Advertisment

ଖ୍ୱାଜାଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୫୫/୪

ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

Usman Khawaja

Usman Khawaja

Advertisment

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ତଥା ୪ର୍ଥ ମ୍ୟାଚର ପ୍ରଥମ ଦିନରେ ଚମକିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ୱାଜା। ସେ ପୂରା ଦିନ ବ୍ୟାଟିଂ କରିବା ସହ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି। ଏଥିସହ ସେ ଦିବସର ଶେଷ ଓଭରରେ ନିଜର ଶତକ ମଧ୍ୟ ହାସଲ କରିଛନ୍ତି।

Advertisment

ଖ୍ୱାଜାଙ୍କ ଅପରାଜିତ ୧୦୪ ରନ ବଲରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଚମତ୍କାର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୨୫୫ ରନ କରି ନେଇଛି। ଖେଳ ଶେଷ ହେବା ବେଳକୁ ଖ୍ୱାଜା ୧୦୪ ଓ କାମେରନ ଗ୍ରୀନ ୪୯ ରନ କରି ଅପରାଜିତ ରହିଛନ୍ତି।

ଭାରତ ପାଇଁ ଏହି ମ୍ୟାଚଟି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଟିକେଟ ପାଇଁ ଦଳକୁ ଏହି ମ୍ୟାଚ୍‌କୁ ଯେମିତି ହେଲେ ଜିତିବାକୁ ପଡ଼ିବ। ଯଦି ମ୍ୟାଚ୍‌ ଡ୍ର ରୁହେ କିମ୍ବା ଭାରତ ହାରିଯାଏ, ତା’ହେଲେ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜର ରେଜଲ୍ଟ ଉପରେ ରୋହିତ ଶର୍ମା ଆଣ୍ଡ କୋଙ୍କୁ ନିର୍ଭର କରିବାକୁ ପଡ଼ିବ। ଶ୍ରୀଲଙ୍କା ଯଦି ନ୍ୟୁଜିଲ୍ୟାଣ୍ଡ ଠାରୁ ହାରେ କିମ୍ବା ସିରିଜ୍‌ ଡ୍ର ରୁହେ, ତା’ହେଲେ ଭାରତ ଫାଇନାଲରେ ପ୍ରବେଶ କରିବ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଦଳ କମବ୍ୟାକ୍‌ ମୁଡରେ ରହିବ।

Advertisment

ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଖ୍ୱାଜା ବେଶ ସତର୍କତାର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ବିପର୍ଯ୍ୟୟ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇ ନଥିଲେ। ପ୍ରଥମ ୱିକେଟ ପାଇଁ ଦୁଇ ବ୍ୟାଟର ୬୧ ରନ ଯୋଡ଼ିଥିଲେ।

ଦଳୀୟ ସ୍କୋର ୬୧ ଥିବା ବେଳେ ହେଡ୍‌(୩୨)ଙ୍କୁ ଆଉଟ କରି ରବି ଅଶ୍ୱିନ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅଷ୍ଟ୍ରେଲିଆକୁ ୭୨ ରନରେ ବଡ଼ ଝଟକା ଲାଗିଥିଲା। ଇନଫର୍ମ ମାର୍ନସ ଲାବୁଶେନ ମାତ୍ର ୩ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଯାଇଥିଲେ। ୭୨ ରନରେ ଦୁଇଟି ୱିକେଟ ହରାଇଥିବା ଅଷ୍ଟ୍ରେଲିଆ ଏହପରେ ଜବରଦସ୍ତ ବ୍ୟାଟିଂ କରିଥିଲା। ଖ୍ୱାଜାଙ୍କ ସହ ଅଧିନାୟକ ସ୍ମିଥ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଭାରତର ଅଧିନାୟକ ରୋହିତ ଶର୍ମା ବାରମ୍ବାର ବୋଲିଂ ଏଣ୍ତରେ ପରିବର୍ତ୍ତନ କରୁଥିଲେ ମଧ୍ୟ ଚା’ପାନ ବିରତି ଯାଏ କୌଣସି ପ୍ରକାରର ସଫଳତା ମିଳି ନଥିଲା। ଏଥିସହ ଖ୍ୱାଜା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି କ୍ରିଜ୍‌ରେ ଜମି ସାରିଥିଲେ। ସ୍ମିଥ ନିଜର ଅର୍ଦ୍ଧଶତକ ଅଭିମୁଖେ ଯାଉଥିଲେ। କିନ୍ତୁ ଟି’ଟାଇମ ପରେ ରବୀନ୍ଦ୍ର ଜାଡେଜା ଭାରତକୁ ସଫଳତା ଦେଇଥିଲେ। ସେ ୩୮ ରନ କରିଥିବା ସ୍ମିଥଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ସେହିପରି ପିଟର ହ୍ୟାଣ୍ଡସ୍କମ୍ବ ମଧ୍ୟ ୧୭ ରନ କରି ମହମ୍ମଦ ଶାମିଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଲାଗୁଥିଲା ଭାରତ ଷ୍ଟମ୍ପ ଅପସାରଣ ପୂର୍ବରୁ ଆଉ କିଛି ୱିକେଟ ଝାଡ଼ିବାକୁ ସକ୍ଷମ ହେବ। ହେଲେ ଅଲରାଉଣ୍ଡର ଗ୍ରୀନ ଓ ଦମଦାର ବ୍ୟାଟିଂ କରୁଥିବା ଖ୍ୱାଜା ଏହା କରାଇ ଦେଇଥିଲେ। ଗ୍ରୀନ ଦିନିକିଆ ଭଳି ଚୌକା ବର୍ଷା କରିଥିଲେ। ଦିବସର ଶେଷ ଓଭର ଶାମି ବୋଲିଂ କରିବାକୁ ଆସିଥିବା ବେଳେ ସାମ୍ନା କରିଥିଲେ ଖ୍ୱାଜା। ଏହି ସମୟରେ ତାଙ୍କର ବ୍ୟକ୍ତିଗତ ସ୍କୋର ଥିଲା ୯୯।

ସେ ଶାମିଙ୍କୁ ସୁନ୍ଦର ଚୌକା ମାରି ନିଜ ଟେଷ୍ଟ କ୍ୟାରିୟରର ୧୪ତମ ଶତକ ହାସଲ କରିଥିଲେ। ଏହି ଓଭରର ଶେଷ ବଲରେ ସେ ୧ ରନ କରିବା ପରେ ଅମ୍ପାୟାର ଷ୍ଟମ୍ପ ଅପସାରଣ କରିଥିଲେ। ଖ୍ୱାଜା ଆଜି ୨୫୧ ବଲର ସମ୍ମୁଖୀନ ହୋଇ ୧୫ଟି ଚୌକା ବଳରେ ୧୦୪ ରନ କରିଛନ୍ତି। ସେହିପରି ଗ୍ରୀନ ୬୪ ବଲରେ ୪୯ ରନ କରି ତାଙ୍କ ସହ କ୍ରିଜ୍‌ରେ ରହିଛନ୍ତି। ଅଷ୍ଟ୍ରେଲିଆ ହାତରେ ଆହୁରି ୬ଟି ୱିକେଟ ରହିଥିବାରୁ ଦଳ ପ୍ରଥମ ଇନିଂସରେ ବଡ଼ ସ୍କୋର କରିବା ମୁଡରେ ରହିଛି।

Indian Cricket Team Virat Kohli Cricket Rohit Sharma India Vs Australia Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe