ବୈଭବ ସୂର୍ଯ୍ୟବଂଶୀ (ଫାଇଲ ଫଟୋ)
ବୟସ ମାତ୍ର ୧୪। କିନ୍ତୁ ଏହି ବୟସରେ ବୈଭବ ସୂର୍ଯ୍ୟଂବଶୀ(Vaibhav Suryavanshi) ପୂରା ବିଶ୍ୱକୁ ଜଣାଇ ଦେଇଛନ୍ତି ଯେ ସେ ବ୍ୟାଟରେ କିଛି ବି କରିପାରନ୍ତି। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସୂର୍ଯ୍ୟବଂଶୀ ମାତ୍ର ୭୮ ବଲରେ ଟେଷ୍ଟ କ୍ରିକେଟରେ ମାରିଛନ୍ତି ଶତକ। ଚୌକାରୁ ଇନିଂସ ଆରମ୍ଭ କରିଥିବା ସୂର୍ଯ୍ୟବଂଶୀ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟାଟରରୁ ଦେଖିବାକୁ ମିଳିଛି ୮ଟି ବିଶାଳ ଛକା।
ଦମଦାର ବ୍ୟାଟିଂ କରିବା ପରେ ଅଷ୍ଟ୍ରେଲିଆ ଅଣ୍ଡର ୧୯ର ହାୟଡେନ ସଚିଲ୍ଲେର ତାଙ୍କୁ ଆଉଟ କରିଛନ୍ତି। ସେ ୮୬ ବଲରେ ୧୧୩ ରନ କରି ପ୍ୟାଭିଲିୟନ ଫେରିଛନ୍ତି। କିନ୍ତୁ ଆଉଟ ହେବା ପୂର୍ବରୁ ରାଜସ୍ଥାନ ରୟାଲନ୍ସର ଏହି ଓପନର ଜଣଙ୍କ ବ୍ରିସବେନର ହେଲୀ ଓଭାଲରେ ୮ଟି ଛକା ଓ ୯ଟି ଚୌକା ମାରିଥିଲେ।
ୟୁଥ ଟେଷ୍ଟର ଏହି ମ୍ୟାଚ୍ରେ ସୂର୍ଯ୍ୟବଂଶୀଙ୍କ ବ୍ୟତୀତ ଭାରତର ବେଦାନ୍ତ ତ୍ରିବେଦୀ ମଧ୍ୟ କମାଲ କରିଛନ୍ତି। ସେ ୧୯୨ ବଲରେ ଖେଳିଛନ୍ତି ୧୪୦ ରନର ଇନିଂସ। କିନ୍ତୁ ଚର୍ଚ୍ଚାରେ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ରହିଛି।
ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିପକ୍ଷ ୟୁଥ ଟେଷ୍ଟରେ ଶତକ ହାସଲ କରି ସୂର୍ଯ୍ୟବଂଶୀ ନୂଆ ରେକର୍ଡ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମଙ୍କ ପରେ ସେ ୟୁଥ ଟେଷ୍ଟ ଇତିହାସର ଦ୍ୱିତୀୟ ଖେଳାଳି ଭାବେ ୧୦୦ରୁ କମ ବଲରେ ୨ଟି ଶତକ ହାସଲ କରିପାରିଛନ୍ତି।
ଗତବର୍ଷ ଚେନ୍ନାଇରେ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିପକ୍ଷରରେ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ। ଏହା ୟୁଥ ଟେଷ୍ଟରେ ଦ୍ୱିତୀୟ ଦ୍ରୁତତମ ଶତକ। ସୂର୍ଯ୍ୟବଂଶୀଙ୍କ ଉପରେ କେବଳ ମୋଇନ ଅଲୀ ରହିଛନ୍ତି।
କିଛି ଦିନ ତଳେ ସୂର୍ଯ୍ୟବଂଶୀ ୟୁଥ ଦିନିକିଆ(Cricket) ଅନ୍ତର୍ଜାତୀୟରେ ସର୍ବକାଳୀନ ଛକା ରେକର୍ଡକୁ ଭାଙ୍ଗିଥିଲେ। ୟୁଥ ଦିନିକିଆରେ ଭାରତର ପୂର୍ବତନ ଅଣ୍ଡର ୧୯ କ୍ୟାପ୍ଟେନ ଉନ୍ମକ୍ତ ଚାନ୍ଦ ସର୍ବାଧିକ ୩୮ଟି ଛକା ମାରିଥିଲେ। କିନ୍ତୁ ସୂର୍ଯ୍ୟବଂଶୀ ଏହାକୁ ଅତିକ୍ରମ କରି ଯାଇଥିଲେ। ଏଯାଏ ମାତ୍ର ୧୦ଟି ୟୁଥ ଦିନିକିଆ ଖେଳିଥିବା ସୂର୍ଯ୍ୟବଂଶୀ ୪୧ଟି ଛକା ମାରି ସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/01/suryvanshi-2025-10-01-12-51-16.jpg)