Advertisment

Vaibhav Suryavanshi: ୧୦ମ ବୋର୍ଡ ପରୀକ୍ଷା ଦେଲେନି ବୈଭବ ସୂର୍ଯ୍ୟବଂଶୀ

୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଜି ଠାରୁ ଆରମ୍ଭ ହୋଇଥିବା ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାର ଥିଲା। ହେଲେ ସେ ପରୀକ୍ଷା ଦେବାକୁ ଆଜି ତାଙ୍କ କେନ୍ଦ୍ରକୁ ଆସି ନାହାନ୍ତି। ସେ ପରୀକ୍ଷା ବଦଳରେ କ୍ରିକେଟକୁ ବାଛିଛନ୍ତି।

suryavanshi

ବୈଭବ ସୂର୍ଯ୍ୟବଂଶୀ

Advertisment

କୁହାଯାଏ ୧୦ମ ବୋର୍ଡ ପରୀକ୍ଷା ଜୀବନରେ ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇ ନାହାନ୍ତି ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। କ୍ରିକେଟ ଖେଳ ପାଇଁ ସେ ବୋର୍ଡ ପରୀକ୍ଷାରୁ ନିଜକୁ ଦୂରେଇ ରଖିଛନ୍ତି।

Advertisment

୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଜି ଠାରୁ ଆରମ୍ଭ ହୋଇଥିବା ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାର ଥିଲା। ହେଲେ ସେ ପରୀକ୍ଷା ଦେବାକୁ ଆଜି ତାଙ୍କ କେନ୍ଦ୍ରକୁ ଆସି ନାହାନ୍ତି। ସେ ପରୀକ୍ଷା ବଦଳରେ କ୍ରିକେଟକୁ ବାଛିଛନ୍ତି। 

ବୈଭବଙ୍କ କୋଚ ମନୀଷ ଓଝା କହିଥିଲେ ଯେ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷା ଦେଇ ପାରିବେ ନାହିଁ। କାରଣ ଆଗାମୀ ଆଇପିଏଲ ପାଇଁ ସେ ରାଜସ୍ଥାନ ରୟାଲ୍ସର ଅଭ୍ୟାସ କ୍ୟାମ୍ପରେ ସାମିଲ ହୋଇ ସାରିଛନ୍ତି। ସେ ଅଭ୍ୟାସ ସେସନ୍ସରେ ରହିଥିବାରୁ ବୋର୍ଡ ପରୀକ୍ଷାରୁ ନିଜକୁ ଦୂରେଇ ରଖିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଆଇପିଏଲ ପାଇଁ ସେ ନାଗପୁରରେ ଅଭ୍ୟାସ କରୁଥିବା କୋଚ ମନୀଷ ସୂଚନା ଦେଇଛନ୍ତି। 

Advertisment

ସୂର୍ଯ୍ୟବଂଶୀ ବିହାରର ତାଜପୁରରେ ଥିବା ମୋଡେଷ୍ଟୀ ସ୍କୁଲର ଛାତ୍ର। ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ ଯାଏ ଚାଲିବାକୁ ଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ତାଙ୍କୁ ଦେବାର ଥିଲା। ପୋଦାର ଅନ୍ତର୍ଜାତୀୟ ସ୍କୁଲ ଥିଲା ସୂର୍ଯ୍ୟବଂଶୀଙ୍କ ପରୀକ୍ଷା କେନ୍ଦ୍ର। ହେଲେ ସେ ଆଜି ପରୀକ୍ଷା କେନ୍ଦ୍ରକୁ ଯାଇ ନାହାନ୍ତି। 

ପୋଦାର ସ୍କୁଲର ପ୍ରିନ୍ସିପାଲ ଏନକେ ସିହ୍ନା ଏହା ଉପରେ ନିଜର ମତ ମଧ୍ୟ ରଖିଛନ୍ତି। ସେ କହିଛନ୍ତି, “ବୈଭବ ସୂର୍ଯ୍ୟବଂଶୀ ଆଜି ଅନୁପସ୍ଥିତ ରହିଛନ୍ତି। ସେ ଆଜି ପରୀକ୍ଷା କେନ୍ଦ୍ରକୁ ଆସି ନାହାନ୍ତି। ତେଣୁ ସିବିଏସ୍‌ଇର ନୀତି ଅନୁସାରେ ତାଙ୍କୁ ଅନୁପସ୍ଥିତ ଦର୍ଶାଇଛୁ।

ପରୀକ୍ଷା ଦିନ କୌଣସି ଶିକ୍ଷାର୍ଥୀ ଯଦି କେନ୍ଦ୍ରକୁ ନ ଆସନ୍ତି, ତା’ହେଲେ ଏହାକୁ ଅନୁପସ୍ଥିତ ଭାବେ ଭାବେ ବିବେଚନା କରାଯାଏ। ସେହି ଅନୁସାରେ ସୂର୍ଯ୍ୟବଂଶୀଙ୍କୁ ଅନୁପସ୍ଥିତ ଶିକ୍ଷାର୍ଥୀଙ୍କ ତାଲିକାରେ ରଖାଯାଇଛି। ଆମେ ଆଶା କରିଥିଲୁ ଯେ ସେ ଆସିବେ ଓ ପରୀକ୍ଷା ଦେବେ।

କିନ୍ତୁ ବିଭିନ୍ନ କାରଣ ପାଇଁ ସେ ଆସି ପାରି ନାହାନ୍ତି। ସମ୍ଭବତଃ କୌଣସି କ୍ରିକେଟ ମ୍ୟାଚ କିମ୍ବା ଅଭ୍ୟାସ ପାଇଁ ସେ ଆଜି ଆସି ନାହାନ୍ତି। ମୁଁ ଭାବୁଛି ସେ ନିଶ୍ଚିତ ଭାବେ ପରବର୍ତ୍ତୀ ପରୀକ୍ଷା ଦେବେ।” 

ନିକଟରେ ଶେଷ ହୋଇଥିବା ଅଣ୍ଡର ୧୯ ବିଶ୍ୱକପରେ ସୂର୍ଯ୍ୟବଂଶୀ(Vaibhav Suryavanshi ) ଜିତିଥିଲେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର। ଇଂଲଣ୍ଡ ବିପକ୍ଷ ଫାଇନାଲରେ ତାଙ୍କ ବ୍ୟାଟରୁ ବାହାରିଥିଲା ରେକର୍ଡ ୮୦ ବଲରେ ୧୭୫ ରନ।

ଭାରତ ମଧ୍ୟ ବିଶ୍ୱ ବିଜେତା ହୋଇଥିଲା। କିନ୍ତୁ ଏବେ ତାଙ୍କ ବ୍ୟାଟିଂରେ ଲାଗିପାରେ ବ୍ରେକ। କ୍ରିକେଟ୍‌(Cricket) ପଡ଼ିଆରେ ନିଜର ବିସ୍ଫୋରକ ବ୍ୟାଟିଂରେ ସାରା ବିଶ୍ୱକୁ ଚମକାଇ ଦେଉଥିବା ବିହାରର ସମସ୍ତିପୁରର ଏ ଉଦୀୟମାନ ତାରକା ଏବେ ପରବର୍ତ୍ତୀ ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। 

Cricket Vaibhav Suryavanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe