Advertisment

ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଜଳକା କଲା ଶ୍ରୀଲଙ୍କା, WTC ପଏଣ୍ଟ ଟେବୁଲ ଉପରେ ନଜର ପକାନ୍ତୁ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଶ୍ରୀଲଙ୍କା ୬୩ ରନରେ ଜିତି ନେଇଛି। ଶେଷ ଦିନରେ ଧନଞ୍ଜୟ ଡି’ସିଲଭାଙ୍କ ଦଳ ବିଜୟ ହାସଲ କରିଛି।

Sri Lanka

Sri Lanka

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଭାରତ ତା’ର ସ୍ଥିତିକୁ ମଜବୁତ କରିବାରେ ଲାଗିଛି। ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇବା ପରେ ଭାରତ WTC ଫାଇନାଲ ଖେଳିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି।

Advertisment

ସେହିପରି ଶ୍ରୀଲଙ୍କା ଆଜି ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଚମତ୍କାର ଢଙ୍ଗରେ ହରାଇ ଦେଇ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରଖିଛି। ଭାରତର ବିଜୟ ପ୍ରତିଶତ ପଏଣ୍ଟ ୭୧.୬୭ ରହିଥିବା ବେଳେ ଶ୍ରୀଲଙ୍କା ୫୦% ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୬୨.୫୦ ରହିଛି।

ଗାଲେରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଶ୍ରୀଲଙ୍କା ୬୩ ରନରେ ଜିତି ନେଇଛି। ଶେଷ ଦିନରେ ଧନଞ୍ଜୟ ଡି’ସିଲଭାଙ୍କ ଦଳ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପାଇଁ ପ୍ରଭାତ ଜୟସୂରିୟା ମ୍ୟାଚ୍‌ରେ ୨୦୪ ରନରେ ୯ଟି ୱିକେଟ ନେଇ ବିଜୟର ନାୟକ ସାଜିଛନ୍ତି।

Advertisment

ଶ୍ରୀଲଙ୍କା ପ୍ରଥମ ଇନିଂସରେ କାମିନ୍ଦୁ ମେଣ୍ଡିସଙ୍କ ୧୧୪ ରନ ବଳରେ ସମସ୍ତ ୱିକେଟ ହରାଇ ୩୦୫ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୩୪୦ ରନ କରି ଗୁରୁତ୍ୱପୂର୍ଣ୍ଣ ୩୫ ରନର ଲିଡ ପାଇଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୩୦୯ ରନ କରିବାକୁ ମ୍ୟାଚ୍‌ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୭୫ ରନର ଟାର୍ଗେଟ ମିଳିଥିଲା।

ହେଲେ ଶ୍ରୀଲଙ୍କାର ସ୍ପିନ ଜାଲରେ ଭ୍ରମଣକାରୀ ଦଳର ବ୍ୟାଟରମାନେ ଫସି ଯାଇଥିଲେ। ରଚିନ ରବୀନ୍ଦ୍ର ଶେଷ ଯାଏ ୯୨ ରନ କରି ଲଢ଼ିଥିଲେ ହେଁ ଦଳକୁ ଜିତାଇ ପାରି ନଥିଲେ। ଆଜି ଶେଷ ଦିନରେ ସେ ନ୍ୟୁଜିଲ୍ୟାଣ୍ଡର ୯ମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ପ୍ରଭାତ ନେଇଥିଲେ। ସେହିପରି ଶେଷ ବ୍ୟାଟର ଭାବେ ୱିଲିୟମ ଓରୌରକେ ମଧ୍ୟ ପ୍ରଭାତଙ୍କ ଶିକାର ବନିଥିଲେ। ପ୍ରଥମ ଇନିଂସରେ ସେ ୪ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୫ ସଫଳତା ପାଇଛନ୍ତି।

ଏହି ବିଜୟ ପରେ ଶ୍ରୀଲଙ୍କେ WTC ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡକୁ ତଳକୁ ଠେଲି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ପ୍ରତିଶତ ପଏଣ୍ଟ ୪୨.୮୬କୁ ଖସି ଯାଇଛି। ଇଂଲଣ୍ଡ ୪୨.୧୯ ସହ ୫ମ, ବାଂଲାଦେଶ ୩୯.୨୯ସହ ୬ଷ୍ଟ, ୩୮.୮୯ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୭ମ, ପାକିସ୍ତାନ ୮ମ ଓ ୱେଷ୍ଟଇଣ୍ଡିଜ ୯ମ ସ୍ଥାନରେ ରହିଛି।

Newzealand Srilanka Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe