Advertisment

ଲଜ୍ଜାଜନକ ପରାଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ଭାରତ ତଳକୁ ଖସିଲା

ଏବେ ଭାରତର ପିସିଟି ୫୮.୩୩ ରହିଥିବା ବେଳେ ଅଷ୍ଟ୍ରେଲିଆ ୬୨.୫୦ ସହ ୧ନଂରେ ରହିଛି। ଶ୍ରୀଲଙ୍କା ୫୫.୫୬% ସହ ତୃତୀୟ, ୫୪.୫୫% ସହ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଓ ୫୪/୧୭ % ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି।

India

India

Advertisment

ଘରୋଇ ମାଟିରେ ଲଜ୍ଜାଜନକ ପରାଜୟ ମୁଣ୍ଡାଇଛି ଭାରତ। ଭାରତକୁ ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ ମୂଳପୋଛ କରି ଦେଇଛି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ। ଶେଷ ମ୍ୟାଚ୍‌ ସହ କ୍ୱିୱି ଟିମ ୩-୦ରେ ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି। ତୃତୀୟ ଟେଷ୍ଟରେ ଭାରତ ୨୫ ରନରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Advertisment

ଦୀର୍ଘ ଦିନ ଧରି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିବା ସହ ଫାଇନାଲ ଖେଳିବା ଦିଗରେ ଆଗକୁ ବଢ଼ୁଥିବା ଭାରତକୁ ପରାଜୟ ପରେ ଝଟକାର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ଆଉ ଏବେ ୧ ନଂ ସ୍ଥାନରେ ନାହିଁ। ଦଳ ଅଷ୍ଟ୍ରେଲିଆ ତଳକୁ ଖସି ଯାଇଛି। ଏଥିସହ ଶ୍ରୀଲଙ୍କାର ବିଜୟ ପ୍ରତିଶତ ପଏଣ୍ଟ(ପିସିଟି) ସହ ଭାରତ ବିପଦଜନକ ଭାବେ ଅତି ନିକଟରେ ପହଞ୍ଚି ଯାଇଛି।

ଅଷ୍ଟ୍ରେଲିଆ ଏବେ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ ସିରିଜ ବିଜୟ ସହ ୪ର୍ଥକୁ ଉଠିଛି। ନଭେମ୍ବର ୨୨ରୁ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଯିବ। ଏହି ସିରିଜର ଫଳାଫଳ ଭାରତକୁ ଫାଇନାଲ ଟିକେଟ ଦେବ। ଅନ୍ୟଥା ଭାରତୀୟ ଟିମ ଫାଇନାଲ ଖେଳିବାରୁ ବଞ୍ଚିତ ହେବ।

Advertisment

ଏବେ ଭାରତର ପିସିଟି ୫୮.୩୩ ରହିଥିବା ବେଳେ ଅଷ୍ଟ୍ରେଲିଆ ୬୨.୫୦ ସହ ୧ନଂରେ ରହିଛି। ଶ୍ରୀଲଙ୍କା ୫୫.୫୬% ସହ ତୃତୀୟ, ୫୪.୫୫% ସହ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଓ ୫୪/୧୭ % ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି।

ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ସାମ୍ନା କରିବ। ସେହିପରି ଶ୍ରୀଲଙ୍କା ବିଦେଶ ମାଟିରେ ଦକ୍ଷିଣ ଆଫ୍ରିକା ଓ ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ୨ଟି ଲେଖାଏ ଟେଷ୍ଟ ମ୍ୟାଚ୍‌ ଖେଳିବ। ନ୍ୟୁଜିଲ୍ୟାଣ୍ଡ ନିଜ ମାଟିରେ ଇଂଲଣ୍ଡ ସହ ୩ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଟପ୍‌ ୬ଟି ପରସ୍ପରକୁ ଏକାଧିକ ଥର ସାମ୍ନାକୁ କରିବାକୁ ଯାଉଥିବାରୁ ୨୦୨୫ ଜୁନରେ କିଏ ଫାଇନାଲ ଖେଳିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

WTC Team India WTC Final Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe