Advertisment

WTC Point Table: ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ପାକିସ୍ତାନ: WTC ପଏଣ୍ଟ ଟେବୁଲରେ ବଡ଼ ଅଦଳବଦଳ

୨୦୦୭ ପରେ ପାକିସ୍ତାନରେ କୌଣସି ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛି। ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଟେଷ୍ଟ ସିରିଜକୁ ୧-୧ରେ ସ୍ଥିତିରେ ଶେଷ କରିବାକୁ ସକ୍ଷମ ବି ହୋଇଛି ଦକ୍ଷିଣ ଆଫ୍ରିକା।

Pakistan

ସିରିଜ ୧-୧ରେ ଡ୍ର

Advertisment

ଘରୋଇ ମାଟିରେ ଧୂଳି ଚାଟିଛି ପାକିସ୍ତାନ। ନିଜକୁ ସୁହାଇଲା ଭଳି ପିଚ କରି ବି ହାରିଛି ପାକିସ୍ତାନ। ପ୍ରଥମେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୯୩ ରନରେ ହରାଇ ଦେଇଥିବା ପାକିସ୍ତାନ ଏବେ ସମଦଶା ଭୋଗିଛି। ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଦମ ଦେଖାଇ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି।

Advertisment

ଏଥିସହ ୨୦୦୭ ପରେ ପାକିସ୍ତାନରେ କୌଣସି ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛି। ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଟେଷ୍ଟ ସିରିଜକୁ ୧-୧ରେ ସ୍ଥିତିରେ ଶେଷ କରିବାକୁ ସକ୍ଷମ ବି ହୋଇଛି ଦକ୍ଷିଣ ଆଫ୍ରିକା। 

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୫-୨୭) ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ଜିତିଥିଲା। ଏବେ ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନକୁ ହାରିବାକୁ ପଡ଼ିଛି। 

Advertisment

ରାୱଲପିଣ୍ଡିରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ପାକିସ୍ତାନ ଅଧିନାୟକ ଶାନ ମସୁଦଙ୍କ ୮୭, ସୌଦ ସକୀଲଙ୍କ ୬୬ ଓ ଶଫିକଙ୍କ ୫୭ ରନ ବଳରେ ସମସ୍ତ ୱିକେଟ ହରାଇ ୩୩୩ ରନ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୭ ୱିକେଟ ନେଇଥିଲେ। 

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ସେନୁରାନ ମୁଥୁସାମୀଙ୍କ ଲଢ଼ୁଆ ୮୯, ଟ୍ରିଷ୍ଟାନ ଷ୍ଟବ୍ସଙ୍କ ୭୬ ଓ ଟୋନି ଡେ ଜୋରଜିଙ୍କ ୫୫ ରନ ବଳରେ ସମସ୍ତ ୱିକେଟ ହରାଇ ୪୦୪ ରନ କରି ନେଇଥିଲା। ଅର୍ଥାତ ଦକ୍ଷିଣ ଆଫ୍ରିକାକୁ ୭୧ ରନର ଲିଡ୍‌ ମିଳି ଯାଇଥିଲା। ପାକିସ୍ତାନ ପକ୍ଷରୁ ଆସିଫ ଆଫ୍ରିଦି ୬ ଟି ୱିକେଟ ନେଇଥିଲେ। 

୭୧ ରନ ପଛରେ ଥିବା ପାକିସ୍ତାନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବାବର ଆଜମ ୫୦ ରନ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଶେଷରେ ପାକିସ୍ତାନ ମାତ୍ର ୧୩୮ ରନରେ ଅଲଆଉଟ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ହାରମର ୬ଟି, ମହାରାଜ ୨ଟି ଓ କାଗିସୋ ରବାଡା ଗୋଟିଏ ୱିକେଟ ପାଇଥିଲେ। 

ପାକିସ୍ତାନ ୧୩୮ ରନରେ ଅଲଆଉଟ ହୋଇଯିବାରୁ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ୬୮ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ ହରାଇ ହାସଲ କରି ନେଇଛି। ଛକା ମାରି ରେକେଲଟନ୍‌ ମ୍ୟାଚ୍‌କୁ ବେଶ ନାଟକୀୟ ଢଙ୍ଗରେ ଶେଷ ମଧ୍ୟ କରିଛନ୍ତି। 

ଦକ୍ଷିଣ ଆଫ୍ରିକାର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ବଡ଼ଧରଣର ଅଦଳବଦଳ ହୋଇଛି। ପ୍ରଥମ ମ୍ୟାଚ୍‌ ଜିତିବା ପରେ ପାକିସ୍ତାନ ସିଧା ଭାରତ ଓ ଶ୍ରୀଲଙ୍କାକୁ ପଛକୁ ଠେଲି ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଥିଲା। କିନ୍ତୁ ଆଜି ହାରିବା ପରେ ଦଳ ୫ ନମ୍ବର ସ୍ଥାନକୁ ଖସି ଯାଇଛି। ଦକ୍ଷିଣ ଆଫ୍ରିକା ୪ର୍ଥ ସ୍ଥାନକୁ ଉଠିଥିବା ବେଳେ ଭାରତ ତୃତୀୟ ଓ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି।  

୧ନଂ ସ୍ଥାନରେ ପୂର୍ବଭଳି ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆର ବିଜୟ ପ୍ରତିଶତକ ୧୦୦%। ଦଳ ୩ଟିରୁ ୩ଟି (Test Cricket)ଜିତି ଥିବାରୁ ୧ନଂରେ ଅତୁଟ ରହିଛି। 
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନ ସୁଇପ କରିଥିଲେ ହେଁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି।

ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ୨୦୨୫-୨୭ WTC ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମେ ଇଂଲଣ୍ଡ ମାଟିରେ ୫ଟି ଟେଷ୍ଟ(Test Match) ଖେଳିଥିଲା। ଏହି ସିରିଜ ୨-୨ରେ ବରାବର ରହିଥିଲା। ଏବେ ଘରୋଇ ମାଟିରେ ଦଳ ଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ଦୁଇଟି ଯାକ ଜିତିଛି।

ଭାରତ ଏବେ ସିରିଜ ବିଜୟ ସତ୍ତ୍ୱେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ପଏଣ୍ଟ ୬୧.୯୦। ଭାରତ ଏଯାଏ ୭ଟି ଟେଷ୍ଟ ଖେଳିଥିବା ବେଳେ ୪ଟିରେ ଜିତିଛି ଓ ୨ଟି ହାରିଛି।

ସେହିପରି ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ଦୁଇଟି ଟେଷ୍ଟ( Cricket) ଖେଳିଥିବା ବେଳେ ଗୋଟିଏ ଜିତିଛି ଓ ଗୋଟିଏ ଡ୍ର ରହିଛି। ତେଣୁ ଶ୍ରୀଲଙ୍କାର ବିଜୟ ପ୍ରତିଶତ ୬୬.୬୭ ପଏଣ୍ଟ। 

ଦକ୍ଷିଣ ଆଫ୍ରିକାର ଓ ପାକିସ୍ତାନର ବିଜୟ ପ୍ରତିଶତ ୫୦% ଲେଖାଏ ରହିଛି। ହେଲେ ଦକ୍ଷିଣ ଆଫ୍ରିକା ୪ର୍ଥ ଓ ପାକିସ୍ତାନ ୫ମ ସ୍ଥାନରେ ଅଛି। 

WTC Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe