Advertisment

Vaibhav Suryavanshi: ମାଟ୍ରିକରେ ଦରକାର ୯୦%, ସୂର୍ଯ୍ୟବଂଶୀଙ୍କ ଖେଳରେ ଲାଗିଲା ବ୍ରେକ!

ଇଂଲଣ୍ଡ ବିପକ୍ଷ ଫାଇନାଲରେ ତାଙ୍କ ବ୍ୟାଟରୁ ବାହାରିଥିଲା ରେକର୍ଡ ୮୦ ବଲରେ ୧୭୫ ରନ। ଭାରତ ମଧ୍ୟ ବିଶ୍ୱ ବିଜେତା ହୋଇଥିଲା। କିନ୍ତୁ ଏବେ ତାଙ୍କ ବ୍ୟାଟିଂରେ ଲାଗିପାରେ ବ୍ରେକ।

Suryavanshi

ସୂର୍ଯ୍ୟବଂଶୀ

Advertisment

ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଏହି ୱଣ୍ଡର କିଡ ନିଜର ବ୍ୟାଟିଂ ପାଇଁ ବେଶ ପରିଚିତ। ୧୪ ବର୍ଷ ବୟସରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପୂରା ବିଶ୍ୱରେ ଚହଳ ପକାଇଛି। ନିକଟରେ ଶେଷ ହୋଇଥିବା ଅଣ୍ଡର ୧୯ ବିଶ୍ୱକପରେ ସୂର୍ଯ୍ୟବଂଶୀ(Vaibhav Suryavanshi ) ଜିତିଥିଲେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର।

Advertisment

ଇଂଲଣ୍ଡ ବିପକ୍ଷ ଫାଇନାଲରେ ତାଙ୍କ ବ୍ୟାଟରୁ ବାହାରିଥିଲା ରେକର୍ଡ ୮୦ ବଲରେ ୧୭୫ ରନ। ଭାରତ ମଧ୍ୟ ବିଶ୍ୱ ବିଜେତା ହୋଇଥିଲା। କିନ୍ତୁ ଏବେ ତାଙ୍କ ବ୍ୟାଟିଂରେ ଲାଗିପାରେ ବ୍ରେକ। କ୍ରିକେଟ୍‌(Cricket) ପଡ଼ିଆରେ ନିଜର ବିସ୍ଫୋରକ ବ୍ୟାଟିଂରେ ସାରା ବିଶ୍ୱକୁ ଚମକାଇ ଦେଉଥିବା ବିହାରର ସମସ୍ତିପୁରର ଏ ଉଦୀୟମାନ ତାରକା ଏବେ ଏକ ନୂଆ ପିଚ୍‌ରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଛନ୍ତି। 

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ର ଫାଇନାଲ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ବୈଭବ। ଆଉ ସେ ଇନିଂସ୍‌ର ପ୍ରତିଧ୍ୱନି ଏବେ ବି ସମଗ୍ର କ୍ରିକେଟ ଜଗତରେ ଗୁଞ୍ଜରିତ ହେଉଛି। ତେବେ ଅଣ୍ଡର-୧୯ ବିଶ୍ୱକପ ମ୍ୟାଚ୍‌ ପରେ ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀଙ୍କ କ୍ରିକେଟ ଇନିଂସରେ ଏବେ କିଛିଦିନ ପାଇଁ ପଡ଼ିବ ଯବନିକା।

Advertisment

କାରଣ କ୍ରିକେଟ ଛାଡ଼ି ସେ ଏବେ ପାଠପଢ଼ା ଉପରେ ଫୋକସ କରିଛନ୍ତି। ଆଗକୁ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଆସୁଛି। ଏଥିପାଇଁ ସୂର୍ଯ୍ୟବଂଶୀ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିନେ ମୈଦାନରେ ଏହି ୧୪ ବର୍ଷୀୟ କ୍ରିକେଟ୍‌ ଖେଳାଳି ଶ୍ରେଷ୍ଠ ବୋଲରମାନଙ୍କ ଝାଳ ବୁହାଉଥିଲେ ଏବେ କିନ୍ତୁ ସେ ତାଙ୍କ ସବୁ ସମୟ ପାଠପଢ଼ାକୁ ଦେବାକୁ ମନସ୍ତ କରିଛନ୍ତି। 

