Advertisment

ଟି-୨୦ ଓ୍ୱାର୍ଲ୍ଡ କପ୍‌, କାନାଡାକୁ ହରାଇଲା ଆମେରିକା

୭ ଓ୍ୱିକେଟ୍‌ରେ ୧୯୭ ରନ୍‌ କରି କାନାଡାକୁ ମାତ୍‌ ଦେଇଛି ଆମେରିକା।

ଅଦ୍ୟତନ ହୋଇଛି
USA Win

USA Win

Advertisment

ଆଜିଠୁ ଆରମ୍ଭ ହୋଇଛି ଟି-୨୦ ଓ୍ୱାର୍ଲ୍ଡ କପ୍‌। ଆମେରିକା ଓ ଓ୍ୱେଷ୍ଟଇଣ୍ଡିଜର ମିଳିଜ ଆୟୋଜନରେ ଆରମ୍ଭ ହୋଇଥିବା ଏହି ଫଟାଫଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡାକୁ ଧୂଳି ଚଟାଇଛି ଆମେରିକା। ଡାଲାସ ସହରର ଗ୍ରାଣ୍ଡ ପ୍ରାୟରି ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ୭ ଓ୍ୱିକେଟ୍‌ରେ ୧୯୭ ରନ୍‌ କରି କାନାଡାକୁ ହରାଇଛି ଆମେରିକା। 

Advertisment

ପ୍ରଥମେ ଟସ୍‌ ଜିତି ଆମେରିକା ବୋଲିଂ ନିଷ୍ପତ୍ତି ନେଇଥିଲା। କାନାଡା ପ୍ରଥମରୁ ହିଁ ବ୍ୟାଟିଂ କରି ଜବରଦସ୍ତ ପ୍ରଦର୍ଶନ କରିଥିଲା। ନିର୍ଦ୍ଧାରିତ ୨୦ ଓଭର୍‌ରେ ଦଳ ୧୯୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। କାନାଡା ପକ୍ଷରୁ ନଭନୀତ ଧିଲଓ୍ୱାଲ ସର୍ବାଧିକ ୬୧ ରନ୍‌ ସଂଗ୍ରହ କରିଥିଲେ।

୧୯୫ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇିଥିଲା ୟୁଏସ୍‌ଏ। ଓପନ୍‌ର ଷ୍ଟିଭେନ୍‌ ଟେଲର ଶୂନ୍‌ ରନ୍‌ କରି ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଥିଲେ। କିନ୍ତୁ ଆରୋନ ଜୋନ୍ସ ଏବଂ ଆଣ୍ଡ୍ରିଆସ୍ ଗସ୍‌ଙ୍କ ଯୋଡି ଦମ୍‌ଦାର ପ୍ରଦର୍ଶନ କରିଥିଲା। 

Advertisment

ଦଳ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ଜୋନ୍ସ ମାତ୍ର ୪୦ ବଲରେ ୯୪ ରନର ଅପରାଜିତ ଶତକ ହାସଲ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ୪ ଚୌକା ଏବଂ ୧୦ଟି ଦମ୍‌ଦଦାର ଛକା ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେହିପରି ​​ଗସ୍‌ ତୃତୀୟ ନମ୍ବରରେ ବ୍ୟାଟିଂ କରି ୪୬ ବଲରେ ସର୍ବାଧିକ  ୬୫ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ। ୧୯୫ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଦଳ ୧୯୭ ରନ୍‌ ହାସଲ କରିବାରେ ସଫଳ ହୋଇଛି। ଆରନ୍ ଜୋନ୍ସ ମ୍ୟାନ୍‌ ଅଫ୍‌ ଦି ପ୍ଲେୟର୍‌ ହୋଇଛନ୍ତି। 

ଆଜିଠୁ ଆରମ୍ଭ ହୋଇଥିବା ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୯ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ୯ଟି ଗ୍ରାଉଣ୍ଡରେ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେଥିମଧ୍ୟରୁ୬ଟି ୱେଷ୍ଟଇଣ୍ଡିଜ୍ ଏବଂ ୩ଟି ଆମେରିକାରେ ଅଛି। ୱେଷ୍ଟଇଣ୍ଡିଜରେ ଆଣ୍ଟିଗୁଆ ଏବଂ ବାରବୁଦା, ବାରବାଡୋସ୍, ଗୁଇନା, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ଏବଂ ତ୍ରିନିଦାଦ ଓ ଟୋବାଗୋରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ଫ୍ଲୋରିଡା, ନ୍ୟୁୟର୍କ ଏବଂ ଆମେରିକାର ଟେକ୍ସାସରେ ମ୍ୟାଚ୍ ଖେଳାଯିବ।

USA Vs Canada ICC Mens T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe