Advertisment

ବୈଭବଙ୍କ ବୟସ ବିବାଦ; ପ୍ରତିକ୍ରିୟା ରଖିଲେ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ

ବିହାରର ବୈଭବ ସୂର୍ଯ୍ୟବଂଶୀ ମାତ୍ର 13 ବର୍ଷ ବୟସରେ ଆଇପିଏଲ ଅକ୍ସନରେ ବିକ୍ରି ହୋଇଛନ୍ତି।

author-image
Debibandita Barick
Vaibhav Suryavanshi

Vaibhav Suryavanshi

ଆଇପିଏଲ ନିଲାମୀରେ ବିକ୍ରି ହୋଇ ଇତିହାସ ରଚିଛନ୍ତି ବିହାରର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ରାଜସ୍ଥାନ ରୟାଲ୍ସ (RR) ଫ୍ରାଞ୍ଚାଇଜ ତାଙ୍କୁ 1 କୋଟି 10 ଲକ୍ଷ ଟଙ୍କାରେ କିଣିଛି। ଏହାପରେ ବୈଭବ ହେବାକୁ ଯାଉଛନ୍ତି ଆଇପିଏଲ ଖେଳିବାରେ ସର୍ବକନିଷ୍ଠ ଖେଳାଳି। 

Advertisment

ବୈଭବଙ୍କୁ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଆଇପିଏଲ ଇତିହାସରେ ଏତେ କମ୍ ବୟସରେ ଖେଳିବାର ସୁଯୋଗ ପାଇନଥିଲେ। RR ବୈଭବଙ୍କୁ କିଣିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନେକ ତାଙ୍କୁ ପ୍ରେରଣାର ଉତ୍ସ ବି ମାନିଲେଣି। ଏହି ସମୟରେ ବୈଭବଙ୍କ ବୟସକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି।

ବୈଭବ ବୟସକୁ ନେଇ ଜାଲିଆତି କରିଛନ୍ତି। ତାଙ୍କ ବୟସ 13 ନୁହେଁ, 15 ବୋଲି କେହି କେହି ଦାବି କରୁ ଥିବାବେଳେ ଏହାର ଜବାବ ରଖିଛନ୍ତି ବୈଭବଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ। 

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୈଭବଙ୍କ ବାପା କହିଛନ୍ତି, "ବୈଭବ ଏବେ ମୋ ପୁଅ ନୁହେଁ, ସେ ପୂରା ବିହାରର ପୁଅ। ସେ ବର୍ତ୍ତମାନ U-19 ଏସିଆ କପ୍ ପାଇଁ ଦୁବାଇରେ ଅଛି। ସେ କଠିନ ପରିଶ୍ରମ କରିଛି। 8 ବର୍ଷ ବୟସରେ U-16 ଜିଲ୍ଲା ପ୍ରତିଯୋଗିତାରେ ଉତ୍କର୍ଷ ପ୍ରଦର୍ଶନ କରିଥିଲା। ମୁଁ ତାକୁ କ୍ରିକେଟ୍ କୋଚିଂ ପାଇଁ ସାମସ୍ତିପୁରକୁ ନେଇକି ଯାଉଥିଲି ପୁଣି ଘରକୁ ନେଇକି ଆସୁଥିଲି। ଏହିପରି ତା'ର କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା।"

କ୍ରିକେଟ ପାଇଁ ଅର୍ଥ ଆବଶ୍ୟକତାକୁ ଉଲ୍ଲେଖ କରି ବୈଭବଙ୍କ ବାପା କହିଛନ୍ତି, "କ୍ରିକେଟ କେବଳ ପୁଞ୍ଜି ବିନିଯୋଗ ନୁହେଁ, ଏହା ଏକ ବଡ ପୁଞ୍ଜି ବିନିଯୋଗ। କଣ କହିବି, ମୁଁ ତ ପୁଅର କ୍ରିକେଟ ପାଇଁ ଜମି ବି ବିକି ଦେଇଛି। ଏବେ ବି ଆମ ଆର୍ଥିକ ଅବସ୍ଥା ସୁଧୁରି ନାହିଁ।"

ତେବେ ବୈଭବଙ୍କ ପ୍ରକୃତ ବୟସକୁ ନେଇ ବିବାଦ ବିଷୟରେ ପଚରାଯିବାରୁ ସେ କହିଛନ୍ତି, "ବୈଭବ ଯେତେବେଳେ ସାଢେ 8 ବର୍ଷର ହୋଇଥିଲା, ସେତେବେଳେ BCCIର ବୋନ୍ ଟେଷ୍ଟ ପରୀକ୍ଷା ପାଇଁ ପହଞ୍ଚିଥିଲା। ଭାରତ ପାଇଁ U-19 ଖେଳି ସାରିଛି। ଆମେ କାହାକୁ ଭୟ କରୁନାହୁଁ। ଦରକାର ପଡ଼ିଲେ ସେ ପୁଣି ବୟସ ପରୀକ୍ଷା ଦେଇ ପାରିବ।"

ବିହାର କ୍ରିକେଟ୍ ଆସୋସିଏସନର ସଭାପତି ରାକେଶ ତିୱାରୀଙ୍କ ଆଶୀର୍ବାଦ ସବୁବେଳେ ବୈଭବକୁ ତା ଯାତ୍ରାରେ ସାହାଯ୍ୟ କରିଛି ବୋଲି ବୈଭବଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ କହିଛନ୍ତି। 

Cricket Rajasthan Royals IPL Auction Vaibhav Suryavanshi IPL 2025