ସମସ୍ତିପୁରର ତାଜପୁରରେ ଥିବା ଡକ୍ଟର ମୁକ୍ତେଶ୍ୱର ସିହ୍ନା ମୋଡେଷ୍ଟି ସ୍କୁଲର ଛାତ୍ର ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ସିବିଏସ ବୋର୍ଡ ପ୍ରବେଶପତ୍ର ଜାରି କରିଛି। ଆସନ୍ତା ୧୭ତାରିଖରୁ ଆରମ୍ଭ ହେବାକୁ ଯାଉଛି ସିବିଏସ ୧୦ମ ବୋର୍ଡ ପରୀକ୍ଷା। ଯାହା ମାର୍ଚ୍ଚ  ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ପୂର୍ବରୁ ବୈଭବଙ୍କ ଆବେଦନ ଫର୍ମ ପୂରଣ କରିବା ସମେତ ସମସ୍ତ ପ୍ରଶାସନିକ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଛି।

ବୈଭବଙ୍କ ଆଡମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର, ରୋଲ୍‌ ନମ୍ବର ଓ ରିପୋର୍ଟିଂ ସମୟ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ତାଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ ଓ ତାଙ୍କ ସମଗ୍ର ପରିବାର ବୈଭବଙ୍କ କ୍ରିକେଟ୍‌ କ୍ୟାରିୟର ପ୍ରତି ଯେତିକି ଗୁରୁତ୍ୱ ଦେଉଛନ୍ତି ତାଙ୍କ ଶିକ୍ଷାଗତ ଯାତ୍ରା ପ୍ରତି ମଧ୍ୟ ସେତିକି ଧ୍ୟାନ ଦେଉଛନ୍ତି। ତେଣୁ ସେ ଏବେ ଖେଳ ଛାଡ଼ି ପାଠପଢ଼ା ଆରମ୍ଭ କରିଛନ୍ତି। 

କୁହାଯାଉଛି ବିହାରର ସୁନା ପୁଅ ବୈଭବଙ୍କ ପାଇଁ ଚଳିତ ଫେବୃଆରୀ ଓ ମାର୍ଚ୍ଚ ମାସ ଅତ୍ୟନ୍ତ ବ୍ୟସ୍ତବହୁଳ ହେବାକୁ ଯାଉଛି। ବର୍ତ୍ତମାନ ଟି-୨୦ ବିଶ୍ୱକପ୍‌ ଚାଲିଛି। ତେଣୁ ପରୀକ୍ଷା ପ୍ରସ୍ତୁତି ଯୋଗୁ ସେ ମ୍ୟାଚ୍‌ ଗୁଡ଼ିକୁ ସେତେ ଉପଭୋଗ କରିପାରିବେ ନାହିଁ। ଏହା ବ୍ୟତୀତ ପରୀକ୍ଷା ପରେ ଆଇପିଏଲ ମଧ୍ୟ ଆରମ୍ଭ ହେବ। ତେଣୁ ସେ ତାଙ୍କର କ୍ରିକେଟ ଖେଳିବା ଅଭ୍ୟାସକୁ ସମ୍ପୂର୍ଣ୍ଣ ଛାଡ଼ିପାରିବେ ନାହିଁ।

ତାଙ୍କୁ ଉଭୟ ପାଠପଢ଼ା ଓ କ୍ରିକେଟ ଖେଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। କ୍ରିକେଟରେ ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟବଂଶୀ ଅନେକ ସଫଳତା ପାଇଛନ୍ତି। ସମାନ ସଫଳତା ତାଙ୍କୁ ୧୦ମ ବୋର୍ଡ ପରୀକ୍ଷାରେ ମିଳୁଛି କି ନାହିଁ, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

୧୦ମ ବୋର୍ଡ ପରୀକ୍ଷାରେ ସୂର୍ଯ୍ୟବଂଶୀ ୯୦% ମାର୍କ ରଖିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା କରିଛନ୍ତି। ହେଲେ ଏହାକୁ କେତେ ଦୂର ସେ ହାସଲ କରିପାରୁଛି, ତାହା ରେଜଲ୍ଟ ବାହାରିବା ପରେ ହିଁ ଜଣାପଡ଼ିବ। 

Cricket Vaibhav Suryavanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe