ପାକିସ୍ତାନ ଟିମ
ଏସିଆ କପ ଫାଇନାଲରେ ଭାରତ ଆଗରେ ଧୂଳି ଚାଟିଥିବା ପାକିସ୍ତାନ(Pakistan) ଏବେ ଟେଷ୍ଟ ସିରିଜରେ କମାଲ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୫-୨୭) ଅଭିଯାନ ଆରମ୍ଭ କରିଛି। ଲାହୋରରେ ଖେଳା ଯାଉଥିବା ସିରିଜର ପ୍ରଥମ ଟେଷ୍ଟକୁ ପାକିସ୍ତାନ ନାଟକୀୟ ଢଙ୍ଗରେ ଜିତି ନେଇଛି। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତା୩ ୯୩ ରନରେ ପ୍ରଥମେ ଟେଷ୍ଟକୁ କବଜା କରିଛି। ଏହି ବିଜୟ ସହ ନିଜର WTC ଅଭିଯାନ ଆରମ୍ଭ କରିଛି ପାକିସ୍ତାନ।
ଲାହୋରରେ ୨୭୭ ରନର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ରାୟନ ରିକେଲଟନ ସଂଘର୍ଷପୂର୍ଣ୍ଣ ୪୫ ରନ କରିଥିଲେ। ଡେୱାଲ ବ୍ରେଭିସ ମଧ୍ୟ ୫୪ ବଲରେ ୫୪ ରନର ଇନିଂସ ଖେଳିଥିଲେ। ତଥାପି ଦକ୍ଷିଣ ଆଫ୍ରିକା ୧୮୩ ରନରେ ଅଲଆଉଟ ହୋଇ ଯାଇଛି।
ଦ୍ୱିତୀୟ ଇନିଂସରେ ନୋମାଲ ଅଲୀ ଓ ଶାହୀନ ଶାହ ଆଫ୍ରିଦି ୪ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ସାଜିଦ ଖାନଙ୍କ ଖାତାକୁ ୨ଟି ୱିକେଟ ଯାଇଛି। ପ୍ରଥମ ଇନିଂସରେ ପାକିସ୍ତାନ ଇମାମ ଉଲ ହକଙ୍କ ୯୩, ଅଧିନାୟକ ଶାନ ମସୁଦଙ୍କ ୭୩, ମହମ୍ମଦ ରିଜୱାନଙ୍କ ୭୫ ଓ ସଲମାନ ଅଲୀ ଆଘାଙ୍କ ୯୩ ରନ ବଳରେ ୩୭୮ ରନ କରିଥିଲା।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଟୋନୀ ଡେ ଜୋରଜିଙ୍କ ୧୦୪ ରନ ଓ ରିକେଲଟନଙ୍କ ୭୧ ରନ ସତ୍ତ୍ୱେ କେବଳ ୨୬୯ ରନ କରି ପାରିଥିଲା। ନୋମାନ ଅଲୀ ୬ଟି, ସାଜିଦ ଖାନ ୩ଟି ଓ ସଲମାନ ଅଲୀ ଆଘା ଗୋଟିଏ ସଫଳତା ପାଇଥିଲା।
ଦ୍ୱିତୀୟ ଇନିଂସରେ ପାକିସ୍ତାନ ମାତ୍ର ୧୬୪ ରନ କରିବାରୁ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକାକୁ ଚ୍ୟାଲେଞ୍ଜିଂ ୨୭୭ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ଭ୍ରମଣକାରୀ ଟିମ କେବଳ ୧୮୩ ରନ କରିବାକୁ ସକ୍ଷମ ହୋଇଛି।
ଏହି ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ପାକିସ୍ତାନକୁ ବଡ଼ ଫାଇଦା ମିଳିଛି। ଦଳ ସିଧା ଭାରତ ଓ ଶ୍ରୀଲଙ୍କାକୁ ପଛକୁ ଠେଲି ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି। ୨୦୨୫-୨୭ WTC ସଂସ୍କରଣରେ ଏହା ପାକିସ୍ତାନର ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚ୍କୁ ପାକିସ୍ତାନ ଜିତି ନେଇଥିବାରୁ ଦଳର ବିଜୟ ପ୍ରତିଶତ ପଏଣ୍ଟ ୧୦୦% ରହିଛି। ତେଣୁ ପାକିସ୍ତାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି।
୧ନଂ ସ୍ଥାନରେ ପୂର୍ବଭଳି ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆର ବିଜୟ ପ୍ରତିଶତକ ମଧ୍ୟ ୧୦୦%। କିନ୍ତୁ ଦଳ ୩ଟିରୁ ୩ଟି (Test Cricket)ଜିତି ଥିବାରୁ ପାକିସ୍ତାନ ଉପରେ ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନ ସୁଇପ କରିଥିଲେ ହେଁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି।
ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ୨୦୨୫-୨୭ WTC ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମେ ଇଂଲଣ୍ଡ ମାଟିରେ ୫ଟି ଟେଷ୍ଟ(Test Match) ଖେଳିଥିଲା। ଏହି ସିରିଜ ୨-୨ରେ ବରାବର ରହିଥିଲା। ଏବେ ଘରୋଇ ମାଟିରେ ଦଳ ଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ଦୁଇଟି ଯାକ ଜିତିଛି।
ଭାରତ ଏବେ ସିରିଜ ବିଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ପଏଣ୍ଟ ୬୧.୯୦। ଭାରତ ଏଯାଏ ୭ଟି ଟେଷ୍ଟ ଖେଳିଥିବା ବେଳେ ୪ଟିରେ ଜିତିଛି ଓ ୨ଟି ହାରିଛି।
ସେହିପରି ଗୋଟିଏ ମ୍ୟାଚ୍ ଡ୍ର ରହିଛି। ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଦୁଇଟି ଟେଷ୍ଟ( Cricket) ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ଡ୍ର ରହିଛି। ତେଣୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୬.୬୭ ପଏଣ୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/15/pakistan1-2025-10-15-16-31-40.jpg)