Advertisment

IND vs WI: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ସିରିଜ ବିଜୟ ପରେ କେଉଁଠି ପହଞ୍ଚିଲା ଭାରତ?

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟକୁ ଭାରତୀୟ ଟିମ ୭ ୱିକେଟରେ ଜିତି ନେଇଛି। ପ୍ରଥମ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଜ ଟିମ କଡ଼ା ଫାଇଟ ଦେଇ ମ୍ୟାଚକୁ ଶେଷ ଦିନ ଯାଏ ଟାଣିଥିଲା।

author-image
Hemant Lenka
Team-India

ଭାରତୀୟ ଟିମ୍‌

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ ସୁଇପ କରିଛି ଭାରତୀୟ ଟିମ। ନୂଆ ଅଧିନାୟକ ଶୁବମନ ଗିଲଙ୍କ ଅଧୀନରେ ଭାରତ ପ୍ରଥମଥର ପାଇଁ କୌଣସି ଟେଷ୍ଟ ସିରିଜ ଜିତି ପାରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜକୁ ଦଳ ୨-୦ରେ କବଜା କରିଛି। ପ୍ରଥମ ଟେଷ୍ଟ(Test Cricket)କୁ ଭାରତ ଗୋଟିଏ ଇନିଂସ ଓ ୧୪୦ ରନରେ ଜିତିଥିଲା।

Advertisment

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟକୁ ଭାରତୀୟ ଟିମ ୭ ୱିକେଟରେ ଜିତି ନେଇଛି। ପ୍ରଥମ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଜ ଟିମ କଡ଼ା ଫାଇଟ ଦେଇ ମ୍ୟାଚକୁ ଶେଷ ଦିନ ଯାଏ ଟାଣିଥିଲା। ଶେଷ ଦିନରେ ଭାରତକୁ ୫୮ ରନ ଦରକାର ଥିବା ବେଳେ ଏହାକୁ ଦଳ ପ୍ରଥମ ସେସନ୍ସରେ ହିଁ ହାସଲ କରି ନେଇଛି। 

ଦ୍ୱିତୀୟ ଟେଷ୍ଟର ପ୍ରଥମେ ଇନିଂସରେ ଭାରତ ୫୧୮/୫ ପରେ ପାଳି ଘୋଷଣା କରିଥିଲା। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ କେବଳ ୨୪୮ ରନ କରିପାରିଥିଲା। ଫଲୋଅନ ଖାଇ ଦଳ ଲଢ଼େଇ ଆରମ୍ଭ କରିଥିଲା। ଜନ କ୍ୟାମ୍ପବେଲ ଓ ସାଇ ହୋପଙ୍କ ଶତକ ବଳରେ ଇଣ୍ଡିଜ ଟିମ ଦ୍ୱିତୀୟ ଇନିଂସରେ ୩୯୦ ରନ କରିଥିଲା।

Advertisment

ଫଳରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ପୁଣି ବ୍ୟାଟିଂ କରିବାକୁ ପଡ଼ିଥିଲା। ଦଳ( Indian Cricket Team) ସାମ୍ନାରେ ୧୨୧ ରନର ଟାର୍ଗେଟ ରହିଥିଲା। କେଏଲ ରାହୁଲଙ୍କ ଅପରାଜିତ ୫୮ ଓ ସାଈ ସୁଦର୍ଶନଙ୍କ ୩୯ ରନ ବଳରେ ଭାରତୀୟ ଟିମ ୭ ୱିକେଟରେ ମ୍ୟାଚ୍‌କୁ ଜିତି ନେଇଛି। 

ତେବେ ଭାରତ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(୨୦୨୫-୨୭)ର ପଏଣ୍ଟ ଟେବୁଲରେ କେତେ ନମ୍ବର ସ୍ଥାନରେ ପହଞ୍ଚିଛି, ତା’ ଉପରେ ଏବ ସମସ୍ତଙ୍କ ନଜର ରହିଛି। ଭାରତର ବିଜୟ ପରେ ଆଇସିସି ପକ୍ଷରୁ ଅପଡେଟ ହୋଇଥିବା WTC ପଏଣ୍ଟ ଟେବୁଲରେ ଭାରତ ପୂର୍ବ ଭଳି ତୃତୀୟ ସ୍ଥାନରେ ରହିଛି। ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆ ଓ ଦୁଇ ନମ୍ବରେ ଶ୍ରୀଲଙ୍କା ରହିଛି।

ଗିଲଙ୍କ କ୍ୟାପ୍ଟେନ୍ସିରେ ୨୦୨୫-୨୭ WTC ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମେ ଇଂଲଣ୍ଡ ମାଟିରେ ୫ଟି ଟେଷ୍ଟ(Test Match) ଖେଳିଥିଲା। ଏହି ସିରିଜ ୨-୨ରେ ବରାବର ରହିଥିଲା। ଏବେ ଘରୋଇ ମାଟିରେ ଦଳ ଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ଦୁଇଟି ଯାକ ଜିତିଛି। 

ଭାରତ ବିଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। କିନ୍ତୁ ଭାରତର ବିଜୟ ବିଜୟ ପ୍ରତିଶତ ପଏଣ୍ଟ ୫୫.୫୬ରୁ ୬୧.୯୦କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୭ଟି ଟେଷ୍ଟ ଖେଳିଥିବା ବେଳେ ୪ଟିରେ ଜିତିଛି ଓ ୨ଟି ହାରିଛି। ସେହିପରି ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। 

ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ଖେଳି ୩ଟିରେ ଜିତିଛି। ଦଳର ବିଜୟ ପ୍ରତିଶତ ୧୦୦% ରହିଛି। ଶ୍ରୀଲଙ୍କା ଦୁଇଟି ଟେଷ୍ଟ ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ଡ୍ର ରହିଛି। ତେଣୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୬.୬୭ ପଏଣ୍ଟ। ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଭାରତ ପରେ ଇଂଲଣ୍ଡ(୪୩.୩୩) ଓ ବାଂଲାଦେଶ(୧୬.୬୭) ରହିଛି। 

ୱେଷ୍ଟଇଣ୍ଡିଜ ୨୦୨୫-୨୭ WTCରେ ଏଯାଏ ୫ଟି ଟେଷ୍ଟ ଖେଳିଛି। କିନ୍ତୁ ଦଳକୁ ୫ଟି ଯାକ ଟେଷ୍ଟ ହାରିବାକୁ ପଡ଼ିଛି। ଭାରତ ପୂର୍ବରୁ ୱେଷ୍ଟଇଣ୍ଡିଜ ୩ଟି ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଘରୋଇ ମାଟିରେ ବି ଇଣ୍ଡିଜ ଟିମକୁ ୩ଟି ଯାକ ଟେଷ୍ଟରେ ହାରିବାକୁ ପଡ଼ିଥିଲା। ଏବେ ଭାରତ ବିପକ୍ଷରେ ମଧ୍ୟ ଦଳ ୨ଟି ଯାକ ଟେଷ୍ଟ ହାରିଛି। 

Indian Cricket Team WTC Test Cricket Test Match