Advertisment

IND vs WI: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ବିଜୟ ପରେ ପଏଣ୍ଟ ଟେବୁଲର କେଉଁଠି ପହଞ୍ଚିଲା ଭାରତ?

ୱେଷ୍ଟଇଣ୍ଡିଜ ୨୦୨୫-୨୭ WTCରେ ଏଯାଏ ୪ଟି ଟେଷ୍ଟ ଖେଳିଛି। କିନ୍ତୁ ଦଳକୁ ୪ଟି ଯାକ ଟେଷ୍ଟ ହାରିବାକୁ ପଡ଼ିଛି। ଭାରତ ପୂର୍ବରୁ ୱେଷ୍ଟଇଣ୍ଡିଜ ୩ଟି ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଘରୋଇ ମାଟିରେ ବି ଇଣ୍ଡିଜ ଟିମକୁ ୩ଟି ଯାକ ଟେଷ୍ଟରେ ହାରିବାକୁ ପଡ଼ିଥିଲା।

IND

ଭାରତୀୟ ଟିମ

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ(Test Cricket)କୁ ଭାରତ ଗୋଟିଏ ଇନିଂସ ଓ ୧୪୦ ରନରେ ଜିତି ନେଇଛି। ଗୁରୁବାର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଶନିବାର ଚା’ ପାନ ବିରତି ପୂର୍ବରୁ ଏହା ଶେଷ ହୋଇଯାଇଛି। ଅର୍ଥାତ ଭାରତ(Indian Cricket Team) ଅହମଦାବାଦ ଟେଷ୍ଟକୁ ଅଢ଼େଇ ଦିନରେ ଶେଷ କରି ଦେଇଛି।

Advertisment

ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ କରିଥିବା ବେଳେ ଭାରତ ୫ ୱିକେଟ ହରାଇ ୪୪୮ ରନ କରିବା ପରେ ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୨୮୬ ରନ ପଛରେ ଥିବା ଇଣ୍ଡିଜ ଟିମ ଦ୍ୱିତୀୟ ପାଳିରେ ମାତ୍ର ୧୪୬ ରନ କରି ଅଲଆଉଟ ହୋଇଯାଇଛି। ବ୍ୟାଟିଂ ବେଳେ ଅପରାଜିତ ୧୦୯ ରନ ଓ ଦ୍ୱିତୀୟ ଇନିଂସରେ ୪ ୱିକେଟ ନେଇଥିବା ରବୀନ୍ଦ୍ର ଜାଡେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। 

ତେବେ ଭାରତ ଏହି ବଡ଼ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(୨୦୨୫-୨୭)ର ପଏଣ୍ଟ ଟେବୁଲରେ କେତେ ନମ୍ବର ସ୍ଥାନରେ ପହଞ୍ଚିଛି, ତା’ ଉପରେ ଏବ ସମସ୍ତଙ୍କ ନଜର ରହିଛି। ଭାରତର ବିଜୟ ପରେ ଆଇସିସି ପକ୍ଷରୁ ଅପଡେଟ ହୋଇଥିବା WTC ପଏଣ୍ଟ ଟେବୁଲରେ ଭାରତ ପୂର୍ବ ଭଳି ତୃତୀୟ ସ୍ଥାନରେ ରହିଛି। ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆ ଓ ଦୁଇ ନମ୍ବରେ ଶ୍ରୀଲଙ୍କା ରହିଛି।

Advertisment

ଗିଲଙ୍କ କ୍ୟାପ୍ଟେନ୍ସିରେ ୨୦୨୫-୨୭ WTC ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମେ ଇଂଲଣ୍ଡ ମାଟିରେ ୫ଟି ଟେଷ୍ଟ(Test Match) ଖେଳିଥିଲା। ଏହି ସିରିଜ ୨-୨ରେ ବରାବର ରହିଥିଲେ। ଏବେ ଘରୋଇ ମାଟିରେ ଦଳ ଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳିବ। ପ୍ରଥମ ଟେଷ୍ଟକୁ ଭାରତ ଜିତି ନେଇଛି। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ଦିଲ୍ଲୀରେ ଖେଳାଯିବ। 

ଭାରତ ବିଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ପଏଣ୍ଟ ୫୫.୫୬ ରହିଛି। ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ଖେଳି ୩ଟିରେ ଜିତିଛି। ଦଳର ବିଜୟ ପ୍ରତିଶତ ୧୦୦% ରହିଛି। ଶ୍ରୀଲଙ୍କା ଦୁଇଟି ଟେଷ୍ଟ ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ଡ୍ର ରହିଛି। ତେଣୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୬.୬୭ ପଏଣ୍ଟ। ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଭାରତ ପରେ ଇଂଲଣ୍ଡ(୪୩.୩୩) ଓ ବାଂଲାଦେଶ(୧୬.୬୭) ରହିଛି। 

ୱେଷ୍ଟଇଣ୍ଡିଜ ୨୦୨୫-୨୭ WTCରେ ଏଯାଏ ୪ଟି ଟେଷ୍ଟ ଖେଳିଛି। କିନ୍ତୁ ଦଳକୁ ୪ଟି ଯାକ ଟେଷ୍ଟ ହାରିବାକୁ ପଡ଼ିଛି। ଭାରତ ପୂର୍ବରୁ ୱେଷ୍ଟଇଣ୍ଡିଜ ୩ଟି ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଘରୋଇ ମାଟିରେ ବି ଇଣ୍ଡିଜ ଟିମକୁ ୩ଟି ଯାକ ଟେଷ୍ଟରେ ହାରିବାକୁ ପଡ଼ିଥିଲା। ଏବେ ଭାରତ ବିପକ୍ଷ ଟେଷ୍ଟ ଅଭିଯାନ ମଧ୍ୟ ପରାଜୟରୁ ଆରମ୍ଭ କରିଛି ରୋଷ୍ଟନ ଚେଜଙ୍କ ଦଳ। 

Indian Cricket Team WTC Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe