Advertisment

କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର

ଜୁନ୍ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ICC ପୁରୁଷ ଟି-୨୦ ବିଶ୍ୱକପ...

author-image
Debibandita Barick
Usain Bolt

Usain Bolt

ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ICC ପୁରୁଷ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ। ICC ତାଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି। ଜୁନ୍ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର ପ୍ରଚାର-ପ୍ରସାର କରିବେ ଉସେନ ବୋଲ୍ଟ।

Advertisment

ବୋଲ୍ଟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଏକାଧିକ ଅଲିମ୍ପିକ୍ ଚାମ୍ପିଅନ୍ ତଥା ବିଶ୍ୱ ରେକର୍ଡର ଅଧିକାରୀ। ଆଥଲେଟ ଭାବେ ସେ ବେଶ୍ ପରିଚିତ। ଏକଦା ଏକ ସାକ୍ଷାତକାରରେ ବୋଲ୍ଟ କହିଥିଲେ, କ୍ରିକେଟର ହେବା ତାଙ୍କର ପ୍ରଥମ ପସନ୍ଦ ଥିଲା। ସୌଭାଗ୍ୟବଶତଃ ICC ଟି-୨୦ ବିଶ୍ୱକପରେ ତାଙ୍କୁ ବ୍ରାଣ୍ଡ ଆମ୍ବାସଡର ହେବାର ସୁଯୋଗ ମିଳିଛି।

ବିଶ୍ୱକପର ପ୍ରଚାର-ପ୍ରସାର ସହ ଆସନ୍ତା ସପ୍ତାହରେ ଉନ୍ମୋଚିତ ହେବାକୁ ଥିବା ବିଶ୍ୱକପ ସଂଗୀତ ଭିଡିଓରେ ନଜର ଆସିବେ ବୋଲ୍ଟ। ତାଙ୍କ ସହ ସିନ ପଲ୍ ଓ କେସ୍ ମଧ୍ୟ ସାମିଲ ରହିବେ। ବୋଲ୍ଟ କହିଛନ୍ତି, ଆମେରିକାରେ ବିଶ୍ୱକପ ଆୟୋଜିତ ହେଉଥିବାରୁ ମୁଁ ବେଶ୍ ଖୁସି। ସେ ୱେଷ୍ଟଇଣ୍ଡିଜକୁ ସମର୍ଥନ କରିବେ ବୋଲି କହିଛନ୍ତି। 

Advertisment

ଗ୍ରୁପ୍ ପର୍ଯ୍ୟାୟରେ ଥିବା ୪୦ ଟି ମ୍ୟାଚ୍ ମଧ୍ୟରୁ ୧୬ଟି ଆମେରିକାରେ ଡାଲାସ୍, ନ୍ୟୁୟର୍କ ଏବଂ ଫ୍ଲୋରିଡାର ୩ଟି ସ୍ଥାନରେ ଖେଳାଯିବ। ଜୁନ ୯ରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ଥାନକୁ ଭେଟିବ। ଏବି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। 

Usain Bolt T20 World Cup 2024 Ambassador Sprinter Usain Bolt ICC Men's WC