Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରି ରେକର୍ଡ କଲେ ୧୩ ବର୍ଷୀୟ ସୂର୍ଯ୍ୟବଂଶୀ

ସେ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ମାରିଛନ୍ତି। ତେବେ ୬୨ ବଲରେ ସୂର୍ଯ୍ୟବଂଶୀ ୧୦୪ ରନ କରି ଖେଳୁଥିବା ବେଳେ ରନ ଆଉଟ ହୋଇଯାଇଥିଲେ।

Vaibhav Suryavanshi

Vaibhav Suryavanshi

Advertisment

ଅଣ୍ଡର ୧୯ ଟେଷ୍ଟରେ ଚମକିଛନ୍ତି ଭାରତର ୧୩ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ସେ ଅଣ୍ଡର ୧୯ ଟେଷ୍ଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବନି ଯାଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବର ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର-୧୯ ଟେଷ୍ଟରେ ସେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ ୫୮ ବଲରେ ଶତକ ହାସଲ କରିଛନ୍ତି। ସେ ପ୍ରଥମଥର ପାଇଁ ଭାରତକୁ ଅଣ୍ଡର ୧୯ରେ ନାଲି ବଲରେ ପ୍ରତିନିଧିତ୍ୱ କରୁଥିବା ବେଳେ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି।

ସୂର୍ଯ୍ୟବଂଶୀ ଅଣ୍ଡର ୧୯ରେ ଶତକ ହାସଲ କରିବାରେ ଦ୍ରୁତମତ ଭାରତୀୟ ହୋଇଥିଲେ ହେଁ ବିଶ୍ୱରେ ଦ୍ୱିତୀୟ। କାରଣ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀ ୨୦୦୫ରେ ଅଣ୍ଡର ୧୯ କ୍ରିକେଟରେ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଏବେ ସୂର୍ଯ୍ୟବଂଶୀ ୫୮ ବଲରେ ଶତକ ହାସଲ କରିଛନ୍ତି।

Advertisment

ସେ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ମାରିଛନ୍ତି। ତେବେ ୬୨ ବଲରେ ସୂର୍ଯ୍ୟବଂଶୀ ୧୦୪ ରନ କରି ଖେଳୁଥିବା ବେଳେ ରନ ଆଉଟ ହୋଇଯାଇଥିଲେ।

ଅଣ୍ଡର ୧୯ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୯୩ ରନ କରିଥିବା ବେଳେ ଭାରତ ଏହାର ଦୃଢ଼ ଜବାବ ଦେଇଛି। ସୂର୍ଯ୍ୟବଂଶୀ ଏକାକୀ ୧୦୪ ରନର ଇନିଂସ ଖେଳିଛନ୍ତି।

ଏହାପୂର୍ବରୁ ମାତ୍ର ୧୨ ବର୍ଷ ବୟସରେ ସେ ବିହାର ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିଲେ। ସେ ଡେବ୍ୟୁ କରି ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗିଥିଲେ। ସେ ଘରୋଇ ପ୍ରଥମ ଶ୍ରେଶୀ କ୍ରିକେଟରେ ଡେବ୍ୟୁ କରିବାରେ ଦେଶର ସର୍ବକନିଷ୍ଠ ଖେଳାଳି ହୋଇଥିଲେ।

Indian Cricket Team Cricket Vaibhav Suryavanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe