Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଇଂନିସ ବିଜୟ ପରେ ଭାରତର ପଏଣ୍ଟ କେତେ ହେଲା

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଶ୍ରୀଲଙ୍କା ଓ ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୩.୩୩ ରହିଥିବା ବେଳେ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ଟିକିଆ ଟେଷ୍ଟ ସିରିଜ ଖେଳିବ।

author-image
Hemant Lenka
Nagpur Test

Nagpur Test

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଦମ ଦେଖାଇଛି ଭାରତ। କ୍ରମାଗତ ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲକୁ ଯିବାକୁ ହେଲେ ଭାରତକୁ ବର୍ଡର ଗାଭାସ୍କର ଟ୍ରଫିରେ ୩ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ। ଏହି ଦିଗରେ ମଧ୍ୟ ଭାରତ ଗୋଟିଏ ପାଦ ଆଗକୁ ବଢ଼ାଇଛି।

Advertisment

ପ୍ରଥମ ଟେଷ୍ଟରେ ଦଳ ଗୋଟିଏ ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ନାଗପୁରରେ ଖେଳା ଯାଉଥିବା ଏହି ଟେଷ୍ଟରେ ଭାରତୀୟ ବ୍ୟାଟର ଓ ବୋଲରମାନେ କମାଲ କରିଛନ୍ତି। ରବୀନ୍ଦ୍ର ଜାଡେଜା ନିଜର କମବ୍ୟାକ୍‌ ମ୍ୟାଚ୍‌ରେ ୭ ୱିକେଟ ଦଖଲ କରିବା ସହ ୭୦ ରନ କରିଛନ୍ତି। ରବି ଅଶ୍ୱିନ ମଧ୍ୟ ପ୍ରଥମ ଇନିଂସରେ ୩ଟି ଓ ଦ୍ୱିତୀୟ ଇନିଂସରେ ୫ ସଫଳତା ହାସଲ କରିଛନ୍ତି। ଏହି ବିଜୟ ସହ ଭାରତ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନିଜର ବିଜୟ ପ୍ରତିଶତକୁ ବୃଦ୍ଧି କରିପାରିଛି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତର ବିଜୟ ପ୍ରତିଶତ ପଏଣ୍ଟ ୫୮.୯୩ ରହିଥିଲା। ପ୍ରଥମ ଟେଷ୍ଟକୁ ଜିତିବା ପରେ ଭାରତ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ବିଜୟ ପ୍ରତିଶତ ପଏଣ୍ଟ ୬୧.୬୭ ରହିଛି। ୧ ନଂ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ପଏଣ୍ଟ ୭୫.୫୬କୁ ଖସି ୭୦.୮୩ରେ ପହଞ୍ଚିଛି।

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିବା ଭାରତକୁ ପୁଣି ସଫଳତା ଦୋହରାଇବାକୁ ହେଲେ ବାକି ୩ଟି ମ୍ୟାଚ୍‌ରୁ ୨ଟିରେ ଯେମିତି ହେଲେ ଜିତିବାକୁ ପଡ଼ିବ।

Point table WTC ପଏଣ୍ଟ ଟେବୁଲ

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଶ୍ରୀଲଙ୍କା ଓ ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୩.୩୩ ରହିଥିବା ବେଳେ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ଟିକିଆ ଟେଷ୍ଟ ସିରିଜ ଖେଳିବ। ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ବର୍ତ୍ତମାନ ୪୮.୭୨% ରହିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ୱେଷ୍ଟଇଣ୍ଡିଜ୍‌ ସହ ୨ଟି ମ୍ୟାଚ୍‌ ଖେଳିବ।

ଅନ୍ୟପକ୍ଷରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି।

India Vs Australia WTC Indian Cricket Team Border-Gavaskar Trophy Bcci ICC