Advertisment

ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଖେଳିବେନି ଶୁବମନ ଗିଲ୍‌

ଗିଲଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହ ଈଶାନ କିଶନ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଓପନିଂ କରିବେ।

author-image
Hemant Lenka
Gill

Gill

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଶୁବମନ ଗିଲ୍‌ ଏବେ ବି ଅସୁସ୍ଥ ହୋଇଛନ୍ତି। ଏହି କାରଣ ପାଇଁ ସେ ୧୧ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ମଧ୍ୟ ନଜର ଆସିବେ ନାହିଁ।

Advertisment

ଅସୁସ୍ଥତା କାରଣରୁ ସେ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ। ତାଙ୍କ ବଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ। କୁହାଯାଉଥିଲା ଯେ ଆଫଗାନ ବିପକ୍ଷ ମ୍ୟାଚ ବେଳକୁ ସେ ଫିଟ ହୋଇଯିବେ। କିନ୍ତୁ ସେ ୧୧ ତାରିଖ ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ ବୋଲି ଆଜି ବିସିସିଆଇ ନିଶ୍ଚିତ କରିଛି।

ଗୋଟିଏ ବିବୃତିରେ ବିସିସିଆଇ କହିଛି ଯେ “ଟିମ ଇଣ୍ଡିଆର ବ୍ୟାଟର ଶୁବମନ ଗିଲ୍‌ ଦଳର ଅନ୍ୟ ଖେଳାଳିମାନଙ୍କ ସହ ଦିଲ୍ଲୀ ମ୍ୟାଚ୍‌ ପାଇଁ ଯାତ୍ରା କରିବା ନାହିଁ। ସେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ପାରି ନଥିଲେ।

Advertisment

ଏବେ ୧୧ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ନଜର ଆସିବେ ନାହିଁ। ସେ ଚେନ୍ନାଇରେ ହିଁ ରହିବେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମେଡିକାଲ ଟିମର ନଜର ରହିବ।”

ଗିଲଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହ ଈଶାନ କିଶନ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଓପନିଂ କରିବେ। ପ୍ରଥମଥର ବିଶ୍ୱକପ ଖେଳୁଥିବା ଇଶାନ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇଯାଇଥିଲା।

ତେବେ ସେ ଆଫଗାନ ବିପକ୍ଷରେ ନିଜର ଭାଗ୍ୟ ବଦଳାଇବାକୁ ଚେଷ୍ଟା କରିବେ। ଈଶାନ କିଶନଙ୍କ ଭଳି ଶ୍ରେୟସ ଆୟର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ଖୋଲି ପାରି ନଥିଲେ। ତାଙ୍କୁ ମଧ୍ୟ ୧୧ ତାରିଖ ମ୍ୟାଚ୍‌ରେ ଆଉ ଗୋଟିଏ ସୁଯୋଗ ମିଳିବ।

ICC ICC Men’s Cricket World Cup 2023 ICC World Cup 2023