Advertisment

ମହିଳା ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ପରାଜୟ, ଜିତିଲା ୟୁପି

ଜିତିବା ପାଇଁ ୪ ବଲରେ ୫ ରନ ଦରକାର ଥିବା ବେଳେ ଶୋଫି ଏସ୍ଲେଷ୍ଟୋନ ଦମଦାର ୬କା ମାରି ୟୁପି ପାଇଁ ବିଜୟ ମୁଣ୍ଡି ମାରିଥିଲେ। ତେବେ ବୋଲିଂରେ ୨ଟି ୱିକେଟ ସହ ଅପରାଜିତ ୧୩ ରନ କରିଥିବା ୟୁପିର ଦୀପ୍ତି ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

UP

UP

Advertisment

ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ରଥରେ ଲାଗିଛି ବ୍ରେକ। କ୍ରମାଗତ ୫ ମ୍ୟାଚ୍‌ ଜିତି ପ୍ଲେଅଫରେ ସ୍ଥାନ ପକ୍କା କରି ସାରିଥିବା ହରମନପ୍ରୀତ କୌରଙ୍କ ମୁମ୍ବାଇ ଆଜି ପ୍ରଥମ ପରାଜୟ ବରଣ କରିଛି। ୟୁପି ୱାରିୟର୍ସ ଆଜି ବେଶ ଚମତ୍କାର ଢଙ୍ଗରେ ମୁମ୍ବାଇକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ଦଳ ୬ ମ୍ୟାଚ୍‌ରୁ ୩ ପରାଜୟ ଓ ୩ ବିଜୟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚି ଯାଇଛି।

Advertisment

ଆଜିର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୨୭ ରନ କରିଥିଲା। ଏହାର ଜବାବରେ ୟୁପି ୱାରିୟର୍ସ ୩ ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଥିଲା।

ଜିତିବା ପାଇଁ ୪ ବଲରେ ୫ ରନ ଦରକାର ଥିବା ବେଳେ ଶୋଫି ଏସ୍ଲେଷ୍ଟୋନ ଦମଦାର ୬କା ମାରି ୟୁପି ପାଇଁ ବିଜୟ ମୁଣ୍ଡି ମାରିଥିଲେ। ତେବେ ବୋଲିଂରେ ୨ଟି ୱିକେଟ ସହ ଅପରାଜିତ ୧୩ ରନ କରିଥିବା ୟୁପିର ଦୀପ୍ତି ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଠିକଠାକ ଆରମ୍ଭ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ୟାସ୍ତିକା ଭାଟିଆ(୭) ଓ ୩ନଂରେ ବ୍ୟାଟିଂ କରୁଥିବା ନ୍ୟାଟ ସ୍କିଭର ବ୍ରଣ୍ଟ(୫) ରନ କରିବାକୁ ସକ୍ଷମ ହୋଇଥିଲେ। କିଛି ସମୟ ପାଇଁ ଏଚ୍‌ ମାଥ୍ୟୁସ ଓ ହରମନପ୍ରୀତ କୌର ଲଢ଼େଇ କରିଥିଲେ ହେଁ ଯଥାକ୍ରମେ ୩୫ ଓ ୨୫ ରନ କରି ଆଉଟ ହୋଇଯାଇଥିଲେ।

ମଧ୍ୟକ୍ରମରେ ଇସି ୱଙ୍ଗ(୩୨)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ବଡ଼ ପାଳି ଖେଳିବାକୁ ସକ୍ଷମ ହୋଇ ନଥିଲେ। ସେହିପରି ମାଥ୍ୟୁସ, କୌର ଓ ୱଙ୍ଗଙ୍କୁ ଛାଡ଼ି ଦେଲେ ମୁମ୍ବାଇର ଆଉ କୌଣସି ବ୍ୟାଟର ୨ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଶେଷରେ ପୂରା ଟିମ୍‌ ୧୨୭ ରନ କରି ଅଲଆଉଟ ହୋଇଯାଇଥିଲା।

ୟୁପି ପକ୍ଷରୁ ଏସ୍ଲେଷ୍ଟୋନ ୩ଟି ୱିକେଟ ନେଇଥିବା ବେଳେ ଦୀପ୍ତିଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏ ସଫଳତା ପାଇଥିଲେ। ଅଞ୍ଜଳୀ ଶ୍ରାବଣୀଙ୍କ ଖାତାକୁ ମଧ୍ୟ ଗୋଟିଏ ୱିକେଟ ଯାଇଥିଲା।

୧୨୮ ରନର ଟାର୍ଗେଟ ପିଛା କରୁଥିବା ୟୁପି ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦେବିକା ବୈଦ୍ୟ(୧), ଅଧିନାୟକ ଏସିଲା ହିଲି(୮) ଓ କିରଣ ନାଭଗିରେ(୧୨) ରନ ଆଉଟ ହୋଇଯାଇଥିଲେ। ଦଳ ୨୭ ରନ ଭିତରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଦୁଇ ବିଦେଶୀ ଖେଳାଳି ତାହଲିଆ ମ୍ୟାଗ୍ରାଥ ଓ ଗ୍ରେସ ହାରିସ ସ୍ଥିତି ସମ୍ଭାଳିଥିଲେ।

ମ୍ୟାଗ୍ରାଥ ୩୮ ଓ ହାରିସ ୩୯ ରନର ଇନିଂସ ଖେଳି ୟୁପିକୁ ବିପର୍ଯ୍ୟୟର ଉଦ୍ଧାର କରିଥିଲେ। ତେବେ ୭୧ ରନରେ ମ୍ୟାଗ୍ରାଥ ଓ ଦଳକୁ ଜିତିବା ପାଇଁ ୨୩ ରନ ଦରକାର ଥିବା ବେଳେ ହାରିସ ଆଉଟ ହୋଇଯିବାରୁ ମ୍ୟାଚ୍‌ରେ ପୁଣି ରୋମାଞ୍ଚ ଫେରିଥିଲା।

କିନ୍ତୁ ଦୀପ୍ତି ଶର୍ମା(୧୪ ବଲରେ ଅପରାଜିତ ୧୩) ଓ ଏସ୍ଲେଷ୍ଟୋନ (୧୭ ବଲରେ ଅପରାଜିତ ୧୬) ୟୁପିକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଶେଷ ୱିକେଟ ପାଇଁ ଅପରାଜିତ ୨୫ ରନ ଯୋଡ଼ି ଦଳକୁ ୩ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ।

ମୁମ୍ବାଇ ପକ୍ଷରୁ ଆମେଲି କେର ୨ଟି ୱିକେଟ ନେଇଥିବା ବେଳେ ନାଟ, ମାଥ୍ୟୁସ ଓ ୱଙ୍ଗ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Women Cricketers WPL Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe