Advertisment

ଅନଲକି ବିରାଟ କୋହଲି! ବିବାଦୀୟ ନିଷ୍ପତ୍ତିରେ ଆଉଟ

୫୦ତମ ଓଭରେ ଘଟିଥିଲା ବିପର୍ଯ୍ୟୟ। କୁହନେମାନଙ୍କ ଗୋଟିଏ ଆର୍ମ ବଲ୍‌କୁ କୋହଲି ଡିଫେଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟାଟ୍‌ ଓ ପ୍ୟାଡ୍‌ରେ ଏହା ଏକାସମୟରେ ହିଟ୍‌ କରିଥିଲା।

Virat Kohli

Virat Kohli

Advertisment

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ଅଷ୍ଟ୍ରେଲିଆ ସହ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଟେବ୍ୟୁ କରିଥିବା ମାଥ୍ୟୁ କୁହନେମାନ ତାଙ୍କୁ ଆଉଟ କରିଛନ୍ତି। ଆଉଟ ହେବା ପୂର୍ବରୁ ସ୍ପିନିଂ ଟ୍ରାକ୍‌ରେ ବିରାଟ ନିଜର ଦକ୍ଷତା ଦେଖାଇବା ସହ ୪୪ ରନ କରିଥିଲେ। ଏଥିସହ ସେ କ୍ରିଜ୍‌ରେ ଜମି ମଧ୍ୟ ସେରିଥିଲେ।

Advertisment

ହେଲେ ୫୦ତମ ଓଭରେ ଘଟିଥିଲା ବିପର୍ଯ୍ୟୟ। କୁହନେମାନଙ୍କ ଗୋଟିଏ ଆର୍ମ ବଲ୍‌କୁ କୋହଲି ଡିଫେଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟାଟ୍‌ ଓ ପ୍ୟାଡ୍‌ରେ ଏହା ଏକାସମୟରେ ହିଟ୍‌ କରିଥିଲା। ତଥାପି ଅଷ୍ଟ୍ରେଲିଆର ଖେଳାଳିମାନେ ଆପିଲ କରିଥିଲେ ଓ ଭାରତୀୟ ଅମ୍ପାୟାର ନୀତୀନ ମେନନ ଆଉଟ ଦେଇଥିଲେ। କୋହଲି ନଟଆଉଟ ଥିବା ଜାଣିଥିବାରୁ ତୁରନ୍ତ ରିଭ୍ୟୁ ନେଇଥିଲା। ଏଥିସହ ବଲ ଲେଗ ଷ୍ଟମ୍ପକୁ ଯାଉଥିବା ସେ ନନ ଷ୍ଟ୍ରାଇକରେ ଥିବା କେଏସ୍‌ ଭରତଙ୍କୁ ସଙ୍କେତ ମଧ୍ୟ ଦେଇଥିଲେ।

Advertisment

ରିପ୍ଲେରୁ ଜଣାପଡ଼ିଥିଲା ଯେ ବ୍ୟାଟ୍‌ ଓ ପ୍ୟାଡ୍‌ରେ ବଲ ଗୋଟିଏ ସମୟରେ ମାଡ଼ ହୋଇଛି। ଅଲ୍ଟ୍ରା ଏଡଜେରେ ସ୍ପଟ ଭାବେ ସ୍ପାଇକ୍‌ ମଧ୍ୟ ଦେଖିବାକୁ ମିଳିଥିଲା। ସମସ୍ତେ ଭାବିଥିଲେ ଯେ ବଲ ବ୍ୟାଟରେ ମାଡ଼ ହୋଇ ପ୍ୟାଡକୁ ହିଟ କରିଛି। ଏଥିସହ ବଲ ଲେଗ ଷ୍ଟମ୍ପ ମିସ୍‌ କରୁଛି। ତେବେ ବେନିଫିଟ ଅଫ ଡାଉଟ ଯୋଗୁ ତୃତୀୟ ଅମ୍ପାୟାର ବଲ ବ୍ୟାଟ ନୁହେଁ ପ୍ୟାଡ୍‌ରେ ମାଡ଼ ହୋଇଥିବା କହିଥିଲେ।

ଏହାପରେ ବଲ୍‌ ଟ୍ରାକିଂ ଦେଖାଯାଇଥିଲା। ଏହି ସମୟରେ ବଲ୍‌ଟି ଲେଗ ଷ୍ଟମ୍ପକୁ ସାମାନ୍ୟ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଥିଲା। ଯେହେତୁ ଫିଲ୍ଡ ଅମ୍ପାୟାର ଆଉଟ ଦେଇଥିଲେ, ତେଣୁ ତୃତୀୟ ଅମ୍ପାୟାର ଏହାକୁ କାଏମ ରଖିଥିଲେ। ବିରାଟ ବେଶ ନରାଶ ହୋଇ ପଡ଼ିଆ ଛାଡ଼ିଥିବା ବେଳେ ଅନେକ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କ ଠାରୁ ଆରମ୍ଭ କରି ଅନେକ କ୍ରୀଡ଼ା ପ୍ରେମୀ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ବିରାଟ ଅନଲକି ଓ ସେ ଆଉଟ ନଥିଲେ ବୋଲି କହିଛନ୍ତି।

Indian Cricket Team Virat Kohli India Vs Australia Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe