Advertisment

ଟସ୍ ହାରିଲେ ଧୋନି, ବ୍ରାଭୋ ବାଦ୍

ଆବୁ ଧାବି: ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ଆବୁଧାବିରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା କ୍ୟାପଟେନ୍ ଇଆନ୍ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ମ୍ୟାଚରେ କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ତାଙ୍କ ଟିମର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ […]

ଅଦ୍ୟତନ ହୋଇଛି
ଟସ୍ ହାରିଲେ ଧୋନି, ବ୍ରାଭୋ ବାଦ୍

toss

Advertisment

ଆବୁ ଧାବି: ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ଆବୁଧାବିରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା କ୍ୟାପଟେନ୍ ଇଆନ୍ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଉକ୍ତ ମ୍ୟାଚରେ କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ମହେନ୍ଦ୍ର ସିଂ ଧୋନିଙ୍କ ତାଙ୍କ ଟିମର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଡ୍ୱେନ୍ ବ୍ରାଭୋ ଆଜି ମ୍ୟାଚ୍ ଖେଳୁନାହାନ୍ତି। ଜବରଦସ୍ତ ଫର୍ମରେ ଥିବା ବ୍ରାଭୋଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଇଂଲିଶ ଅଲରାଉଣ୍ଡର ସାମ୍ କୁରାନଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ଉଭୟ ଚେନ୍ନାଇ ଓ କେକେଆର୍ ୟୁଏଇ ଫେଜରେ ଜବରଦସ୍ତ ଫର୍ମରେ ଅଛନ୍ତି। ଚେନ୍ନାଇ ୟୁଏଇରେ ତା’ର ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବିକୁ ହରାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଜି ମ୍ୟାଚ୍ ଜିତିଲେ ଚେନ୍ନାଇର ପ୍ଲେଅଫ୍ ଯିବା ପକ୍କା ହୋଇଯିବ। ଅନ୍ୟପକ୍ଷରେ କେକେଆର୍ ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି। ପ୍ଲେଅଫରେ ସ୍ଥାନ ହାସଲ କରିବାକୁ ହେଲେ କେକେଆରକୁ ବାକି ସବୁଯାକ ମ୍ୟାଚ୍ ଜିତିବାକୁ ପଡ଼ିବ।

Advertisment

https://twitter.com/IPL/status/1442061113676369922?s=20

କୋଲକାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ ଆୟର, ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ (ୱିକେଟ୍ କିପର), ସୁନୀଲ୍ ନରିନ୍, ଲକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

ଚେନ୍ନାଇ ସୁପର୍ କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାଏକ୍ୱାଡ୍, ମୋଇନ୍ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଜୋଶ ହେଜଲଉଡ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe