ipl-2021
ଦୁବାଇ: ଚଳିତ ଆଇପିଏଲର ଫାଇନାଲ୍ ବିଗୁଲ ବାଜି ସାରିଛି। ଦୁବାଇରେ ଖେଳାଯାଉଥିବା ଫାଇନାଲ୍ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏଦାଦଶ ଅପରିବର୍ତ୍ତିତ ରଖିଛନ୍ତି।
ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ଦଳ ଦମଦାର ପ୍ରଦର୍ଶନ କରି ସହଜରେ ଫାଇନାଲ ଟିକେଟ୍ ହାସଲ କରିଥିଲା। କିନ୍ତୁ କେକେଆରକୁ ଫାଇନାଲ୍ ଯିବା ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଲିଗ୍ ପର୍ଯ୍ୟାୟରେ ମାତ୍ର ୭ଟି ମ୍ୟାଚ୍ ଜିତି ଚତୁର୍ଥ ସ୍ଥାନରେ ରହି ଏହି ଟିମ୍ ପ୍ଲେଅଫରେ ପହଞ୍ଚିଥିଲା।
ଏଲିମିନେଟରରେ କେକେଆର୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇଥିଲା। ଏହା ପରେ କ୍ୱାଲିଫାୟରରେ କେକେଆର୍ ଅନ୍ୟତମ ଟାଇଟଲ୍ ଫେବରିଟ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ଭାବେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ଗୋଟିଏ ପଟେ ଚେନ୍ନାଇ ନବମଥର ଆଇପିଏଲ୍ ଫାଇନାଲ୍ ଖେଳିବାକୁ ଓହ୍ଲାଉଥିବା ବେଳେ ଅନ୍ୟପଟେ କେକେଆର୍ ୬ ବର୍ଷ ପରେ ଟାଇଟଲ୍ ଦୌଡ଼ରେ ଅବତୀର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ କିଏ ଟାଇଟଲ ଜିତିବ, ତାହା ଦେଖିବାକୁ ବାକି ରହିଲା।
https://twitter.com/IPL/status/1449008311383179264?s=20
କୋଲକାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ ଆୟର୍, ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲୋ ତ୍ରିପାଠୀ, ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ, ସାକିବ ଅଲ ହାସନ୍, ସୁନୀଲ ନରିନ୍, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, ଲକି ଫର୍ଗୁସନ୍।
ଚେନ୍ନାଇ ସୁପର୍ କିଙ୍ଗସ୍: ଋତୁରାଜ ଗାଏକ୍ୱାଡ୍, ଫାଫ୍ ଡୁପ୍ଲେସିସ୍, ମୋଇନ୍ ଅଲୀ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଜୋଶ୍ ହେଜଲଉଡ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/ipl-2021.jpg)