Advertisment

ଐତିହାସିକ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ

ଐତିହାସିକ ବିଜୟ ପରେ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ନ୍ୟୁଜିଲ୍ୟାଣ୍ଡ ସିରିଜ ପୂର୍ବରୁ ଭାରତୀୟ ଟିମ ଶୀର୍ଷରେ ରହିଥିଲା।

author-image
Hemant Lenka
Virat

Virat

କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବା ପାଇଁ ଭାରତର ଆଶା ଉଜ୍ଜୀବିତ ରହିଛି। ସୋମବାର ଦଳ ପର୍ଥରେ ଅଷ୍ଟ୍ରେଲିଆକୁ ୨୯୫ରେ ହରାଇ ଐତିହାସିବ ବିଜୟ ହାସଲ କରିଛି। ଏହାପୂର୍ବରୁ ଭାରତୀୟ ଟିମ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ପରାସ୍ତ ହୋଇଥିଲା।

Advertisment

ତେବେ ପର୍ଥରେ ଐତିହାସିକ ବିଜୟ ପରେ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ନ୍ୟୁଜିଲ୍ୟାଣ୍ଡ ସିରିଜ ପୂର୍ବରୁ ଭାରତୀୟ ଟିମ ଶୀର୍ଷରେ ରହିଥିଲା।

କିନ୍ତୁ ୦-୩ରେ ସିରିଜ ହାରିବା ପରେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିଲା। ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଥିଲା। ହେଲେ ଭାରତ ଏବେ ବର୍ଡର-ଗାଭାସ୍କର ଟେଷ୍ଟର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବଡ଼ ସଫଳତା ପାଇଛି।

Advertisment

ବିଜୟ ପ୍ରତିଶତ ୬୧.୧୧ ସହ ଭାରତୀୟ ଟିମ ଏବେ ଶୀର୍ଷରେ ପହଞ୍ଚିଥିବ ବେଳେ ୫୭.୬୯ ବିଜୟ ପ୍ରତିଶତ ସହ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି। ଶ୍ରୀଲଙ୍କା ୫୫.୫୬% ସହ ତୃତୀୟ, ୫୪.୫୫% ସହ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଓ ୫୪.୧୭% ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି।

ଭାରତ ଯଦି ବର୍ଡର ଗାଭାସ୍କର ଟ୍ରଫିକୁ ୪-୦ରେ ଜିତି ନେବ, ତା’ହେଲେ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ପ୍ରଥମ ଟେଷ୍ଟ ଆଜି ଶେଷ ହୋଇଥିବା ବେଳେ ଡିସେମ୍ବର ୬ରୁ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

Border-Gavaskar Trophy WTC Test Cricket Test Match