Advertisment

ଇତିହାସ ରଚିଲେ ବିହାରର ବୈଭବ, ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ କଲେ ଡେବ୍ୟୁ

କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ।

ଅଦ୍ୟତନ ହୋଇଛି
Vaibhav Suryavanshi

Vaibhav Suryavanshi

Advertisment

କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାରେ ଅଛନ୍ତି। ଏହି ସଫଳତା ସହ ସେ ଦେଶର ଅନ୍ୟତମ କନିଷ୍ଠ ଡେବ୍ୟୁ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। 

Advertisment

ପାଟଣାର ମୋଇନ-ଉଲ-ହକ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚରେ ବୈଭବ ମୁମ୍ବାଇ ବିପକ୍ଷରେ ଡେବ୍ୟୁ କରିଛନ୍ତି। ଏହି ଟ୍ରଫିରେ ସର୍ବ ମୋଟ ୧୯ଟି ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ୩୮ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି।

ଯଦି ବୈଭବ ରିପୋର୍ଟ କରିଥିବା ବୟସ ସଠିକ୍ ହୁଏ, ତେବେ ସେ କନିଷ୍ଠ ଡେବ୍ୟୁ କ୍ରିକେଟରଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଏବଂ ଯୁବରାଜ ସିଂହଙ୍କୁ ମଧ୍ୟ ପଛରେ ପକାଇଦେବେ। କାରଣ ଯୁବରାଜ ସିଂହ ୧୫ ବର୍ଷ ୫୭ ଦିନରେ ଏବଂ ୧୫ ବର୍ଷ ୨୩୦ ଦିନରେ ସଚିନ ତେନ୍ଦୁଲକର ଡେବ୍ୟୁ କରିଥିଲେ। 

Advertisment

ଏହି ଯୁବ ବ୍ୟାଟ୍ସମ୍ୟାନ୍ ଗତ ବର୍ଷ ଚତୁର୍ଦ୍ଦଶ ଅଣ୍ଡର-୧୯ ସିରିଜରେ 'ଇଣ୍ଡିଆ ବି ୟୁ୧୯' ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସେ ଦୁଇଟି ଅର୍ଦ୍ଧଶତକ ସମେତ ୬ଟି ଇନିଂସରେ ୧୭୭ ରନ୍ କରି ଚର୍ଚ୍ଚାକୁ ଆସିଥିଲେ।

ଏହା ବ୍ୟତୀତ ବିନୁ ମଙ୍କଡ଼ ଟ୍ରଫି((Vinoo Mankad Trophy)ରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ। ସେ ଏହି ମ୍ୟାଚରେ 393 ରନ୍ ସହ ଅଷ୍ଟମ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ। ଏହି ଟ୍ରଫିରେ ତାଙ୍କର ହାରାହାରି ରନ୍ ରେଟ୍ ୭୮.୬୦ ଥିଲା ଏବଂ ସେ ଗୋଟିଏ ଶତକ ଶହ ତିନୋଟି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। 

ଏକ ସାକ୍ଷାତକାରରେ ବୈଭବ କହିଛନ୍ତି ଯେ, ସେ ତାଙ୍କ ବାପାଙ୍କଠୁ ପ୍ରେରଣା ପାଇ ନଅ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ବର୍ତ୍ତମାନ ରଣଜୀ ଟ୍ରଫିରେ ବୈଭବଙ୍କ ଡେବ୍ୟୁକୁ ନେଇ ବେଶ୍ ଚର୍ଚ୍ଚା ହେଉଛି।  

Ranji Trophy Vaibhav Suryavanshi Youngest Debutant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe