Advertisment

ଟି-୨୦ ଫାଇଟ୍‌: ପ୍ରଥମ ଥର ପାଇଁ ଆମେରିକାକୁ ଭେଟିବ ଭାରତ

ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହେବା ସହ ଗ୍ରୁପ୍-ଏ ରେ ଶୀର୍ଷ ସ୍ଥାନରେ ରହିଛି।

Ind Vs USA

Ind Vs USA

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ-ଆମେରିକା ଫାଇଟ୍। ନ୍ୟୁୟର୍କରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହେବା ସହ ଗ୍ରୁପ୍-ଏ ରେ ଶୀର୍ଷ ସ୍ଥାନରେ ରହିଛି।

Advertisment

ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ।

ଏପଟେ ଦୁଇଟି ମ୍ୟାଚରେ ପରାଜୟ ପରେ ବିଜୟର ସ୍ୱାଦ ଚାଖିଛି ପାକିସ୍ତାନ। ଗତକାଲି ଖେଳାଯାଇଥିବା ମ୍ୟାଚରେ କାନାଡ଼ାକୁ ୭ ୱିକେଟରେ ହରାଇ ପାକିସ୍ତାନ ବିଜୟୀ ହୋଇଛି। ପାକିସ୍ତାନ ଟସ୍ ଜିତି କାନାଡାକୁ ପ୍ରଥମେ ବ୍ୟାଟିଂ ଛାଡିଥିଲା। ନିର୍ଦ୍ଧାରିତ ୨୦ ଓଭରରେ କାନାଡା ୭ ୱିକେଟ ହରାଇ କରିଥିଲା ୧୦୬ ରନ୍। ଜବାବରେ ପାକିସ୍ତାନ ମାତ୍ର ୩ ୱିକେଟ ହରାଇ ୧୭ ଓଭର ୩ ବଲରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

Advertisment
ICC T20 World Cup 2024 India Vs USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe