Advertisment

ଆମେରିକାର ଐତିହାସିକ ବିଜୟ, ସୁପର୍ ଓଭରରେ ପାକିସ୍ତାନ ପରାସ୍ତ

ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା।

USA Vs Pak

USA Vs Pak

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ଅତି ରୋମାଞ୍ଚକର ଭାବେ ବିଜୟ ହାସଲ କରିନେଇଛି ଆମେରିକା।

Advertisment

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। ସୁପର୍ ଓଭରରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ବଲିଂ କରିଥିବା ବେଳେ ଆମେରିକା ୧୮ ରନ୍ ସଂଗ୍ରହ କରିଥିଲା।

ଏହାପରେ ଆମେରିକା ପକ୍ଷରୁ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକର ବଲିଂ କରିଥିଲେ। ସୌରଭଙ୍କ ଷାଣିତ ବୋଲିଂ ଆମେରିକାକୁ ବିଜୟ ଭେଟି ଦେଇଛି।

Advertisment

କାରଣ ସୁପର୍ ଓଭରରେ ପାକିସ୍ତାନ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୫ ରନରେ ବିଜୟୀ ଆମେରିକା ଘୋଷିତ ହୋଇଥିଲା। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି ଆୟୋଜକ ଟିମ୍।    

ଏହି ମ୍ୟାଚ୍ ଆମେରିକାର ଗ୍ରାଣ୍ଡ୍ ପ୍ରାରି ଷ୍ଟାଡିୟମରେ ଖେଳାଯାଇ ଥିବାବେଳେ ଆମେରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। 

Cricket T 20 World Cup ICC WC United States USA Vs Pak Super Over
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe