Advertisment

ଆମେରିକାରେ ବୋଲରଙ୍କ ନିଦ ହଜାଇଲେ ଭାରତର ଏହି ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଭାରତ ଛାଡ଼ି ଆମେରିକାରେ ପେସାଦାର କ୍ରିକେଟ୍ ଖେଳୁଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଉନ୍ମୁକ୍ତ ଚାନ୍ଦ ପୁଣିଥରେ ନିଜ ବ୍ୟାଟର ଦମ୍ ଦେଖାଇଛନ୍ତି। ଉନ୍ମୁକ୍ତ ମାଇନର୍ କ୍ରିକେଟ୍ ଲିଗରେ ସିଲିକନ୍ ଭ୍ୟାଲୀ ଷ୍ଟ୍ରାଇକର୍ସ ପକ୍ଷରୁ ଖେଳି ମାତ୍ର ୬୯ ବଲରେ ୧୩୨ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ଚାନ୍ଦଙ୍କ ଏହି ଦମଦାର ବ୍ୟାଟିଂ ବଳରେ ସିଲିକନ୍ ଭ୍ୟାଲୀ ଅଷ୍ଟିନ୍ ଆଥଲେଟିକ୍ସକୁ ୬ ୱିକେଟରେ ପରାସ୍ତ କରିଛି। ଅଷ୍ଟିନ୍ ଆଥଲେଟିକ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ […]

author-image
Ranjit Kumar Jena
ଆମେରିକାରେ ବୋଲରଙ୍କ ନିଦ ହଜାଇଲେ ଭାରତର ଏହି ବ୍ୟାଟ୍ସମ୍ୟାନ୍

unmukt-chand

ନୂଆଦିଲ୍ଲୀ: ଭାରତ ଛାଡ଼ି ଆମେରିକାରେ ପେସାଦାର କ୍ରିକେଟ୍ ଖେଳୁଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଉନ୍ମୁକ୍ତ ଚାନ୍ଦ ପୁଣିଥରେ ନିଜ ବ୍ୟାଟର ଦମ୍ ଦେଖାଇଛନ୍ତି। ଉନ୍ମୁକ୍ତ ମାଇନର୍ କ୍ରିକେଟ୍ ଲିଗରେ ସିଲିକନ୍ ଭ୍ୟାଲୀ ଷ୍ଟ୍ରାଇକର୍ସ ପକ୍ଷରୁ ଖେଳି ମାତ୍ର ୬୯ ବଲରେ ୧୩୨ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ଚାନ୍ଦଙ୍କ ଏହି ଦମଦାର ବ୍ୟାଟିଂ ବଳରେ ସିଲିକନ୍ ଭ୍ୟାଲୀ ଅଷ୍ଟିନ୍ ଆଥଲେଟିକ୍ସକୁ ୬ ୱିକେଟରେ ପରାସ୍ତ କରିଛି। ଅଷ୍ଟିନ୍ ଆଥଲେଟିକ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଜବାବରେ ଏକାକୀ ଉନ୍ମୁକ୍ତ ସିଲିକନ୍ ଭ୍ୟାଲୀକୁ ବିଜୟୀ କରାଇଛନ୍ତି।

Advertisment

ଚାନ୍ଦ ନିଜ ଇନିଂସରେ ୧୫ ଚୌକା ଓ ୭ ଛକା ମାରିଛନ୍ତି। ଅର୍ଥାତ୍ ସେ ବାଉଣ୍ଡ୍ରୀରୁ ୧୦୨ ରନ୍ ସଂଗ୍ରହ କରିଛନ୍ତି। ଉନ୍ମୁକ୍ତ ଚାନ୍ଦଙ୍କ ଟିମର ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ରନ୍ କରିବାକୁ ସଂଘର୍ଷ କରିଥିଲେ। ତାଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ଯାଏ ପହଞ୍ଚି ପାରିନଥିଲେ। କିନ୍ତୁ ଉନ୍ମୁକ୍ତ ଧୂଆଁଧାର ବ୍ୟାଟିଂ କରି ଶତକ ମାରି ନିଜ ଟିମକୁ ବିଜୟୀ କରାଇଛନ୍ତି।

https://twitter.com/UnmuktChand9/status/1442489699063328777?s=20

ଉନ୍ମୁକ୍ତ ମାତ୍ର ୫୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ବ୍ୟାଟ୍ସମ୍ୟାନ୍ ଜଣକ ଛକା ମାରି ନିଜର ଶତକ ମାରିଥିଲେ। ଏହାସହ ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ଚାନ୍ଦ ମାଇନର୍ କ୍ରିକେଟ୍ ଲିଗରେ ଏପର୍ଯ୍ୟନ୍ତ ୧୪ ଇନିଂସରେ ୫୩.୨୦ ହାରରେ ୫୩୨ ରନ୍ କରିଛନ୍ତି। ତେବେ ସେ ଏହି ଲିଗରେ ପ୍ରଥମଥର ଶତକ ମାରିଛନ୍ତି। ମାଇନର୍ ଲିଗରେ ରବି ଇନ୍ଦର ସିଂହ ମେହରା ୧୬ ମ୍ୟାଚରେ ୫୬୪ ରନ୍ ସହ ଶୀର୍ଷରେ ଅଛନ୍ତି। ତେବେ ଚାନ୍ଦ ଶୀଘ୍ର ତାଙ୍କୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିନେବେ।

Advertisment

https://twitter.com/MiLCricket/status/1442260874408783873?s=20

ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ ଅଗଷ୍ଟ ୧୩ ତାରିଖରେ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇବା ପରେ ଉନ୍ମୁକ୍ତ ସିନିୟର ଟିମରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଆଇପିଏଲରେ ୨୧ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି, କିନ୍ତୁ ସେଥିରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସନ୍ନ୍ୟାସ ପରେ ସେ ଆମେରିକା କ୍ରିକେଟ୍ ଲିଗରେ ଖେଳିବେ ବୋଲି କହିଥିଲେ।