ୟାପଟେନ୍), କୃନାଲ୍ ପାଣ୍ଡ୍ୟା, ଆଡାମ୍ ମିଲନେ, ରାହୁଲ୍ ଚହର୍, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe