Advertisment

ଉତ୍ତରାଖଣ୍ଡ ବିପର୍ଯ୍ୟୟ ପାଇଁ ସହାୟତାର ହାତ ବଢ଼ାଇଲେ ପନ୍ତ

ଚେନ୍ନାଇ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ହିମସ୍ଖଳନ ଯୋଗୁ ବୃହତ ବିପର୍ଯ୍ୟୟ ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ଏପର୍ଯ୍ୟନ୍ତ ୧୪ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୟଙ୍କର ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସହାୟତାର ହାତ ବଢ଼ାଇଛନ୍ତି। ପନ୍ତ ଟ୍ୱିଟ୍ କରି ଏହି ବଡ଼ ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପନ୍ତ କହିଛନ୍ତି, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଉତ୍ତରାଖଣ୍ଡ ବିପର୍ଯ୍ୟୟ ପାଇଁ ସହାୟତାର ହାତ ବଢ଼ାଇଲେ ପନ୍ତ

pant

ଚେନ୍ନାଇ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ହିମସ୍ଖଳନ ଯୋଗୁ ବୃହତ ବିପର୍ଯ୍ୟୟ ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ଏପର୍ଯ୍ୟନ୍ତ ୧୪ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୟଙ୍କର ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସହାୟତାର ହାତ ବଢ଼ାଇଛନ୍ତି। ପନ୍ତ ଟ୍ୱିଟ୍ କରି ଏହି ବଡ଼ ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପନ୍ତ କହିଛନ୍ତି, 'ଉଦ୍ଧାର କାର୍ଯ୍ୟ ପାଇଁ ମୁଁ ମୋର ମ୍ୟାଚ୍ ଫି' ଦେବାକୁ ଘୋଷଣା କରୁଛି। ଏହାସହ ପନ୍ତ ଅନ୍ୟମାନଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି।' ହରିଦ୍ୱାରରେ ଜନ୍ମିତ ପନ୍ତ ଉତ୍ତରାଖଣ୍ଡରେ ରୁହନ୍ତି।

Advertisment

ରବିବାର ଘଟିଥିବା ପ୍ରକୃତିରେ ଏହି ତାଣ୍ଡବରେ ଅନେକ କ୍ଷତି ହୋଇଛି। ବିଶେଷକରି ଗ୍ଲାସିୟର୍ ଭାଙ୍ଗିବାରୁ ଋଷିଗଙ୍ଗା ପ୍ରୋଜେକ୍ଟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ପାୱାର ପ୍ରୋଜେକ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ। ଏହି ଅଘଟଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୧୬ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ୧୫୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି।

ଚମୋଲୀର ଏସପି ଯଶୱନ୍ତ ଚୌହାନ୍ କହିଛନ୍ତି, ଉଦ୍ଧାର କାର୍ଯ୍ୟକୁ ଅଚାନକ ରୋକିବାକୁ ପଡ଼ିଛି, କାରଣ ଧଉଳୀ ଗଙ୍ଗାରେ ଜଳର ସ୍ତର ହଠାତ୍ ବଢ଼ିଯାଇଛି। ଏଥିରେ ତପୋବନ ହାଇଡ୍ରୋ-ଇଲେକ୍ଟ୍ରିକ୍, ପାୱାର୍ ଡ୍ୟାମ୍ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି।

Advertisment

https://twitter.com/RishabhPant17/status/1358476781141991426?s=20

ସୂଚନାଯୋଗ୍ୟ, ବର୍ତ୍ତମାନ ପନ୍ତ ଚେନ୍ନାଇରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ଚେପକର କଠିନ ପିଚରେ ପନ୍ତ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରି ୮୮ ବଲରେ ୯୧ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୯ ଚୌକା ଓ ୫ ଛକା ସାମିଲ୍ ରହିଛି। ପନ୍ତଙ୍କ ସହ ପୂଜାରା ଓ ୱାଶିଂଟନ୍ ସୁନ୍ଦରଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲଆଉଟ୍ ହୋଇଛି।