Advertisment

ପ୍ରଥମ ଭାରତୀୟ ଭାବେ ବିବିଏଲରେ ଖେଳିବେ ଉନ୍ମୁକ୍ତ ଚାନ୍ଦ

ମେଲବର୍ଣ୍ଣ: ଭାରତର ପୂର୍ବତନ ଅଣ୍ଡର-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଖେଳିବେ। ସେ ପ୍ରଥମ ଭାରତୀୟ ଭାବେ ବିସିଏଲରେ ଖେଳିବାକୁ ଯାଉଛନ୍ତି। ଉନ୍ମୁକ୍ତ ୨୦୨୧-୨୨ ସଂସ୍କରଣ ପାଇଁ ମେଲବର୍ଣ୍ଣ ରେନେଗେଡ୍ସ ସହ ଚୁକ୍ତି କରିଛନ୍ତି। ୨୮ ବର୍ଷୀୟ ଚାନ୍ଦ ଚଳିତ ବର୍ଷ ଭାରତ ଛାଡ଼ି ଆମେରିକାରେ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ-ଏ’ର ପୂର୍ବତନ କ୍ୟାପଟେନ୍ ଉନ୍ମୁକ୍ତ କେବେବି ଭାରତୀୟ ସିନିୟର୍ ଟିମ୍ ପକ୍ଷରୁ ଖେଳିନାହାନ୍ତି, କିନ୍ତ ଆଇପିଏଲରେ […]

ପ୍ରଥମ ଭାରତୀୟ ଭାବେ ବିବିଏଲରେ ଖେଳିବେ ଉନ୍ମୁକ୍ତ ଚାନ୍ଦ

chand

Advertisment

ମେଲବର୍ଣ୍ଣ: ଭାରତର ପୂର୍ବତନ ଅଣ୍ଡର-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଖେଳିବେ। ସେ ପ୍ରଥମ ଭାରତୀୟ ଭାବେ ବିସିଏଲରେ ଖେଳିବାକୁ ଯାଉଛନ୍ତି। ଉନ୍ମୁକ୍ତ ୨୦୨୧-୨୨ ସଂସ୍କରଣ ପାଇଁ ମେଲବର୍ଣ୍ଣ ରେନେଗେଡ୍ସ ସହ ଚୁକ୍ତି କରିଛନ୍ତି।

Advertisment

୨୮ ବର୍ଷୀୟ ଚାନ୍ଦ ଚଳିତ ବର୍ଷ ଭାରତ ଛାଡ଼ି ଆମେରିକାରେ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ-ଏ'ର ପୂର୍ବତନ କ୍ୟାପଟେନ୍ ଉନ୍ମୁକ୍ତ କେବେବି ଭାରତୀୟ ସିନିୟର୍ ଟିମ୍ ପକ୍ଷରୁ ଖେଳିନାହାନ୍ତି, କିନ୍ତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ଦଳର ସଦସ୍ୟ ରହିଆସିଛନ୍ତି। ସେ ୧୦ ବର୍ଷରୁ ଅଧିକ ସମୟ ଧରି ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛନ୍ତି।

ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା ଚାନ୍ଦ କହିଛନ୍ତି, ବିବିଏଲରେ ଖେଳିବା ନେଇ ମୁଁ ବହୁତ ଉତ୍ସାହିତ ଅଛି। ମେଲମର୍ଣ୍ଣ ଟିମର ସଦସ୍ୟ ମୋ ପାଇଁ ବଡ଼ କଥା। ମୁଁ ସବୁବେଳେ ବିବିଏଲ୍ ଦେଖିଆସିଛି ଏବଂ ସେଠାରେ ଏବେ ମୋତେ ଖେଳିବାକୁ ସୁଯୋଗ ମିଳିଛି। ବିବିଏଲ୍ କ୍ରିକେଟରଙ୍କ ପାଇଁ ବଡ଼ ପ୍ଲାଟଫର୍ମ। ଅଷ୍ଟ୍ରେଲିଆରେ ଖେଳିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ। ମେଲବର୍ଣ୍ଣରେ ବହୁ ସଂଖ୍ୟାରେ ଭାରତୀୟ ଥିବା ମୁଁ ଶୁଣିବାକୁ ପାଇଛି। ସେମାନଙ୍କ ଉପସ୍ଥିତିରେ ଖେଳିବାର ଅନୁଭୂତି ନିଆରା ହେବ ବୋଲି ଚାନ୍ଦ କହିଛନ୍ତି।

Advertisment

ଅଷ୍ଟ୍ରେଲିଆରେ ଆୟୋଜିତ ଏହି ଟି-୨୦ ଲିଗରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ପୁରୁଷ ଖେଳାଳି ଭାଗ ନେଇନାହାନ୍ତି। ତେବେ ମହିଳା ବିବିଏଲରେ ଭାରତର ଅନେକ କ୍ରିକେଟର ଖେଳି ବେଶ୍ ସଫଳ ହୋଇଛନ୍ତି। ହେଲେ ଭାରତର ଅନ୍ତର୍ଜାତୀୟ ଓ ଘରୋଇ ପୁରୁଷ ଖେଳାଳିଙ୍କୁ ବିବିଏଲରେ ଖେଳିବାକୁ ଅନୁମତି ମିଳିନାହିଁ।

ଉନ୍ମୁକ୍ତ ବର୍ତ୍ତମାନ ଆମେରିକାରେ ବସବାସ କରୁଛନ୍ତି। ଗତ ମାସରେ ମାଇନର୍ କ୍ରିକେଟ୍ ଲିଗରେ ତାଙ୍କ ଟିମ୍ ସିଲିକନ୍ ଭ୍ୟାଲୀ ଷ୍ଟ୍ରାଇକର୍ସ ବିଜେତା ହୋଇଥିଲା। ତାଙ୍କୁ ମଧ୍ୟ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe